ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପ୍ରଧାନମନ୍ତ୍ରୀ ଅକ୍ଟୋବର ୧୫ ତାରିଖରେ ସୁରଟରେ ସୌରାଷ୍ଟ୍ର ପଟେଲ ସେବା ସମାଜ ଦ୍ୱାରା ର୍ନିମିତ ହଷ୍ଟେଲ ଫେଜ୍‍ -୧ ର ଭୁମି ପୂଜନ କରିବେ

प्रविष्टि तिथि: 14 OCT 2021 2:30PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୧୫ ଅକ୍ଟୋବର ପୂର୍ବାହ୍ନ ୧୧ ଟା ସମୟରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସୁରଟରେ ସୌରାଷ୍ଟ୍ର ପଟେଲ ସେବା ସମାଜ ଦ୍ୱାରା ର୍ନିମିତ ହଷ୍ଟେଲ ଫେଜ୍‍ - (ବାଳକ ହଷ୍ଟେଲ) ଭୁମି ପୂଜନ ସମାରୋହରେ ଅଂଶ ଗ୍ରହଣ କରିବେ

ହଷ୍ଟେଲ କୋଠାରେ ପ୍ରାୟ ୧୫୦୦ ଛାତ୍ରଙ୍କ ପାଇଁ ଆବାସିକ ସୁବିଧା ରହିଛି ଏଥିରେ ଛାତ୍ରମାନଙ୍କ ପାଇଁ ଏକ ପ୍ରେକ୍ଷାଳୟ ଏବଂ ଏକ ଉତ୍ସର୍ଗୀକୃତ ଲାଇବ୍ରେରୀ ମଧ୍ୟ ଅଛି ପାଖାପାଖି ୫୦୦ ବାଳିକା ରହିବା ପାଇଁ ଦ୍ୱିତୀୟ ପର୍ଯ୍ୟାୟ ହଷ୍ଟେଲ ର୍ନିମାଣ ଆସନ୍ତା ବର୍ଷ ଠାରୁ ଆରମ୍ଭ ହେବ

ସୌରାଷ୍ଟ୍ର ପଟେଲ ସେବା ସମାଜ ବିଷୟରେ;

ଏହା ୧୯୮୩ ରେ ପ୍ରତିଷ୍ଠିତ ଏକ ପଞ୍ଜିକୃତ ଟ୍ରଷ୍ଟ ଯାହାର ମୂଳ ଉଦ୍ଦେଶ୍ୟ ହେଉଛି ସମାଜର ଦୁର୍ବଳ ଶ୍ରେଣୀର ଶିକ୍ଷାଗତ ତଥା ସାମାଜିକ ରୂପାନ୍ତର ଏହା ଛାତ୍ରଛାତ୍ରୀମାନଙ୍କୁ ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ କରିବାରେ ସାହାଯ୍ୟ କରିଥାଏ ଏବଂ ସେମାନଙ୍କୁ ଉଦ୍ୟୋଗିତା ଏବଂ ଦକ୍ଷତା ବିକାଶ ପାଇଁ ଏକ ପ୍ଲାଟଫର୍ମ ମଧ୍ୟ ଯୋଗାଇଥାଏ

ଏହି କାର୍ଯ୍ୟକ୍ରମରେ ଗୁଜରାଟର ମୁଖ୍ୟମନ୍ତ୍ରୀ ମଧ୍ୟ ଉପସ୍ଥିତ ରହିବେ

HS


(रिलीज़ आईडी: 1763927) आगंतुक पटल : 203
इस विज्ञप्ति को इन भाषाओं में पढ़ें: Malayalam , Assamese , English , Urdu , हिन्दी , Marathi , Bengali , Manipuri , Punjabi , Gujarati , Tamil , Telugu , Kannada