ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

100 କୋଟି ଡୋଜ ଟିକାକରଣ ମାଇଲ ଖୁଣ୍ଟ ହାସଲ ଅବସରରେ ଡାକ୍ତର ଓ ନର୍ସଙ୍କୁ କୃତଜ୍ଞତା ଜଣାଇଲେ ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 21 OCT 2021 10:55AM by PIB Bhubaneshwar

100 କୋଟି ଡୋଜ ଟିକାକରଣ ମାଇଲ ଖୁଣ୍ଟ ହାସଲ ଦିଗରେ ଅନବରତ କାର୍ଯ୍ୟ କରିଥିବା ଆମ ଡାକ୍ତର, ନର୍ସ ଏବଂ ଅନ୍ୟ ସମସ୍ତଙ୍କୁ କୃତଜ୍ଞତା ଜଣାଇଛନ୍ତି  ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ  

ଏକ ଟ୍ଵିଟ କରି ପ୍ରଧାନମନ୍ତ୍ରୀ କହିଛନ୍ତି;

“ଇତିହାସ ରଚିଲା ଭାରତ

ଏହା ଆମର ବିଜ୍ଞାନ, ଉଦ୍ୟୋଗ ଏବଂ 130 କୋଟି ଭାରତୀୟଙ୍କ ସାମୂହିକ ଉଦ୍ୟମର ବିଜୟ

100 କୋଟି ଡୋଜ ଟିକାକରଣର ମାଇଲ ଖୁଣ୍ଟ ଅତିକ୍ରମ କରିଥିବାରୁ ଭାରତକୁ ଅଭିନନ୍ଦନ  ଆମ ଡାକ୍ତର, ନର୍ସ ଏବଂ ଏହି ସଫଳତା ହାସଲ କରିବା ଦିଗରେ ଉଦ୍ୟମ କରିଥିବା ସମସ୍ତଙ୍କୁ କୃତଜ୍ଞତା #VaccineCentury”

**********


(ରିଲିଜ ଆଡି: 1765368) ପରିଦର୍ଶକ କାଉଣ୍ଟର : 263