ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପ୍ରଧାନମନ୍ତ୍ରୀ ଅକ୍ଟୋବର ୧୫ ତାରିଖରେ ସୁରଟରେ ସୌରାଷ୍ଟ୍ର ପଟେଲ ସେବା ସମାଜ ଦ୍ୱାରା ର୍ନିମିତ ହଷ୍ଟେଲ ଫେଜ୍‍ -୧ ର ଭୁମି ପୂଜନ କରିବେ

ପୋଷ୍ଟ କରାଯିବା ଦିନାଙ୍କ: 14 OCT 2021 2:30PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୧୫ ଅକ୍ଟୋବର ପୂର୍ବାହ୍ନ ୧୧ ଟା ସମୟରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସୁରଟରେ ସୌରାଷ୍ଟ୍ର ପଟେଲ ସେବା ସମାଜ ଦ୍ୱାରା ର୍ନିମିତ ହଷ୍ଟେଲ ଫେଜ୍‍ -୧ (ବାଳକ ହଷ୍ଟେଲ) ର ଭୁମି ପୂଜନ ସମାରୋହରେ ଅଂଶ ଗ୍ରହଣ କରିବେ ।

ହଷ୍ଟେଲ କୋଠାରେ ପ୍ରାୟ ୧୫୦୦ ଛାତ୍ରଙ୍କ ପାଇଁ ଆବାସିକ ସୁବିଧା ରହିଛି । ଏଥିରେ ଛାତ୍ରମାନଙ୍କ ପାଇଁ ଏକ ପ୍ରେକ୍ଷାଳୟ ଏବଂ ଏକ ଉତ୍ସର୍ଗୀକୃତ ଲାଇବ୍ରେରୀ ମଧ୍ୟ ଅଛି । ପାଖାପାଖି ୫୦୦ ବାଳିକା ରହିବା ପାଇଁ ଦ୍ୱିତୀୟ ପର୍ଯ୍ୟାୟ ହଷ୍ଟେଲ ର୍ନିମାଣ ଆସନ୍ତା ବର୍ଷ ଠାରୁ ଆରମ୍ଭ ହେବ ।

ସୌରାଷ୍ଟ୍ର ପଟେଲ ସେବା ସମାଜ ବିଷୟରେ;

ଏହା ୧୯୮୩ ରେ ପ୍ରତିଷ୍ଠିତ ଏକ ପଞ୍ଜିକୃତ ଟ୍ରଷ୍ଟ ଯାହାର ମୂଳ ଉଦ୍ଦେଶ୍ୟ ହେଉଛି ସମାଜର ଦୁର୍ବଳ ଶ୍ରେଣୀର ଶିକ୍ଷାଗତ ତଥା ସାମାଜିକ ରୂପାନ୍ତର । ଏହା ଛାତ୍ରଛାତ୍ରୀମାନଙ୍କୁ ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ କରିବାରେ ସାହାଯ୍ୟ କରିଥାଏ ଏବଂ ସେମାନଙ୍କୁ ଉଦ୍ୟୋଗିତା ଏବଂ ଦକ୍ଷତା ବିକାଶ ପାଇଁ ଏକ ପ୍ଲାଟଫର୍ମ ମଧ୍ୟ ଯୋଗାଇଥାଏ ।

ଏହି କାର୍ଯ୍ୟକ୍ରମରେ ଗୁଜରାଟର ମୁଖ୍ୟମନ୍ତ୍ରୀ ମଧ୍ୟ ଉପସ୍ଥିତ ରହିବେ ।

HS


(ରିଲିଜ ଆଡି: 1763927) ପରିଦର୍ଶକ କାଉଣ୍ଟର : 244