ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଜୟନ୍ତୀ ଅବସରରେ ଲୋକନାୟକ ଜୟପ୍ରକାଶ ନାରାୟଣଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

Posted On: 11 OCT 2021 10:01AM by PIB Bhubaneshwar

ଲୋକନାୟକ ଜୟପ୍ରକାଶ ନାରାୟଣଙ୍କ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।

ପ୍ରଧାନମନ୍ତ୍ରୀ ଏକ ଟ୍ୱିଟରେ କହିଛନ୍ତି;

“ଜୟନ୍ତୀ ଅବସରରେ ଲୋକନାୟକ ଜେପିଙ୍କୁ ଶ୍ରଦ୍ଧାଞ୍ଜଳି । ସେ ଅସାଧାରଣ ବ୍ୟକ୍ତିତ୍ୱର ଅଧିକାରୀ ଥିଲେ, ଭାରତ ଇତିହାସରେ ସେ ନିଜ ଅଲିଭା ସ୍ୱାକ୍ଷର ଛାଡି ଯାଇଛନ୍ତି । ଜନକଲ୍ୟାଣ କାର୍ଯ୍ୟକ୍ରମ ପ୍ରତି ସେ ନିଜକୁ ସମର୍ପିତ କରିବା ସହ ଭାରତର ଗଣତାନ୍ତ୍ରିକ ମୂଲ୍ୟବୋଧ ସୁରକ୍ଷାରେ ଅଗ୍ରଣୀ ଥିଲେ । ତାଙ୍କ ଆଦର୍ଶ ଆମକୁ ଗଭୀର ଅନୁପ୍ରେରଣା ଯୋଗାଉଛି ।”    

 

SR



(Release ID: 1762944) Visitor Counter : 125