ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଅକ୍ଟୋବର ୨୪, ୨୦୨୧ ମନ କି ବାତ ପାଇଁ ନାଗରିକଙ୍କ ଠାରୁ ମତାମତ ଆହ୍ୱାନ କଲେ ପ୍ରଧାନମନ୍ତ୍ରୀ

Posted On: 16 OCT 2021 9:45AM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅକ୍ଟୋବର ୨୪, ୨୦୨୧ ରବିବାର ହେବାକୁ ଥିବା ମନ କି ବାତ କାର୍ଯ୍ୟକ୍ରମର ୮୨ତମ ଅଧ୍ୟାୟ ପାଇଁ ନାଗରିକଙ୍କ ଠାରୁ ମତାମତ ଆହ୍ୱାନ କରିଛନ୍ତି । ମନ କି ବାତ ପାଇଁ ମତାମତ ନମୋ ଆପ୍, ମାଇଁଗଭରେ ପଠାଇ ପାରିବେ କିମ୍ବା ୧୮୦୦-୧୧-୭୮୦୦ରେ ଡାଏଲ କରି ବାର୍ତ୍ତା ରେକର୍ଡ କରାଇ ପାରିବେ ।  

ଏକ ଟ୍ୱିଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;

“ଚଳିତ ମାସର #ମନକିବାତ କାର୍ଯ୍ୟକ୍ରମ ୨୪ ତାରିଖରେ ପ୍ରସାରିତ ହେବ । ଏହି ମାସର ଅଧ୍ୟାୟ ପାଇଁ ନିଜ ମତାମତ ପଠାଇବାକୁ ଆପଣମାନଙ୍କୁ ଆମନ୍ତ୍ରଣ ଜଣାଉଛି । ନମୋ ଆପ, @ମାଇଁଗଭଇଣ୍ଡିଆରେ ଲେଖି ପଠାଇ ପାରିବେ କିମ୍ବା ୧୮୦୦-୧୧-୭୮୦୦ରେ ଡାଏଲ କରି ବାର୍ତ୍ତା ରେକର୍ଡ କରାଇ ପାରିବେ ।https://t.co/QjCz2bvaKg”    

 

SR



(Release ID: 1764341) Visitor Counter : 171