ସ୍ଵରାଷ୍ଟ୍ର ବ୍ୟାପାର ମନ୍ତ୍ରଣାଳୟ

ଚାଟର୍ଡ ବିମାନ ଯୋଗେ ଭାରତ ଆସୁଥିବା ବିଦେଶୀ ପର୍ଯ୍ୟଟକଙ୍କୁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଅକ୍ଟୋବର ୧୫ତାରିଖଠାରୁ ସାନି ‘ଭିସା’ ପ୍ରଦାନ କରିବ


ଯେଉଁ ବିଦେଶୀ ପର୍ଯ୍ୟଟକ ଚାଟର୍ଡ ଫ୍ଲାଇଟ ବିନା ଭାରତ ଆସିବାକୁ ଆଗ୍ରହୀ ସେମାନଙ୍କୁ ନଭେମ୍ବର ୧୫ଠାରୁ ସାନି ‘ଭିସା’ ଦିଆଯିବ

ସମ୍ପୃକ୍ତ ସବୁ ବିଦେଶୀ ପର୍ଯ୍ୟଟକ, ସେମାନଙ୍କୁ ଆଣୁଥିବା ବିମାନ କର୍ମଚାରୀ ଓ ସମ୍ପୃକ୍ତ ସମସ୍ତ ପକ୍ଷଙ୍କୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ଜାରି କୋଭିଡ ନିୟମ ଅବତରଣ କେନ୍ଦ୍ରରେ ପାଳନ କରିବାକୁ ପଡିବ

Posted On: 07 OCT 2021 5:43PM by PIB Bhubaneshwar

କରୋନା ମହାମାରୀ ସଂକ୍ରମଣ ଯୋଗୁଁ ଭାରତ ସରକାର ଗତବର୍ଷ ସବୁ ବିଦେଶୀଙ୍କୁ ଦିଆଯାଇଥିବା ଭିସାକୁ ଅସ୍ଥାୟୀଭାବେ ରଦ୍ଦ କରିଥିଲେ । ସେହିଭଳି ସଂକ୍ରମଣ ରୋକିବାକୁ ସରକାର ଆନ୍ତର୍ଜାତିକ ଯାତ୍ରା ଓ ଭ୍ରମଣ ଉପରେ ବିଭିନ୍ନ ପ୍ରକାର କଟକଣା ଲାଗୁ କରିଥିଲେ । ପରେ କରୋନା ସଂକ୍ରମଣର ପରିବର୍ତ୍ତିତ ସ୍ଥିତିକୁ ଦେଖି କେନ୍ଦ୍ର ସରକାର ପର୍ଯ୍ୟଟନ ବ୍ୟତୀତ ଅନ୍ୟ କାମ ପାଇଁ  ବିଦେଶୀଙ୍କୁ ଭାରତ ଆସିବାକୁ ଭିସା ପ୍ରଦାନ ନିୟମରେ କିଛି ପରିବର୍ତ୍ତନ କରିଥିଲେ । ନୂଆ ନୀତି ଅନୁସାରେ ନିଲମ୍ବିତ ଅଣପର୍ଯ୍ୟଟକ ଭିସାକୁ କୋହଳ କରାଯାଇଥିଲା । ସମ୍ପୃକ୍ତ ବିଦେଶୀ ନୂଆ ବ୍ୟବସ୍ଥାରେ ଭାରତ ଆସି ନିର୍ଦ୍ଧାରିତ ସମୟ ପାଇଁ ଭାରତରେ ରହିବା ସୁବିଧା ପାଇଥିଲେ

ତେବେ ବିଭିନ୍ନ ରାଜ୍ୟ ସରକାର, ପର୍ଯ୍ୟଟନ ଉଦ୍ୟୋଗ ଓ ବିଭିନ୍ନ ସମ୍ପୃକ୍ତ ସଂସ୍ଥା ବିଦେଶୀ ପର୍ଯ୍ୟଟକମାନଙ୍କୁ ଟୁରିଷ୍ଟ ଭିସା ପ୍ରଦାନ କରିବାକୁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ଅନୁମତି ଲୋଡିଥିଲେ । ସେମାନଙ୍କ ଆବେଦନକୁ ବିଚାରକୁ ନେଇ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଏହି କଟକଣା କୋହଳ କରିବାକୁ ନିଷ୍ପତ୍ତି ନେଇଛି । ଏଥିପାଇଁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଏବଂ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ସହିତ ଆବଶ୍ୟକ ପରାମର୍ଶ କରି ଏହି ପଦକ୍ଷେପ ଗ୍ରହଣ କରିଛି ।

ନୂତନ ନିଷ୍ପତ୍ତି ଅନୁସାରେ ଚାଟର୍ଡ ଫ୍ଲାଇଟରରେ ଭାରତ ଆସିବାକୁ ଆଗ୍ରହୀ ବିଦେଶୀ ପର୍ଯ୍ୟଟକଙ୍କୁ ଚଳିତମାସ (ଅକ୍ଟୋବର) ୧୫ରୁ ସାନି ଭିସା ପ୍ରଦାନ କରାଯିବ । ଯେଉଁ ପର୍ଯ୍ୟଟକମାନେ ଅନ୍ୟ ବିମାନ ବା ମାଧ୍ୟମରେ ଆସିବେ ସେମାନଙ୍କୁ ନଭେମ୍ବର ୧୫ଠାରୁ ପ୍ରବେଶ ଅନୁମତି ମିଳିବ ଏବଂ ଏଥିପାଇଁ ମଧ୍ୟ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ସାନି ପର୍ଯ୍ୟଟକ ଭିସା ପ୍ରଦାନ କରିବ । ସମ୍ପୃକ୍ତ ବିଦେଶୀ ପର୍ଯ୍ୟଟକ, ବିମାନ କର୍ମଚାରୀ ଓ ଅନ୍ୟାନ୍ୟ ସମ୍ପୃକ୍ତ ପକ୍ଷଙ୍କୁ ଭାରତରେ ପହଞ୍ଚିବା ସ୍ଥାନ ଓ ରହଣି ସ୍ଥାନରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଜାରି କୋଭିଡ ନିୟମ ତଥା କଟକଣାକୁ ମାନିବାକୁ ହେବ ।

ଏହି ପଦକ୍ଷେପ ସହ ଭାରତରରେ ସମସ୍ତ ପ୍ରକାର ଆନ୍ତର୍ଜାତିକ ଯାତ୍ରୀଙ୍କ ପ୍ରବେଶ ଓ ରହଣି ସଂକ୍ରାନ୍ତ ନୀତିକୁ ଅଧିକ କୋହଳ କରାଯାଇଛି । କରୋନା ସଂକ୍ରମଣର ସ୍ଥିତିରେ ଆସିଥିବା ଉନ୍ନତିକୁ ବିଚାରକୁ ନେଇ ସରକାର ଏହି ପଦକ୍ଷେପ ଗ୍ରହଣ କରିଛନ୍ତି ।

 

****

TKM



(Release ID: 1761984) Visitor Counter : 345