ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଡେନମାର୍କ ପ୍ରଧାନମନ୍ତ୍ରୀଙ୍କ ସରକାରୀ ଭାରତ ଗସ୍ତ ( ଅକ୍ଟୋବର ୦୯, ୨୦୨୧) ଅବସରରେ ଭାରତ- ଡେନମାର୍କ ପକ୍ଷରୁ ଜାରି ମିଳିତ ବିବୃତ୍ତି

Posted On: 09 OCT 2021 3:40PM by PIB Bhubaneshwar

ଭାରତ ପ୍ରଜାତନ୍ତ୍ରର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅକ୍ଟୋବର ୯-୧୧, ୨୦୨୧ ପର୍ଯ୍ୟନ୍ତ ଭାରତ ଗସ୍ତରେ ଆସିଥିବା ଡେନମାର୍କର ପ୍ରଧାନମନ୍ତ୍ରୀ ମହାମାନ୍ୟ ସୁଶ୍ରୀ ମେଟେ ଫ୍ରେଡ଼ରିକ୍‍ସେନଙ୍କୁ ଆତିଥ୍ୟ ପ୍ରଦାନ କରିଥିଲେ।

ଉଭୟ ରାଷ୍ଟ୍ରର ପ୍ରଧାନମନ୍ତ୍ରୀ ଦ୍ୱୟ ଭାରତ ଓ ଡେନମାର୍କ ମଧ୍ୟରେ ସହଭାଗୀ ନୀତି ତଥା ଗଣତାନ୍ତ୍ରିକ ମୂଲ୍ୟବୋଧ, ନୈତିକତା ତଥା ମାନବିକ ଅଧିକାର ପ୍ରତି ସମ୍ମାନବୋଧ ଉପରେ ଆଧାରିତ ଘନିଷ୍ଠ ଓ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କର ଅବତାରଣା କରିଥିଲେ । ସେମାନେ ସହମତ ହୋଇଥିଲେ ଯେ ଭାରତ ଏବଂ ଡେନମାର୍କ ପରସ୍ପରର ସହଜାତ ଓ ଘନିଷ୍ଠ ସହଭାଗୀ ରାଷ୍ଟ୍ର ଏବଂ ସାମୁଦ୍ରିକ ସ୍ୱାୟତ୍ତତା ସମେତ ବିବିଧତା ତଥା ନୀତି ଭିତ୍ତିକ ଅନ୍ତରାଷ୍ଟ୍ରୀୟ ଶୃଙ୍ଖଳା ଆଧାରରେ ଭବିଷ୍ୟତରେ ଏହାକୁ ଆହୁରି ସଂସ୍କାରିତ ଓ ସୁଦୃଢ଼ କରିବା ନିମନ୍ତେ ସେମାନେ ପ୍ରୟାସ ଜାରି ରଖିବେ ।

ପ୍ରଧାନମନ୍ତ୍ରୀ ଦ୍ୱୟ ୨୦୨୦ ମସିହା ସେପ୍ଟେମ୍ବର ୨୮ ତାରିଖ ଦିନ ଭାରତ ଓ ଡେନମାର୍କ ମଧ୍ୟରେସବୁଜ ରଣନୀତିକ ସହଭାଗୀତାରେ ଅନୁଷ୍ଠିତ ଭର୍ଚୁଆଲ୍‍ ବୈଠକର ସକାରାତ୍ମକ ସୁଫଳ ଏବଂ ଏହାର ଉତ୍ସାହଜନକ ପ୍ରଗତି ଉପରେ ସନ୍ତୋଷ ବ୍ୟକ୍ତ କରିଥିଲେ । ଉଭୟ ରାଷ୍ଟ୍ରର ପ୍ରଧାନମନ୍ତ୍ରୀ ଦ୍ୱୟ ସେମାନଙ୍କର ପ୍ରତ୍ୟାଶାକୁ ସ୍ୱୀକାର ପୂର୍ବକ ମତବ୍ୟକ୍ତ କରିଥିଲେ ଯେ ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସଂପର୍କ ପାରସ୍ପରିକ ଗୁରୁତ୍ୱ ଥିବା କ୍ଷେତ୍ରମାନଙ୍କରେ ଆଗାମୀ ବର୍ଷରେ ଆହୁରି ମଜଭୁତ ହେବ । ବିଶେଷ କରି ସବୁଜ କ୍ଷେତ୍ରରେ ଏହା ସବୁଠାରୁ ଗୁରୁତ୍ୱ ବହନ କରେ । ସେହିଭଳି ସ୍ୱାସ୍ଥ୍ୟ ପରି ଅନ୍ୟାନ୍ୟ ମହତ୍ତ୍ୱପୂର୍ଣ୍ଣ କ୍ଷେତ୍ରରେ ମଧ୍ୟ ଏହି ସହଯୋଗ ବୃଦ୍ଧି ପାଇବ ବୋଲି ସେମାନେ ଆଶା ପ୍ରକଟ କରିଥିଲେ । ଦୁଇ ରାଷ୍ଟ୍ରର ପ୍ରଧାନମନ୍ତ୍ରୀ ଉଭୟ ଦେଶର ସାଂସ୍କୃତିକ ସହଯୋଗର ଗୁରୁତ୍ୱକୁ ଦୋହରାଇବା ସହ ସହମତ ପୋଷଣ କରିଥିଲେ ଯେ ଭାରତ ଓ ଡେନମାର୍କ ମଧଧ୍ୟରେ ସାସ୍କୃତିକ ବିନିମୟ କାର୍ଯ୍ୟକ୍ରମ ଜରିଆରେ ଏହାକୁ ଅଧିକ ସୁଦୃଢ଼ କରାଯିବ ।

ସବୁଜ ରଣନୀତିକ ସହଭାଗୀତା ନିମନ୍ତେ ପାଞ୍ଚବର୍ଷିଆ ଆକ୍ସନ ପ୍ଲାନ୍‍

ଦୁଇ ପ୍ରଧାନମନ୍ତ୍ରୀ ସବୁଜ ରଣନୀତିକ ସହଭାଗୀତା କ୍ଷେତ୍ରରେ ଆକାଂକ୍ଷୀ ଏବଂ ଫଳପ୍ରସୂ କାର୍ଯ୍ୟାନୁଷ୍ଠାନ ନିମନ୍ତେ ସେମାନଙ୍କର ପ୍ରତିବଦ୍ଧତାକୁ ପୁନଃପ୍ରକଟ କରିଥିଲେ । ଏହି ପରିପ୍ରେକ୍ଷୀରେ ସେମାନେ ପାଞ୍ଚବର୍ଷିଆ ଆକ୍ସନ ପ୍ଲାନ ( ୨୦୨୧- ୨୦୨୬)ର ବିସ୍ତୃତ କାର୍ଯ୍ୟକ୍ରମକୁ ସ୍ୱାଗତ କରିଥିଲେ ଏବଂ ଏହାର କାର୍ଯ୍ୟାନ୍ୱୟନ ପ୍ରଗତି ବିଷୟ ଉଲ୍ଲେଖ କରିଥିଲେ । ସେମାନେ ସହମତ ହୋଇଥିଲେ ଯେ ସବୁଜ ରଣନୀତିକ ସହଭାଗିତାକୁ ସୁଦୃଢ଼ କରିବା ସବୁଜ ବିକାଶ ନିମନ୍ତେ ଏକାନ୍ତ ଗୁରୁତ୍ୱପୂର୍ଣ୍ଣ ଏବଂ ଏହି କ୍ଷେତ୍ରରେ ପାରସ୍ପରିକ ସ୍ୱାର୍ଥଜଡ଼ିତ ସହଯୋଗ ବୃଦ୍ଧି କରାଯିବା ଜରୁରି । ଭବିଷ୍ୟତରେ ଏକ ଉପଯୁକ୍ତ ଅବସରରେ ଏହି ସହଯୋଗର ପ୍ରଗତି ସଂପର୍କର ଆକଳନ କରିବା ନିମନ୍ତେ ସେମାନେ ସହମତ ପ୍ରକଟ କରିଥିଲେ ଏବଂ ସବୁଜ ରଣନୀତିକ ସହଭାଗୀତାକୁ ଅଧିକ ବ୍ୟାପକ ଏବଂ ସୁଦୃଢ଼ କରିବା ନିମନ୍ତେ ନୂତନ ଉପାୟ ସ୍ଥିର କରିବାକୁ ମଧ୍ୟ ରାଜି ହୋଇଥିଲେ ।

ପୋଷଣୀୟ ବିକାଶ ଏବଂ ସବୁଜ ପ୍ରଗତି

ପ୍ରଧାନମନ୍ତ୍ରୀ ଦ୍ୱୟ  ସବୁଜ ଓ ସ୍ୱଳ୍ପ କାର୍ବନ ବିକାଶ ଯାହାକି ସେମାନଙ୍କର ପାଞ୍ଚବର୍ଷିଆ କାର୍ଯ୍ୟ ଯୋଜନା ମଧ୍ୟରେ ସାମିଲ ତାହାକୁ କିଭଳି ଭାବେ ବୃଦ୍ଧି ଓ ଅଧିକ ସୁଦୃଢ଼ କରାଯାଇ ପାରିମ ତାହା ଉପରେ ଗୁରୁତ୍ୱ ଆରୋପ କରିଛନ୍ତି । ସେଥି ମଧ୍ୟରେ ନିମ୍ନଲିଖିତ କ୍ଷେତ୍ରମାନ ସାମିଲ: ଜଳ, ପର୍ଯ୍ୟାବରଣ, ଅକ୍ଷୟ ଶକ୍ତି ଏବଂ ଗ୍ରୀଡ଼ ସହିତ ଏହାକୁ ସମନ୍ୱିତ କରିବା; ଜଳବାୟୁ କାର୍ଯ୍ୟାନୁଷ୍ଠାନ; ସଂପଦ ସକ୍ରିୟତା ଓ ସର୍କୁଲାର ଅର୍ଥନୀତି; ପୋଷଣୀୟ ଓ ସ୍ମାର୍ଟ ସିଟି; ବ୍ୟବସାୟ; ବାଣିଜ୍ୟ ଓ ନିବେଶ ଏବଂ ବୌଦ୍ଧିକ ସମ୍ପତ୍ତି ଅଧିକାର କ୍ଷେତ୍ରରେ ସହଯୋଗ; ସାମୁଦ୍ରିକ କ୍ଷେତ୍ରରେ ସହଯୋଗ, ସାମୁଦ୍ରିକ ନିରାପତ୍ତା; ଖାଦ୍ୟ ଓ କୃଷି; ବିଜ୍ଞାନ, ପ୍ରଯୁକ୍ତି ଓ ନବସୃଜନ; ସ୍ୱାସ୍ଥ୍ୟ ଓ ଜୀବ ବିଜ୍ଞାନ; ବିବିଧକ୍ଷେତ୍ରୀୟ ସଂଗଠନରେ ସହଯୋଗ; ତଥା ସାଂସ୍କତିକ ଓ ଲୋକ- ଲୋକ ମଧ୍ୟରେ ସଂପର୍କ ଆଦି ସାମିଲ

ଦୁଇ ପ୍ରଧାନମନ୍ତ୍ରୀ ଭାରତରେ ଅକ୍ଷୟ ଶକ୍ତି ବିକାଶର ଅସୀମ ସାମର୍ଥ୍ୟ ଥିବା ବିଷୟ ଉଲ୍ଲେଖ କରିଥିଲେ ଏବଂ ଏହି ପରିପ୍ରେକ୍ଷୀରେ ଡେନମାର୍କର କମ୍ପାନୀମାନଙ୍କ ପକ୍ଷରୁ ଗୁଜରାଟ ଓ ତାମିଲନାଡ଼ୁରେ ନୂତନ ଅକ୍ଷୟ ଶକ୍ତି ଉତ୍ପାଦନ କେନ୍ଦ୍ର ଓ ପ୍ରଯୁକ୍ତି କ୍ଷେତ୍ରରେ ପୁଞ୍ଜିନିବେଶକୁ ସ୍ୱାଗତ କରିଥିଲେ ।  ଶକ୍ତି କ୍ଷେତ୍ରରେ ବ୍ୟାପକ ଓ ସାମଗ୍ରିକ ଭାବେ ଶକ୍ତି କ୍ଷେତ୍ରରେ ସହଯୋଗ ନିମନ୍ତେ ପ୍ରୋତ୍ସାହନ ଯୋଗାଇଥିଲେ ଏବଂ ସେଥିରେ ବାୟୁ ଶକ୍ତି, ପାୱାର ମଡେଲିଂ ଏବଂ ଗ୍ରୀଡ଼ ସମନ୍ୱୟ ଯାହାକି ୨୦୨୦ ମସିହା ସେପ୍ଟେମ୍ବର ମାସରେ ଉଭୟ ନେତାଙ୍କ ମଧ୍ୟରେ ଭର୍ଚୁଆଲ ମୋଡରେ ବୈଠକ ଅନୁଷ୍ଠିତ ହେବା ପରଠାରୁ ବେଶ୍‍ ଉଲ୍ଲେଖନୀୟ ଭାବେ ପ୍ରଗତି ହାସଲ କରିଛି । ଉଭୟ ପ୍ରଧାନମନ୍ତ୍ରୀ ବ୍ୟବସାୟିକ କ୍ଷେତ୍ରରେ ନୂତନ ପ୍ରଯୁକ୍ତି, ବିଶେଷ କରି ଗ୍ରୀନ୍‍ ହାଇଡ୍ରୋଜେନ୍‍ କ୍ଷେତ୍ରରେ ସହଯୋଗ ବୃଦ୍ଧି ପାଇଁ ସହମତ ପ୍ରକଟ କରିଥିଲେ । ନୂତନ ସବୁଜ ପ୍ରଯୁକ୍ତି କ୍ଷେତ୍ରରେ ସକ୍ରିୟ ବୈଶ୍ୱିକ ସହଯୋଗ ବୃଦ୍ଧି ପାଇଁ ଉଭୟ ରାଷ୍ଟ୍ରର ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଏବଂ ସେଥିରେ ୟୁରୋପୀୟ ସଂଘ ହୋରାଇଜୋନ କାର୍ଯ୍ୟକ୍ରମ ଏବଂ ନବସୃଜନ ଅଭିଯାନ ସାମିଲ । ଏତଦ୍‍ ବ୍ୟତୀତ, ସେମାନେ ଭାରତ- ଡେନମାର୍କ ଲୋ ମିଶନକ୍ଷେତ୍ରରେ ସହଯୋଗ ଉପରେ ଗୁରୁତ୍ୱାରୋପ କରିଥିଲେ ତଥା ଗ୍ରୀନ୍‍ ହାଇଡ୍ରୋଜେନ ସମେତ ସବୁଜ ଇନ୍ଧନ କ୍ଷେତ୍ରରେ କାର୍ଯ୍ୟରତ ପ୍ରକଳ୍ପମାନଙ୍କରେ ଅଧିକ ଗବେଷଣା ଓ ବିକାଶ ନିମନ୍ତେ ଯୋଜନାବଦ୍ଧ ଭାବେ କାର୍ଯ୍ୟ କରିବା ସକାଶେ ଆହ୍ୱାନ ଜଣାଇଥିଲେ ।

ଉଭୟ ରାଷ୍ଟ୍ରର ପ୍ରଧାନମନ୍ତ୍ରୀ ଦ୍ୱୟ ଜଳ କ୍ଷେତ୍ରରେ ସହଯୋଗର ମହତ୍ତ୍ୱ ଉପରେ ଗୁରୁତ୍ୱ ଆରୋପ କରିବା ସହ ମତ ପୋଷଣ କରିଥିଲେ ଏବଂ ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳ ଜଳ ଯୋଗାଣ କାର୍ଯକ୍ରମ, ବର୍ଜ୍ୟଜଳ ପରିଚାଳନା ଏବଂ ନଦୀ ପୁନର୍ଜାଗରଣ ପ୍ରକଳ୍ପ ଉପରେ ଦୁଇ ଦେଶର ସରକାର ମିଳିତ ଭାବେ ଜାରି କାର୍ଯ୍ୟକ୍ରମକୁ ସ୍ୱାଗତ କରିଥିଲେ । ଦୁଇ ରାଷ୍ଟ୍ରର ପ୍ରଧାନମନ୍ତ୍ରୀ ଦ୍ୱୟ ଉଲ୍ଲେଖ କରିଥିଲେ ଯେ ଜଳ ଯୋଗାଣ, ବର୍ଜ୍ୟଜଳ ପରିଚାଳନା ଏବଂ ନଦୀ ପୁନର୍ଜାଗରଣ କ୍ଷେତ୍ରରେ ସହଯୋଗ ଭିତ୍ତିରେ ଏବେ କାର୍ଯ୍ୟକାରୀ ହେଉଥିବା କାର୍ଯ୍ୟକ୍ରମକୁ ନଗର ସ୍ତରରୁ ରାଜ୍ୟ ସ୍ତରକୁ/ ମୁହାଣ ସ୍ତରକୁ ସମ୍ପ୍ରସାରଣ କରିବା ସମ୍ଭାବନା ପ୍ରସଙ୍ଗ ଉଲ୍ଲେଖ କରିଥିଲେ ଏବଂ ସଂପୃକ୍ତ ପ୍ରାଧିକରଣମାନଙ୍କ ସହିତ ଏ ସଂକ୍ରାନ୍ତ ନୂତନ କ୍ଷେତ୍ର ଅନୁସନ୍ଧାନକୁ ପ୍ରୋତ୍ସାହିତ କରିଥିଲେ । ଉଭୟ ନେତା ସ୍ୱୀକାର କରିଥିଲେ ଯେ ଦୁଇ ଦେଶ ମଧ୍ୟରେ ଏଭଳି ସହଯୋଗ ପୋଷଣୀୟ ଜଳ ଯୋଗାଣ ବ୍ୟବସ୍ଥାକୁ ଅଧିକ ଉନ୍ନତ କରିବ ତଥା ଏହା ଜଳ ହାନି, ଜଳସଂପଦ ପରିଚାଳନା ଏବଂ ବର୍ଜ୍ୟଜଳ ପରିଚାଳନା ଦ୍ୱାର ଏହାକୁ ଭାରତରେ ସଂପଦ ଭାବେ ପୁନରୁଦ୍ଧାର କରିବାରେ ସହାୟକ ହୋଇପାରିବ ।

ଡେନମାର୍କର ପ୍ରଧାନମନ୍ତ୍ରୀ ମେଟେ ଫ୍ରେଡ଼ରିକସେନ ଏହି ଅବସରରେ ଡେନମାର୍କ ସରକାର ଅନ୍ତରାଷ୍ଟ୍ରୀୟ ସୌର ସଂଗଠନ (ଆଇଏସଏ)କୁ ସ୍ୱୀକୃତି ପ୍ରଦାନ କରିଥିବା ପ୍ରସଙ୍ଗ ଉଲ୍ଲେଖ କରିଥିଲେ । ଏହି ପରିପ୍ରେକ୍ଷୀରେ ସେ ସୂଚାଇଥିଲେ ଯେ ଜଳବାୟୁ କାର୍ଯ୍ୟକ୍ରମରେ ସାର୍ବଜନୀନ ସହଯୋଗ ନିମନ୍ତେ ଏହି କ୍ଷେତ୍ରରେ ପର୍ଯ୍ୟାପ୍ତ ସହଯୋଗର ଅବସର ଓ ସୁଯୋଗ ରହିଛି । ସେଥି ମଧ୍ୟରେ ଅକ୍ଷୟ ଶକ୍ତି ଉତ୍ପାଦନ ନିମନ୍ତେ ସମସ୍ତ ଉତ୍ସକୁ ସମନ୍ୱିତ ଭାବେ ଉପଯୋଗ କରିବା ଉଦ୍ୟମ ସାମିଲ । ଯେହେତୁ ଭାରତ ଏବଂ ଡେନମାର୍କ  LeadITର ସଦସ୍ୟ, ସେହି ଦୃଷ୍ଟିରୁ ଉଭୟ ରାଷ୍ଟ୍ରର ପ୍ରଧାନମନ୍ତ୍ରୀ ଦ୍ୱୟ ଶିଳ୍ପ ପର୍ଯ୍ୟାୟ ଅତିକ୍ରମଣ ନେତୃତ୍ୱ ଗୋଷ୍ଠୀ (Leadership Group on Industry Transition) କ୍ଷେତ୍ରରେ ଅତି ଜଟିଳ କ୍ଷେତ୍ରରେ ସହଯୋଗ ଜାରି ରଖିବା ନିମନ୍ତେ ସହମତ ବ୍ୟକ୍ତ କରିଛନ୍ତି ।

ଉଭୟ ରାଷ୍ଟ୍ରର ପ୍ରଧାନମନ୍ତ୍ରୀ ବୈଶ୍ୱିକ ଜଳବାୟୁ ପରିବର୍ତ୍ତନ କ୍ଷେତ୍ରରେ ଥିବା ବୈଶ୍ୱିକ ଚାଲେଞ୍ଜକୁ ମିଳିତ ଜାତିସଂଘ ପୋଷଣୀୟ ବିକାଶ ଲକ୍ଷ୍ୟ (ଏସଡିଜି) ଆଧାରିତ ପ୍ୟାରିସ୍‍ ଜଳବାୟୁ ରାଜିନାମାର ସର୍ତ୍ତାବଳୀ ଅନୁସାରେ ପ୍ରତିହତ କରିବା କ୍ଷେତ୍ରରେ ସେମାନଙ୍କର ସହଯୋଗ ଜାରି ରଖିବା ନିମନ୍ତେ ନିର୍ଦ୍ଦିଷ୍ଟ ଭାବେ ପ୍ରତିବଦ୍ଧତା ପ୍ରକଟ କରିଛନ୍ତି । ଦୁଇ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରି କହିଛନ୍ତି ଯେ ଜଳବାୟୁ ପରିବର୍ତ୍ତନ ଏକ ବୈଶ୍ୱିକ ସଂକଟ ଯେଉଁଥିପାଇଁ ବୈଶ୍ୱିକ ନେତୃତ୍ୱର ଆବଶ୍ୟକତା ରହିଛି; ଡେନମାର୍କ ଏବଂ ଭାରତ ଏକ ସବୁଜ ଓ ପୋଷଣୀୟ ଭବିଷ୍ୟତ ସୁନିଶ୍ଚିତ କରିବା ନିମନ୍ତେ ଜରୁରି ତଥା ବୈଶ୍ୱିକ ଗୋଷ୍ଠୀବଦ୍ଧତା ଆଧାରରେ ଏହି ଲକ୍ଷ୍ୟ ହାସଲ ଦିଗରେ କାର୍ଯ୍ୟ କରିବା ସକାଶେ ସହମତ ପ୍ରକଟ କରିଛନ୍ତି । ପ୍ୟାରିସ ଜଳବାୟୁ ରାଜିନାମାର ସର୍ତ୍ତାବଳୀ ତଥା ଜାତୀୟ ପରିସ୍ଥିତି ଏବଂ ସମାନତା ନୀତି ଓ ପ୍ରତିବଦ୍ଧତା ଆଧାରରେ ଏହି କାର୍ଯ୍ୟ ସଂପାଦନ କରିବାକୁ ସେମାନେ ରାଜି ହୋଇଛନ୍ତି ।

ପ୍ରଧାନମନ୍ତ୍ରୀ ଦ୍ୱୟ ସହମତ ହୋଇଛନ୍ତି ଯେ ବୈଶ୍ୱିକ ମହାତ୍ତ୍ୱକାଂକ୍ଷୀ କାର୍ଯ୍ୟଯୋଜନା ଗ୍ରହଣ ମାଧ୍ୟମରେ ସେମାନେ ଜଳବାୟୁ ପରିବର୍ତ୍ତନକୁ ରୋକିବା ଭଳି ପଦକ୍ଷେପ ମିଳିତ ଭାବେ ଗ୍ରହଣ କରିବେ ଏବଂ ତାହା ଜଳବାୟୁ ପରିବର୍ତ୍ତନ ସଂକ୍ରାନ୍ତ ଆନ୍ତଃ ସରକାରୀସ୍ତରୀୟ ପାନେଲର ଷଷ୍ଠ ଆକଳନ ରିପୋର୍ଟରେ ଉପଲବ୍ଧ କାରଣ ଏବଂ ଏହାର ନିରାକରଣ ନିମନ୍ତେ ଉପଲବ୍ଧ ବୈଜ୍ଞାନିକ ପଦକ୍ଷେପ ମାଧ୍ୟମରେ ସଂପାଦନ କରାଯିବ । ଉଭୟ ଦେଶର ପ୍ରଧାନମନ୍ତ୍ରୀ ଦ୍ୱୟ ବୈଶ୍ୱିକ ମହାମାରୀ କରୋନା ପରବର୍ତ୍ତୀ ସମୟରେ ଆର୍ଥିକ ପୁନରୁତ୍ଥାନ ନିମନ୍ତେ ପୋଷଣୀୟ କାର୍ଯ୍ୟପନ୍ଥା ଗ୍ରହଣ ନିମନ୍ତେ ଆବଶ୍ୟକ ବୈଶ୍ୱିକ ସହଯୋଗରେ ସାମିଲ ହେବେ । ଉଭୟ ରାଷ୍ଟ୍ରର ପ୍ରଧାନମନ୍ତ୍ରୀ ସେମାନଙ୍କ ଆଲୋଚନା ଅବସରରେ ଗ୍ଲାସଗୋଠାରେ ଅନୁଷ୍ଠିତ ହେବାକୁ ଥିବା ଆଗାମୀ କୋପ୨୬ ସମ୍ମିଳନୀ ସଂପର୍କରେ ମତ ବିନିମୟ କରିଥିଲେ ଏବଂ କୋପ୍‌୨୬ର ମହାତ୍ତ୍ୱକାଂକ୍ଷୀ ନିର୍ଯ୍ୟାସକୁ ସଂପୂର୍ଣ୍ଣ ରୂପେ ରୂପାନ୍ୱୟନ କରିବା ସକାଶେ ମିଳିତ ଭାବେ ଆବଶ୍ୟକ କାର୍ଯ୍ୟପନ୍ଥା ଗ୍ରହଣ କରିବେ ।

ଉଭୟ ରାଷ୍ଟ୍ରର ପ୍ରଧାନମନ୍ତ୍ରୀ ଏହି ପ୍ରସଙ୍ଗ ଉପରେ ଗୁରୁତ୍ୱ ଆରୋପ କରିଥିଲେ ଯେ ନିବେଶର ପୋଷଣୀୟ ଉତ୍ସ ସନ୍ଧାନ କରିବା ସହ ପୁଂଜି ନିବେଶ ନିମନ୍ତେ ପ୍ରୟାସୀ ହେବେ । ଘରୋଇ ଆର୍ଥିକ ଅନୁଷ୍ଠାନମାନେ ଏ ଦିଗରେ ଦେଖାଇଥିବା ପର୍ଯ୍ୟାପ୍ତ ଆଗ୍ରହ ଏବଂ ପ୍ରତିବଦ୍ଧତାରେ ସେମାନେ ସନ୍ତୋଷ ବ୍ୟକ୍ତ କରିଥିଲେ । ଉଭୟ ରାଷ୍ଟ୍ରର ପ୍ରଧାନମନ୍ତ୍ରୀ ଦ୍ୱୟ ପୁଞ୍ଜିନିବେଶକୁ ପ୍ରୋତ୍ସାହନ ଦେବା ନିମନ୍ତେ ସେମାନଙ୍କର ପ୍ରତିବଦ୍ଧତାକୁ ପୁଣି ଥରେ ପ୍ରକଟ କରିଥିଲେ ଏବଂ ସମ୍ବଦ୍ଧିତ କଥାବାର୍ତ୍ତା ଓ ସହଯୋଗ ମାଧ୍ୟମରେ ଏବଂ ଅନୁକୂଳ ଢ଼ାଚାଗତ ସର୍ତ୍ତାବଳୀ ଅନୁସାରେ ସେମାନେ ପ୍ରକଳ୍ପ ବିକାଶକୁ ଆଗେଇ ନେବେ । ଅଧିକନ୍ତୁ, ଦୁଇ ଦେଶର ପ୍ରଧାନମନ୍ତ୍ରୀ ସହମତ ବ୍ୟକ୍ତ କରିଥିଲେ ଯେ ନବସୃଜନ ଓ ସୁଲଭ ପ୍ରଯୁକ୍ତିକୁ ପରସ୍ପର ମଧ୍ୟରେ ହସ୍ତାନ୍ତର କରିବେ ଯାହାକି ସ୍ୱଳ୍ପ କାର୍ବନ ଶକ୍ତି ଏବଂ ଶିଳ୍ପ ଅବସ୍ଥାନ୍ତରଣକୁ ପ୍ରୋତ୍ସାହନ ଯୋଗାଣ ନିମନ୍ତେ ଏକାନ୍ତ ଜରୁରି । ଦୁଇ ଦେଶର ପ୍ରଧାନମନ୍ତ୍ରୀ ଦ୍ୱୟ ସେମାନଙ୍କର ସାମର୍ଥ୍ୟ ଅନୁସାରେ ଇ- ମୋବିଲିଟି, ଅଫ୍‌ସୋର ବାୟୁ, ଇନ୍ଧନ- ପ୍ରଯୁକ୍ତି ତଥା ଅନ୍ୟାନ୍ୟ ସାଧନ ମଧ୍ୟରେ ଗ୍ରୀନ ହାଇଡ୍ରୋଜେନ୍ ଏବଂ ଗ୍ରୀନ ଇଥାନୋଲ ବ୍ୟବହାର କ୍ଷେତ୍ରରେ ସେମାନଙ୍କର ବ୍ୟବସାୟିକ ସହଯୋଗର ପରିସରକୁ ସଂପ୍ରସାରଣ କରିବେ ଯାହାକି ଉଭୟ ରାଷ୍ଟ୍ରର ସମାନ ଲକ୍ଷ୍ୟ ରହିଛି ।

ପ୍ରଧାନମନ୍ତ୍ରୀ ଦ୍ୱୟ ଉଲ୍ଲେଖ କରିଥିଲେ ଯେ ୨୦୨୨ ମସିହାରେ ଭାରତର ବେଙ୍ଗାଲୁରୁରେ ଅନଲିଶ୍‌ପ୍ରୟାଶର ଶୁଭାରମ୍ଭ କରାଯିବ । ଏହା ଉଦ୍ୟମିତା କ୍ଷେତ୍ରରେ ଯୁବଗୋଷ୍ଠୀଙ୍କ ଭୂମିକାକୁ ସହଯୋଗ ଯୋଗାଇବ ଯାହାକି ପୋଷଣୀୟ ବିକାଶ ଲକ୍ଷ୍ୟ ହାସଲ ନିମନ୍ତେ ଏକ ଗୁରୁତ୍ୱପୂର୍ଣ୍ଣ ସାଧନ ଭାବେ ବିବେଚନା କରାଯାଉଛି । ସେହିଭଳି, ଦୁଇ ଦେଶର ପ୍ରଧାନମନ୍ତ୍ରୀ ଦ୍ୱୟ ନୀତି ଆୟୋଗ- ଅଟଳ ନବସୃଜନ ମିଶନ ଏବଂ ନବସୃଜନ କେନ୍ଦ୍ର ଡେନମାର୍କ ଜରିଆରେ ୨୦୨୨ ଏବଂ ୨୦୨୩ ମସିହାର ୱାଟର ଚାଲେଞ୍ଜଅଧୀନରେ କାର୍ଯ୍ୟକାରୀ ହେବାକୁ ଯାଉଥିବା ପୋଷଣୀୟ ଜଳ ଉଦ୍ୟମିତା ପ୍ରୟାସକୁ ସ୍ୱାଗତ କରିଥିଲେ ।

ସବୁଜ ରଣନୀତିକ ସହଭାଗୀତା କାର୍ଯ୍ୟଯୋଜନା ପ୍ରବର୍ତ୍ତନ ନିମନ୍ତେ ଏବେସୁଦ୍ଧା ଗ୍ରହଣ କରାଯାଇଥିବା ପଦକ୍ଷେପକୁ ଦୁଇ ଦେଶର ପ୍ରଧାନମନ୍ତ୍ରୀ ଦ୍ୱୟ ସ୍ୱାଗତ କରିଛନ୍ତି । ସେଥିରେ ଜଳ ଜୀବନ ମିଶନକୁ ସମର୍ଥନ ପୂର୍ବକ ପୋଷଣୀୟ ଜଳ ଯୋଗାଣ ନିମନ୍ତେ ତିନିବର୍ଷିଆ କାର୍ଯ୍ୟ ଯୋଜନା ସାମିଲ । ଏହି ପରିପ୍ରେକ୍ଷୀରେ ୨୦୨୧ ମସିହା ଜୁଲାଇ ୫ ତାରିଖ ଦିନ ଭାରତ ସରକାରଙ୍କ ଗୃହନିର୍ମାଣ ଏବଂ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ ଏବଂ ଡେନମାର୍କ ସରକାରଙ୍କ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । ଏହି ବୁଝାମଣାପତ୍ରର ସର୍ତ୍ତାନୁସାରେ ପୋଷଣୀୟ ତଥା ସ୍ମାର୍ଟ ସହରାଞ୍ଚଳ ଜଳ ଯୋଗାଣ କ୍ଷେତ୍ର ପାଇଁ ଦୁଇ ଦେଶ କାର୍ଯ୍ୟ କରିବେ । ସେହିଭଳି ଆଇଆଇଟି, କାନପୁରର ସେଣ୍ଟର ଫର୍ ଗଙ୍ଗା ରିଭର ବେସିନ୍ ଆଣ୍ଡ ମ୍ୟାନେଜମେଣ୍ଟ୍ ଷ୍ଟଡିଜ୍ (ସିଗଙ୍ଗା) ଏବଂ ଡେନମାର୍କ ସରକାରଙ୍କ ଇନୋଭେସନ୍ ସେଣ୍ଟର ଡେନମାର୍କ ଗଙ୍ଗା ନଦୀ ଜଳ ସ୍ୱଚ୍ଛକରଣ ଦିଗରେ ମିଳିତ ଭାବେ ବିକାଶମୂଳକ ପ୍ରଯୁକ୍ତିଗତ ସହଯୋଗ ଓ ସମାଧାନ ଉପାୟ ରୂପାୟନ କରିବେ ।

ସ୍ୱାସ୍ଥ୍ୟ, ଟିକାକରଣ ସହଭାଗୀତା ଓ କୋଭିଡ଼- ୧୯

ଦୁଇ ଦେଶର ପ୍ରଧାନମନ୍ତ୍ରୀ ବୈଶ୍ୱିକ ମହାମାରୀ କୋଭିଡ଼- ୧୯ ସ୍ଥିତି ଏବଂ ଏହାକୁ ନିୟନ୍ତ୍ରଣ କରିବା ଦିଗରେ ଗ୍ରହଣ କରାଯାଉଥିବା ପଦକ୍ଷେପ ସଂପର୍କରେ ସେମାନଙ୍କର ମତ ବିନିମୟ କରିଥିଲେ ଏବଂ ଏକ ବୈଶ୍ୱିକ ଉପକାରସିଦ୍ଧ ଟିକାକରଣ ସହଭାଗୀତା ଗଠନ ନିମନ୍ତେ ସହମତ ହୋଇଥିଲେ । ବିଶେଷ କରି ପ୍ରତିଷେଧକ ଟିକା ଉତ୍ପାଦନ କ୍ଷେତ୍ରରେ ଭାରତର ସୁଦୃଢ଼ ସ୍ଥିତି ପରିପ୍ରେକ୍ଷୀରେ ସହଯୋଗ ସ୍ଥାପନ ନିମନ୍ତେ ଦୃଢ଼ ମତ ପ୍ରଦାନ କରିଥିଲେ । ଏଥି ସହ ସାରା ବିଶ୍ୱରେ ଏହି ପ୍ରତିଷେଧକ ଟିକା ଉପଲବ୍ଧ କରାଯିବା ପ୍ରୟାସକୁ ସମର୍ଥନ ଜଣାଇଥିଲେ ।  ପ୍ରଧାନମନ୍ତ୍ରୀ ଦ୍ୱୟ ଉଲ୍ଲେଖ କରିଥିଲେ ଯେ ଉଭୟ ରାଷ୍ଟ୍ର ଭାରତ ପକ୍ଷର  ବୈଜ୍ଞାନିକ ଏଜେନ୍ସି ଏବଂ ଡ଼େନମାର୍କର ନୋଭୋ ନୋର୍ଡିସ୍କ ଫାଉଣ୍ଡେସନ ମଧ୍ୟରେ ସହଯୋଗ ସ୍ଥାପନ ନିମନ୍ତେ ଉଲ୍ଲେଖ କରିଥିଲେଏହି ସହଯୋଗ ଗବେଷଣା ଓ ବିକାଶ କ୍ଷେତ୍ରରେ ସମାନ ସମାନ ଅବଦାନ ଆଧାରରେ କରାଯିବ ଯାହାକି କାର୍ଡିଓଭାସ୍କୁଲାର ଏବଂ ମେଟାବୋଲିକ୍ ରୋଗଗୁଡ଼ିକ ନିମନ୍ତେ ବିଶେଷ ଉପକାରସିଦ୍ଧ ହୋଇପାରିବ । ଦୁଇ ପ୍ରଧାନମନ୍ତ୍ରୀ ନିଷ୍ପତ୍ତି କରିଛନ୍ତି ଯେ ଉଭୟ ରାଷ୍ଟ୍ରର ଟିକାକରଣ ସାର୍ଟିଫିକେଟକୁ ସେମାନେ ପାରସ୍ପରିକ ଭାବେ ସ୍ୱୀକୃତି ପ୍ରଦାନ କରିବେ ଯାହା ଉଭୟ ରାଷ୍ଟ୍ର ମଧ୍ୟରେ ଗମନାଗମନକୁ ସହଜସାଧ୍ୟ କରିପାରିବ ।

ଉଭୟ ରାଷ୍ଟ୍ରର ପ୍ରଧାନମନ୍ତ୍ର ଦ୍ୱୟ ସେମାନଙ୍କର ପ୍ରତିବଦ୍ଧତାକୁ ପୁନଃ ପ୍ରକଟ କରିବା ସହିତ  ସ୍ୱାସ୍ଥ୍ୟ କ୍ଷେତ୍ରରେ ନୂତନ ଭାବେ ସ୍ୱାକ୍ଷରିତ ବୁଝାମଣାପତ୍ରକୁ କାର୍ଯ୍ୟକାରୀ କରିବା ନିମନ୍ତେ ସହମତ ହୋଇଛନ୍ତି । ଏବଂ ଏହି ଦିଗରେ ପ୍ରଥମ ମିଳିତ କାର୍ଯ୍ୟକାରୀ ଗୋଷ୍ଠୀର ବୈଠକ ଉପରେ ସେମାନେ ସନ୍ତୋଷ ବ୍ୟକ୍ତ କରିଥିଲେ । ଏହି ବୁଝାମଣା ପତ୍ରର ପର୍ଯ୍ୟାପ୍ତ ସାମର୍ଥ୍ୟ ରହିଥିବା ବିଷୟ ଉଲ୍ଲେଖ କରି ସେମାନେ କହିଥିଲେ ଯେ ଡିଜିଟାଲ ସ୍ୱାସ୍ଥ୍ୟ ସମେତ ସ୍ୱାସ୍ଥ୍ୟ, ବାରମ୍ବାର ସଂକ୍ରମିତ ହେଉଥିବା ରୋଗ ତତା ଟିକାକରଣ ଓ କୋଭିଡ଼- ୧୯ ମହାମାରୀ ଦୃଷ୍ଟିରୁ ବର୍ଦ୍ଧିଷ୍ଣୁ ଆଣ୍ଟିମାଇକ୍ରୋବାୟାଲ୍ ରେଜିଷ୍ଟାନ୍ସ (ଏଏମଆର) ବିପଦର ମୁକାବିଲ ସକାଶେ ବ୍ୟାପକ କ୍ଷେତ୍ରରେ ସହଯୋଗର ସହ କାର୍ଯ୍ୟ କରିବାର ଜରୁରି ଆବଶ୍ୟକତା ରହିଥିବା କଥା ସେମାନେ ଉଲ୍ଲେଖ କରିଥିଲେ ।

ନୂତନ ରାଜିନାମା

ଦୁଇ ରାଷ୍ଟ୍ରର ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ ନିମ୍ନଲିଖିତ ରାଜିନାମା ଓ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା:

ଭାରତର ବିଜ୍ଞାନ ଓ ଶିଳ୍ପ ଗବେଷଣା ପରିଷଦ ଏବଂ ଡେନମାର୍କର ପାଟେଣ୍ଟ୍ ଏବଂ ଟ୍ରେଡମାର୍କ ଅଫିସ ମଧ୍ୟରେ ପାରମ୍ପରିକ ଜ୍ଞାନ ଡିଜିଟାଲ ଲାଇବ୍ରେରୀ ଉପଲବ୍ଧ ନିମନ୍ତେ ସ୍ୱାକ୍ଷରିତ ରାଜିନାମା

ଭାରତ ସରକାରଙ୍କ କୌଶଳ ବିକାଷ ଓ ଉଦ୍ୟମିତା ମନ୍ତ୍ରଣାଳୟ ଓ ଡେନମାର୍କ ସରକାରଙ୍କ ମଧ୍ୟରେ ଯୁଗ୍ମ ଲେଟର ଅଫ୍ ଇଣ୍ଟେଣ୍ଟ୍‌ସ୍ୱାକ୍ଷରିତ ।

ଭାରତର ହାଇଦ୍ରାବାଦ ସ୍ଥିତି ବିଜ୍ଞାନ ଓ ଶିଳ୍ପ ଗବେଷଣା ପରିଷଦ- ରାଷ୍ଟ୍ରୀୟ ଜିଓଫିଜିକାଲ ଗବେଷଣା ପ୍ରତିଷ୍ଠାନ ଏବଂ ଡେନମାର୍କର ଆରହସ ବିଶ୍ୱବିଦ୍ୟାଳୟ ଏବଂ ଜିଓଲୋଜିକାଲ୍ ସର୍ଭେ ଅଫ୍ ଡେନମାର୍କ ଆଣ୍ଡ ଗ୍ରୀନଲାଣ୍ଡ ମଧ୍ୟରେ ଭୂତଳ ଜଳ ଓ ଜଳଉତ୍ସର ଅନୁସନ୍ଧାନ ନିମନ୍ତେ ସ୍ୱାକ୍ଷରିତ ବୁଝାମଣ ପତ୍ର ।

ଇଣ୍ଡିଆନ ଇନଷ୍ଟିଚୁଟ୍ ଅଫ୍ ସାଇନ୍ସ, ବେଙ୍ଗାଲୁରୁ ଏବଂ ଡାନଫସ୍ ଇଣ୍ଡଷ୍ଟ୍ରୀଜ୍ ପ୍ରାଇଭେଟ ଲିମିଟେଡ଼ ମିଳିତ ଭାବେ ଏକ ସେଣ୍ଟର ଅଫ୍ ଏକ୍ସଲେନ୍ସସ୍ଥାପନ କରିବେ ଯାହା  ଉଷ୍ମମଣ୍ଡଳୀୟ ଜଳବାୟୁ ନିମନ୍ତେ ପ୍ରକୃତିକ ରେଫ୍ରିରେରାଣ୍ଟସ୍ ଭାବେ ସମ୍ଭାବ୍ୟ ଉପଯୋଗ କରାଯାଇପାରିବ ।

ବିବିଧ କ୍ଷେତ୍ରୀୟ ସହଯୋଗ

ପ୍ରଧାନମନ୍ତ୍ରୀ ଦ୍ୱୟ ଦୁଇ ରାଷ୍ଟ୍ର ମଧ୍ୟରେ ବିବିଧ କ୍ଷେତ୍ରରେ ସହଯୋଗ ଉପରେ ଗୁରୁତ୍ୱ ଆରୋପ କରିବା ସହ କୋଭିଡ଼- ୧୯ ମହାମାରୀକୁ ନିୟନ୍ତ୍ରଣ କରିବା ଦିଗରେ ଏହି ସହଯୋଗ କିଭଳି ଭାବେ ସଫଳତା ପୂର୍ବକ କାର୍ଯ୍ୟ କରିଛି ତାହା ଉଲ୍ଲେଖ କରିଥିଲେ । ସେହିଭଳି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ)ର ସଂସ୍କାର ଓ ଏହାର ସୁଦୃଢ଼ୀକରଣ ତଥା ଅନ୍ତରାଷ୍ଟ୍ରୀୟ ଅନ୍ୟାନ୍ୟ କ୍ଷେତ୍ରରେ ଆପାତକାଳୀନ ପ୍ରସ୍ତୁତି ତଥା ଏହି ସହଯୋଗକୁ ଅଧିକ ସୁଦୃଢ଼ ଓ ସକ୍ରିୟ କରିବା ଉପରେ ସେମାନେ ଗୁରୁତ୍ୱାରୋପ କରିଥିଲେ ।

 ମିଳିତ ଜାତିସଂଘର ନିରାପତ୍ତା ପରିଷଦର ଅଧ୍ୟକ୍ଷ ପଦକୁ କୁ ଭାରତ ଅଗଷ୍ଟ ମାସରେ ସଫଳତାର ସହ ନିର୍ବାଚିତ ହୋଇଥିବାରୁ ପ୍ରଧାନମନ୍ତ୍ରୀ ଫ୍ରେଡରିକସେନ ଭାରତକୁ ଅଭିନନ୍ଦନ ଜ୍ଞାପନ କରିଥିଲେ ଏବଂ ପୁନଃ ପ୍ରତିବଦ୍ଧତା ପ୍ରକଟ କରି କହିଥିଲେ ଯେ ପରିବର୍ଦ୍ଧିତ ଜାତିସଂଘ ନିରାପତ୍ତା ପରିଷଦରେ ଭାରତର ସ୍ଥାୟୀ ସଦସ୍ୟ ପଦ ଦାବୀକୁ ଡେନମାର୍କ ପୂର୍ଣ୍ଣ ମାତ୍ରାରେ ସମର୍ଥନ କରେ ।  ସେହିଭଳି ୨୦୨୫- ୨୦୨୬ ବର୍ଷ ନିମନ୍ତେ ମିଳିତ ଜାତିସଂଘ ନିରାପତ୍ତା ପରିଷଦର ଅସ୍ଥାୟୀ ସଦସ୍ୟ ପଦ ପାଇଁ ଡେନମାର୍କର ଦାବିକୁ ଭାରତ ପୂର୍ଣ୍ଣ ସମର୍ଥନ ଜଣାଏ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଥିଲେ ।

କ୍ଷେତ୍ରୀୟ ଓ ବୈଶ୍ୱିକ ବିକାଶ

ଦୁଇ ଦେଶର ପ୍ରଧାନମନ୍ତ୍ରୀ ଦ୍ୱୟ ନିଜ ନିଜ କ୍ଷେତ୍ରର ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମ ସଂପର୍କରେ ଅବତାରଣା କରିଥିଲେ । ସେଥି ମଧ୍ୟରେ ଆଫଗାନିସ୍ତାନରେ ଉତ୍ପନ୍ନ ଚିନ୍ତାଜନକ ସ୍ଥିତି ସାମିଲ ଏବଂ ସେମାନେ ନିମ୍ନଲିଖିତ ପ୍ରସଙ୍ଗ ଉପରେ ସହମତ ହୋଇଥିଲେ । (୧) ଅଧିକ କ୍ଷେତ୍ରୀୟ ଅସ୍ଥରିତାକୁ ଏଡାଇବା, (୨) କ୍ଷେତ୍ରୀୟ ସଂପର୍କ ସୁଦୃଢ଼ କରିବା ଓ ସେଥିରେ କ୍ଷେତ୍ରୀୟ ବାଣିଜ୍ୟ କାରବାର ଓ ସଂଯୋଗୀକରଣ ତଥା ଅତିବାଦର ମୁକାବିଲ କରିବା ନିମନ୍ତେ ତୁରନ୍ତ କାର୍ଯ୍ୟନୁଷ୍ଠାନ ଗ୍ରହଣ; ଏବଂ (୩)  ମୌଳିକ ଅଧିକାରର ପ୍ରଗତିର ଧାରାକୁ ବଜାୟ ରଖିବା । ଆଫଗାନିସ୍ତାନର ଜନସାଧାରଣଙ୍କୁ ସମର୍ଥନ ଅବ୍ୟାହତ ରଖିବା ଲାଗି ସେମାନେ ନିଜର ପ୍ରତିବଦ୍ଧତା ବ୍ୟକ୍ତ କରିଥିଲେ, ଯଦ୍ୟପି ଜାତିସଂଘ ନିରାପତ୍ତା ପରିଷଦରେ ଗୃହୀତ ପ୍ରସ୍ତାନ ୨୫୯୩ (୨୦୨୧) ଆଧାରରେ ଆଫଗାନିସ୍ତାନରେ ସମାବେଶୀ ବିକାଶଧାରା, ଆତଙ୍କବାଦ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଗ୍ୟାରେଣ୍ଟି ଏବଂ ମାନବିକ ଅଧିକାର ଏବଂ ବିଶେଷ ଭାବେ ମହିଳାମାନଙ୍କ ଅଧିକାରର ସୁରକ୍ଷା  ଉପରେ ଗୁରୁତ୍ୱାରୋପ କରିଥିଲେ ।

ଦୁଇ ପ୍ରଧାନମନ୍ତ୍ରୀ ନିକଟରେ ୟୁରୋପୀୟ ସଂଘ ଦ୍ୱାରା ଘୋଷଣା କରାଯାଇଥିବା ଭାରତ- ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ର ସଂପର୍କୀତ ରଣନୀତିକୁ ସ୍ୱାଗତ କରିଥିଲେ ଏବଂ ଭାରତ- ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ୟୁରୋପୀୟ ସଂଘର ଅଧିକ କାର୍ଯ୍ୟକ୍ରମ ଯୋଜନା ସଂପର୍କରେ ଉଲ୍ଲେଖ କରିଥିଲେ ।

ଦୁଇ ଦେଶର ପ୍ରଧାନମନ୍ତ୍ରୀ ୨୦୨୧ ମସିହା ମେମାସରେ ପର୍ତ୍ତୁଗାଲ ପକ୍ଷରୁ ଆୟୋଜିତ ଭାରତ- ୟୁରୋପୀୟ ସଂଘ ନେତୃ ସମ୍ମିଳନୀକୁ ଭାରତ-ୟୁରୋପୀୟ ସଂଘ ରଣନୀତିକ ସହଯୋଗ କ୍ଷେତ୍ରରେ ଏକ ନୂତନ ମାଇଲଖୁଣ୍ଟ ବୋଲି ସ୍ୱୀକାର କରିଥିଲେ ଏବଂ ଏକ ମହାତ୍ତ୍ୱକାଂକ୍ଷୀ, ସନ୍ତୁଳିତ, ବ୍ୟାପକ ଓ ପାରସ୍ପରିକ ଉପକାରସିଦ୍ଧ ଭାରତ- ୟୁରୋପୀୟ ସଂଘ ବାଣିଜ୍ୟ ରାଜିନାମା ପାଇଁ କଥାବାର୍ତ୍ତା ଆରମ୍ଭ ଓ ପୃଥକ ଭାବେ ନିବେଶ ରାଜିନାମା ନିମନ୍ତେ ଆଲୋଚନା ଆରମ୍ଭକୁ ସ୍ୱାଗତ କରିଥିଲେ । ପ୍ରଧାନମନ୍ତ୍ରୀ ଦ୍ୱୟ ଏହି ଆଲୋଚନା ଯଥାଶୀଘ୍ର ଆରମ୍ଭ କରାଯିବା ଉପରେ ଗୁରୁତ୍ୱାରୋପ କରିଥିଲେ । ସେମାନେ ଭାରତ- ୟୁରୋପୀୟ ସଂଘ ସଂଯୋଗ ସହଭାଗୀତାକୁ ସ୍ୱାଗତ କରିବା ସହ ଦ୍ୱିପାକ୍ଷିକ ସହଯୋଗ ନିମନ୍ତେ ସହମତ ବ୍ୟକ୍ତ କରିଥିଲେ ଏବଂ ୟୁରୋପୀୟ ସଂଘ ସ୍ତରରେ ସଂଯୋଗୀକରଣ ପ୍ରକଳ୍ପକୁ ପ୍ରୋତ୍ସାହିତ କରିଥିଲେ ।

୨୦୨୨ ମସିହାରେ କୋପେନହାଗେନଠାରେ ଆୟୋଜିତ ହେବାକୁ ଥିବା ଦ୍ୱିତୟ ଭାରତ- ନୋଡିକ ଶିଖର ବୈଠକରେ ଯୋଗଦେବାକୁ ଆମନ୍ତ୍ରଣ କରିଥିବାରୁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ପ୍ରଧାନମନ୍ତ୍ରୀ ଫ୍ରେଡରିକସେନଙ୍କୁ ଧନ୍ୟବାଦ ଜଣାଇଥିଲେ ।

****

SS

 


(Release ID: 1763498) Visitor Counter : 166