ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଦୁର୍ଗାଷ୍ଟମୀ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

Posted On: 13 OCT 2021 10:19AM by PIB Bhubaneshwar

ଦୁର୍ଗାଷ୍ଟମୀ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ମା ଦୁର୍ଗାଙ୍କ ଆଶୀର୍ବାଦ ସବୁବେଳେ ଆମ ଉପରେ ରହୁ ଓ ତାଙ୍କ ଆଶୀର୍ବାଦ ଆମ ସମାଜରେ ସୁଖ ତଥା ସମୃଦ୍ଧିର ଭାବନାକୁ ଆଗେଇ ନେଉ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ଏକ ଟ୍ୱିଟ ଶୃଙ୍ଖଳରେ ପ୍ରଧାନମନ୍ତ୍ରୀ କହିଛନ୍ତି;

“ଆପଣମାନଙ୍କୁ ମହାଷ୍ଟମୀ ଅବସରରେ ଶୁଭେଚ୍ଛା ଜଣାଉଛି । ନବରାତ୍ରୀର ଏହି ପବିତ୍ର ଅବସରରେ ମା ମହାଗୌରୀଙ୍କ ପୂଜା କରାଯାଏ । ତାଙ୍କ ଆଶୀର୍ବାଦରେ ସମସ୍ତଙ୍କ ଜୀବନ ପ୍ରତିଭାତ ହେଉ । ମା ମହାଗୌରୀଙ୍କୁ ଏକ ସ୍ତୁତି ନିବେଦନ କରୁଛି ।”

 

SR



(Release ID: 1763598) Visitor Counter : 162