ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଆଫଗାନିସ୍ତାନ ଉପରେ ପ୍ରଧାନମନ୍ତ୍ରୀଙ୍କ ଜି-୨୦ ଅନନ୍ୟ ଶିଖର ସମ୍ମିଳନୀରେ ଯୋଗଦାନ

Posted On: 12 OCT 2021 7:07PM by PIB Bhubaneshwar

  ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ (ତା୧୨-୧୦-୨୦୨୧) ଦିନ ଭର୍ଚୁଆଲ ମୋଡରେ ଆଫଗାନିସ୍ତାନ ଉପରେ ଜି-୨୦ଅନନ୍ୟ ଶିଖର ସମ୍ମିଳନୀରେ ଯୋଗଦେଇଛନ୍ତି । ବର୍ତ୍ତମାନ ଜି-୨୦ ସଭାପତି ଥିବା ଇଟାଲୀ ପ୍ରଧାନମନ୍ତ୍ରୀ ଶ୍ରୀ ମାରିଓ ଦ୍ରାଘୀ ଏହାର ଅଧ୍ୟକ୍ଷତା କରିଥିଲେ । ଆଫଗାନିସ୍ତାନରେ ମାନବିକ ପରିସ୍ଥିତି, ମାନବ ଅଧିକାର ଓ ଆତଙ୍କବାଦ ସମସ୍ୟା ଉପରେ ଆଲୋଚନା ହେଉଛି । ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଇଟାଲୀ ଅଧ୍ୟକ୍ଷତାରେ ଆହୂତ ଜି-୨୦ ରାଷ୍ଟ୍ର ବୈଠକ ଆଫଗାନିସ୍ଥାନ ସମସ୍ୟା ଦେଇ ଅନୁଷ୍ଠିତ ହେଉଥିବାରୁ   ଏହା ସ୍ୱାଗତ କରିଥିଲେ । ସେ ଶହ ଶହ ବର୍ଷ ଧରି ଭାରତ-ଆଫଗାନୀସ୍ଥାନ ମଧ୍ୟରେ ଜନସାଧାରଣଙ୍କ ରହିଥିବା ସୌହାଦ୍ଧ୍ୟପୂର୍ଣ୍ଣ ସମ୍ପର୍କର ଅବତାରଣା କରିଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତ ଦୁଇ ଦଶନ୍ଧି ଧରି ଆଫଗାନିସ୍ତାନରେ ସାମାଜିକ-ଆର୍ଥିକ ବିକାଶ ସହ ଯୁବଗୋଷ୍ଠୀ ଓ ମହିଳାଙ୍କ ଉତଥାନ ନେଇ କାର୍ଯ୍ୟ କରୁଆସୁଛି । ଆଫଗାନିସ୍ତାନରେ ଭାରତ ପାଞ୍ଚଶହରୁ ଅଧିକ ବିକାଶ ପ୍ରକଳ୍ପ ତ୍ୱରାନ୍ୱିତ କରିଥିବା ଶ୍ରୀ ମୋଦୀ ପ୍ରକାଶ କରିଥିଲେ ।

          ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଫଗାନବାସୀଙ୍କ ଭାରତ ସହ ଅତୁଟ ବନ୍ଧୁତ୍ୱ ରହିଛି । ଆଫଗାନିବାସୀଙ୍କ କ୍ଷୁଧା ଓ ଅପପୁଷ୍ଟି ନେଇ ପ୍ରତ୍ୟେକ ଭାରତୀୟ ଦୁଃଖିତ । ଆନ୍ତର୍ଜାତିକ ଗୋଷ୍ଠୀ ପକ୍ଷରୁ ଆଫଗାନୀସ୍ଥାନରେ ଯେପରି ମାନବିକ ସହାୟତା ପହଞ୍ଚିବ ତାହା ସୁନିଶ୍ଚିତ କରିବା ଉପରେ ଶ୍ରୀ ମୋଦୀ ଗୁରୁତ୍ୱାରୋପ କରିଥିଲେ ।

          ଆଞ୍ଚଳିକ ଓ ବୈଶିକ ଦୃଷ୍ଟିକୋଣରୁ ଆଫଗାନ ଭୂଖଣ୍ଡ ଉଗ୍ରବାଦ ଓ ଆତଙ୍କବାଦର ଯେପରି ଶିକାର ନ ହୁଏ ତାହା ସୁନିଶ୍ଚିତ କରିବା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାଆରୋପ କରିଥିଲେ । ଆମେ ସମସ୍ତେ ଉଗ୍ରବାଦ ଓ ଆତଙ୍କବାଦ ସହ ମାଦକଦ୍ରବ୍ୟ ଓ ଅସ୍ତ୍ରଶସ୍ତ୍ର ଚୋରା କାରବାର ନିୟନ୍ତ୍ରଣକାରୀ ଗୋଷ୍ଠୀର ମୂଳୋତ୍ପାଟନ ପାଇଁ ସଂକଳ୍ପ ନେବାକୁ ମୋଦୀ ଆହ୍ୱାନ ଜଣାଇଥିଲେ ।

          ବିଗତ ୨୦ବର୍ଷର ସାମାଜିକ ଓ ଆର୍ଥିକ ସୁଫଳ ବଜାୟ ରଖିବା ସହ, ଉଗ୍ରବାଦ ଚିନ୍ତାଧାରାର ପ୍ରସାର ରୋକିବା ପାଇଁ ପ୍ରଧାନମନ୍ତ୍ରୀ ଏକ ଉତ୍ତରଦାୟୀ ଆଫଗାନୀ ପ୍ରଶାସନ ଉପରେ ଗୁରୁତ୍ୱାଆରୋପ କରିଥିଲେ । ଯାହାକି ମହିଳା ଓ ସଂଖ୍ୟାଲଘୁ ସମ୍ପ୍ରଦାୟଙ୍କ କଲ୍ୟାଣ ଉପରେ ମଧ୍ୟ ନଜର ରଖିବେ । ଜାତିସଂଘର ଆଫଗାନିସ୍ତାନର ଭୂମିକା ତଥା ଜାତିସଂଘ ସୁରକ୍ଷା ପରିଷଦର ସଂକଳ୍ପ ୨୫୯୩ ଉପରେ ଜି-୨୦ ରାଷ୍ଟ୍ର ସମୂହର ଦାୟିତ୍ୱ ମଧ୍ୟ ପ୍ରଧାନମନ୍ତ୍ରୀ ଆନ୍ତର୍ଜାତିକ ରାଷ୍ଟ୍ରସମୂହ ଏକାଠି ମିଶି ରାସ୍ତା ବାହାର କରିବା ଉପରେ ଆହ୍ୱାନ ଜଣାଇଥିଲେ ।

*****

SM / SLP



(Release ID: 1763599) Visitor Counter : 226