ସଡକ ପରିବହନ ଓ ରାଜପଥ ମନ୍ତ୍ରଣାଳୟ
azadi ka amrit mahotsav

ମୋଟର ସାଇକେଲରେ ନିଆଯାଉଥିବା ପିଲାଙ୍କ ସୁରକ୍ଷା ବ୍ୟବସ୍ଥା ପାଇଁ ଚିଠା ନିୟମ

प्रविष्टि तिथि: 26 OCT 2021 12:55PM by PIB Bhubaneswar

ମୋଟର ବାହନ ଅଧିନିୟମ ଧାରା-୧୨୯କୁ ମୋଟରବାହନ (ସଂଶୋଧନ) ଅଧିନିୟମ-୨୦୧୯, ତାରିଖ ୦୯.୦୮.୨୦୧୯କୁ ସଂଶୋଧନ କରାଯାଇଛି। ଏହି ଧାରାର ଅନ୍ୟ ବ୍ୟବସ୍ଥା ହେଉଛି ମୋଟର ସାଇକେଲରେ ଯାଉଥିବା ପିଲା କିମ୍ବା ନିଆଯାଉଥିବା ୪ବର୍ଷ ବୟସରୁ କମ୍ ବୟସର ଯାଉଥିବା ପିଲାଙ୍କ ସୁରକ୍ଷା ପାଇଁ କେନ୍ଦ୍ର ସରକାର ନିୟମର ବ୍ୟବସ୍ଥା କରିପାରିବେ ।

ମନ୍ତ୍ରଣାଳୟ ଜିଏସଆର-୭୫୮(ଇ) ତାରିଖ ୨୧ଅକ୍ଟୋବର, ୨୦୨୧ ଅନ୍ତର୍ଗତ ଚିଠା ନିୟମ ତିଆରି କରିଛନ୍ତି। ଯେଉଁଥିରେ ନିମ୍ନଲିଖିତ ସୁପାରିଶ କରାଯାଇଛି-

୧)୪ବର୍ଷରୁ କମ୍ ବୟସର ଶିଶୁଙ୍କୁ ମୋଟର ସାଇକେଲ ଚାଳକଙ୍କ ସହ ସଂଯୁକ୍ତ କରିବା ପାଇଁ ସୁରକ୍ଷା ଉପକରଣର ଉପଯୋଗ କରାଯିବ ।

୨) ଚାଳକ ଏହା ସୁନିଶ୍ଚିତ କରିବ ଯେ ତାଙ୍କ ପଛରେ ବସୁଥିବା ୦୯ମାସରୁ ଚାରିବର୍ଷ ପର୍ଯ୍ୟନ୍ତ ବୟସର ଶିଶୁ ନିଜ କ୍ରେସ୍ ହେଲମେଟ୍ ପିନ୍ଧିବେ, ଯାହା ତାଙ୍କ ମୁଣ୍ଡରେ ଠିକ୍‌ଭାବେ ରହୁଥିବ କିମ୍ବା ସେମାନେ ଏମିତି ମୋଟର ସାଇକେଲ ହେଲମେଟ୍ ପିନ୍ଧିଥିବେ ଯାହା ଭାରତୀୟ ମାନକ ବ୍ୟୁରୋ ଦ୍ୱାରା ଭାରତୀୟ ମାନକ ବ୍ୟୁରୋ ଅଧିନିୟମ-୨୦୧୬ ଅନ୍ତର୍ଗତ ନିର୍ଦ୍ଧାରିତ ନିର୍ଦ୍ଦେଶ ଅନୁସାରେ [ASTM 1447]/ [ୟୁରୋପୀୟ (CEN)BS EN 1080/BS EN 1078] ର ଅନୁପାଳନ କରୁଥିବ ।

୩) ମୋଟର ସାଇକେଲ ପଛରେ ୪ବର୍ଷ ବୟସ୍କ ପିଲାଙ୍କୁ ବସାଇ ନିଆଯିବାବେଳେ ତାହାର ଗତି ଘଣ୍ଟା ପ୍ରତି ୪୦କିଲୋମିଟରରୁ ଅଧିକ ହେବା ଅନୁଚିତ ।

https://static.pib.gov.in/WriteReadData/specificdocs/documents/2021/oct/doc2021102601.pdf

 

****

 NS / SLP


(रिलीज़ आईडी: 1766769) आगंतुक पटल : 344
इस विज्ञप्ति को इन भाषाओं में पढ़ें: English , Urdu , हिन्दी , Marathi , Bengali , Punjabi , Gujarati , Tamil , Telugu , Malayalam