ପୋଷ୍ଟ କରାଯିବା ଦିନାଙ୍କ:
07 OCT 2021 1:28PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କର୍ଣ୍ଣାଟକର ବେଲାଗାଭିରେ ଘର ଭୁଶୁଡ଼ିବା କାରଣରୁ ମୃତ୍ୟୁବରଣ କରିଥିବା ଲୋକଙ୍କ ପାଇଁ ଦୁଃଖ ପ୍ରକାଶ କରିଛନ୍ତି । ପ୍ରଧାନମନ୍ତ୍ରୀ ପୀଡିତଙ୍କ ପାଇଁ ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ୍ ପାଣ୍ଠି (ପିଏମ୍ଏନ୍ଆରଏଫ୍) ର ଏକ ସହାୟତାକୁ ମଧ୍ୟ ମଞ୍ଜୁର କରିଛନ୍ତି ।
ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଟୁଇଟ୍ କରିଛି;
“କର୍ଣ୍ଣାଟକର ବେଲାଗାଭିରେ ଘର ଭୁଶୁଡ଼ିବା କାରଣରୁ ପ୍ରାଣ ହରାଇବା ଅତ୍ୟନ୍ତ ଦୁଃଖ ଦାୟକ । ଏହି ଦୁଃଖ ସମୟରେ ମୋର ଚିନ୍ତାଧାରା ମୃତ ବ୍ୟକ୍ତିଙ୍କ ପରିବାର ସହ ଅଛି । ପିଏମଏନ୍ଆରଏଫ୍ରୁ ପ୍ରତ୍ୟେକ ମୃତ ବ୍ୟକ୍ତିଙ୍କ ନିକଟ ସମ୍ପର୍କୀୟଙ୍କୁ ୨ ଲକ୍ଷ ଟଙ୍କା କରି ପ୍ରଦାନ କରାଯିବ ।”
HS