ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଜମ୍ମୁ ଓ କଶ୍ମୀର ସଡକ ଦୁର୍ଘଟଣା ମୃତକଙ୍କ ପାଇଁ ପ୍ରଧାନମନ୍ତ୍ରୀଙ୍କ ଶୋକ ବ୍ୟକ୍ତ

ପିଏମଏନଆରଏଫରୁ ପୀଡିତଙ୍କୁ ଅନୁକମ୍ପାମୂଳକ ସହାୟତା ରାଶି ମଞ୍ଜୁର

Posted On: 28 OCT 2021 11:38AM by PIB Bhubaneshwar

ଜମ୍ମୁ ଓ କଶ୍ମୀରର ଥଟ୍ରି, ଡୋଡା ନିକଟରେ ହୋଇଥିବା ସଡକ ଦୁର୍ଘଟଣା ମୃତକଙ୍କ ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକ ବ୍ୟକ୍ତ କରିଛନ୍ତି । ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ ପାଣ୍ଠି (ପିଏମଏନଆରଏଫ)ରୁ ଶ୍ରୀ ମୋଦୀ ପୀଡିତଙ୍କୁ ଅନୁକମ୍ପାମୂଳକ ସହାୟତା ରାଶି ମଧ୍ୟ ମଞ୍ଜୁର କରିଛନ୍ତି ।

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟ୍ୱିଟ କରାଯାଇଛି;

“ଜମ୍ମୁ ଓ କଶ୍ମୀରର ଥଟ୍ରି, ଡୋଡା ନିକଟରେ ହୋଇଥିବା ସଡକ ଦୁର୍ଘଟଣା ଯୋଗୁଁ ଦୁଃଖିତ । ଦୁଃଖର ଏହି ମୁହୂର୍ତ୍ତରେ ଶୋକସନ୍ତପ୍ତ ପରିବାରଙ୍କୁ ସମବେଦନା ଜ୍ଞାପନ କରୁଛି ।

ଆହତମାନଙ୍କ ଶୀଘ୍ର ଆରୋଗ୍ୟ କାମନା କରୁଛି । ପିଏମ@ନରେନ୍ଦ୍ରମୋଦୀ

ପିଏମଏନଆରଏଫରୁ ଜମ୍ମୁ ଓ କଶ୍ମୀର ଦୁର୍ଘଟଣାରେ ମୃତକଙ୍କ ପରିଜନଙ୍କୁ ୨ ଲକ୍ଷ ଟଙ୍କା ଲେଖାଏଁ ପ୍ରଦାନ କରାଯିବ ।

ଆହତଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯିବ: ପିଏମ@ନରେନ୍ଦ୍ରମୋଦୀ ।” 

 

SR



(Release ID: 1767146) Visitor Counter : 66