ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଦୁବାଇ ଏକ୍ସପୋ ୨୦୨୦ର ଭାରତୀୟ ପାଭିଲିୟନଠାରେ ଉପସ୍ଥିତ ଜନସମାବେଶକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମ୍ବୋଧନ

Posted On: 01 OCT 2021 8:57PM by PIB Bhubaneshwar

ନମସ୍ତେ!

ଆପଣମାନଙ୍କୁ ସମସ୍ତଙ୍କୁ ଦୁବାଇ ଏକ୍ସପୋ ୨୦୨୦ର ଭାରତୀୟ ମଞ୍ଚକୁ ସ୍ୱାଗତ । ଏହା ଏକ ଐତିହାସିକ ପ୍ରଦର୍ଶନୀ ।  ମଧ୍ୟ ପ୍ରାଚ୍ୟ, ଆଫ୍ରିକା ଏବଂ ଦକ୍ଷିଣ ଏସିଆ କ୍ଷେତ୍ରରେ ଆୟୋଜିତ ହୋଇଥିବା ଏହା ପ୍ରଥମ ପ୍ରଦର୍ଶନୀ । ଏହି ପ୍ରଦର୍ଶନୀରେ ଭାରତ ସର୍ବବୃହତ୍‍ ମଞ୍ଚ ଉପସ୍ଥାପନ କରିବା ସହ ଏଥିରେ ଅଂଶଗ୍ରହଣ କରୁଛି । ମୋର ପୂର୍ଣ୍ଣ ବିଶ୍ୱାସ ଯେ ଏହି ପ୍ରଦର୍ଶନୀ ସଂଯୁକ୍ତ ଆରବ ଏମିରେଟ୍ସ ଏବଂ ଦୁବାଇ ସହିତ ଆମର ଥିବା ନିବିଡ଼ ତଥା ଐତିହାସିକ ସମ୍ପର୍କକୁ ଆହୁରି ମଜଭୁତ କରିବାରେ ଏହି ପ୍ରଦର୍ଶନୀ ସହାୟକ ହେବ । ମୁଁ ୟୁଏଇର ଶାସକ ତଥା ରାଷ୍ଟ୍ରପତି ମହାନୁଭବ ଶେଖା ଖଲିଫା ବିନ୍‍ ଜାୟେଦ୍‍ ବିନ୍‍ ଅଲ ନାହ୍ୟାନଙ୍କୂ ଭାରତ ଓ ଭାରତର ନାଗରିକମାନଙ୍କ ତରଫରୁ ମୋର ଅଭିନନ୍ଦନ ଓ ଶୁଭେଚ୍ଛା ଜ୍ଞାପନ କରି ମୋର ବକ୍ତବ୍ୟ ଆରମ୍ଭ କରିବାକୁ ଚାହୁଁଛି।

ୟୁଏଇର ପ୍ରଧାନମନ୍ତ୍ରୀ ମହାନୁଭବ ଶେଖ୍‍ ମହମ୍ମଦନ ବିନ୍‍ ରସିଦ୍‍ ଅଲ୍‍ ମଖତୁମ ତଥା ଉପ ରାଷ୍ଟ୍ରପତି ଏବଂ ଦୁବାଇର ଶାସକଙ୍କୁ ମଧ୍ୟ ମୁଁ ମୋର ହୃଦୟର ଅଭିନନ୍ଦନ ଜ୍ଞାପନ କରୁଛି । ଏଥି ସହିତ ମୁଁ ତାଙ୍କର ଭ୍ରାତା ତଥା ଆବୁଧାବିର ଯୁବରାଜ ମହାନୁଭବ ଶେଖ୍‍ ମହମ୍ମଦ ବିନ୍‍ ଜାୟେଦ୍‍ ଅଲ୍‍ ନାହ୍ୟାନଙ୍କୁ ମଧ୍ୟ ଅଭିନନ୍ଦନ ଜଣାଉଛି । ତାଙ୍କରି ଯୋଗୁ ଦୁଇ ଦେଶ ମଧ୍ୟରେ ରଣନୀତିକ ସହଭାଗୀତା କ୍ଷେତ୍ରରେ ପ୍ରଗତି କରିବା ସମ୍ଭବପର ହୋଇପାରିଛି । ଉଭୟ ରାଷ୍ଟ୍ରର ପ୍ରଗତି ତଥା ସମୃଦ୍ଧି ଦିଗରେ ଏହି ସହଯୋଗ ଜାରି ରହିବ ବୋଲି ମୁଁ ଏହି ଅବସରରେ ଆଶ ପୋଷଣ କରୁଛି ।

ବନ୍ଧୁଗଣ,

୨୦୨୦ର ଏହି ଏକ୍ସପୋର ମୁଖ୍ୟ ପ୍ରସଙ୍ଗ ହେଲା: ମନକୁ ସଂଯୋଗ କରିବା, ଭବିଷ୍ୟତ ଗଢ଼ିବା । ଏହି ପ୍ରସଙ୍ଗ ପଛରେ ରହିଥିôବା ଭାବନାଟିକୁ ଭାରତର ପ୍ରୟାସ ପରିପ୍ରେକ୍ଷୀରେ ଦେଖିଲେ ଜଣାଯିବ ଯେ ଆମେ ଏବେ ଏକ ନୂତନ ଭାରତ ଗଠନ ଦିଗରେ ଆଗକୁ ଅଗ୍ରସର ହେଉଛୁ । ତେଣୁ ଏଭଳି ଏକ ବିରାଟ ପ୍ରଦର୍ଶନୀକୁ ଏପରି ଭବ୍ୟ ଢଙ୍ଗରେ ଆୟୋଜନ କରିଥିବାରୁ ମୁଁ ୟୁଏଇ ସରକାରଙ୍କୁ ଅଭିନନ୍ଦନ ଜ୍ଞାପନ କରୁଛି । ବିଶ୍ୱ ଯେତେବେଳେ ଏକ ଶତାବ୍ଦୀୟ ମହାମାରୀ ବିରୁଦ୍ଧରେ ସହନଶୀଳତା ପ୍ରଦର୍ଶନ କରି ଲଢ଼ୁଛି ଏହି ପ୍ରଦର୍ଶନୀର ଆୟୋଜନ ସେହି ସଂଗ୍ରାମକୁ ମଧ୍ୟ ପ୍ରଦର୍ଶିତ କରୁଛି ।

ବନ୍ଧୁଗଣ,

ଭାରତୀୟ ପାଭିଲିୟନର ଶୀର୍ଷକ ରଖାଯାଇଛି: ମୁକ୍ତଭାବନା, ସୁଯୋଗ ଏବଂ ବିକାଶ । ଆଜିର ଭାରତ ବିଶ୍ୱର ସବୁଠାରୁ ମୁକ୍ତ ରାଷ୍ଟ୍ର ଭାବେ ନିଜର ପରିଚୟ ସୃଷ୍ଟି କରିଛି । ଶିକ୍ଷାରେ ମୁକ୍ତ ଭାବନା, ଦୃଷ୍ଟିଭଙ୍ଗୀରେ ମୁକ୍ତ ଭାବନା, ନବସୃଜନରେ ମୁକ୍ତ ଭାବନା ଏବଂ ପୁଂଜି ନିବେଶରେ ମୁକ୍ତ ଭାବନା । ସେଇଥିପାଇଁ ମୁଁ ଆପଣମାନଙ୍କୁ ଆମ ଦେଶକୁ ଆସିବା ସକାଶେ ଆମନ୍ତ୍ରଣ ଜଣାଉଛି । ଆଜି, ଭାରତ ଏକ ସୁଯୋଗର ଭୂମିରେ ପରିଣତ ହୋଇଛି । ତାହା କଳା କ୍ଷେତ୍ରରେ ହେଉ ଅବା ବାଣିଜ୍ୟ, ଶିଳ୍ପ କ୍ଷେତ୍ରରେ ହୋଇଥାଉ ଅବା ଶିକ୍ଷାଗ୍ରହଣ । ଏଠାରେ: ଆବିଷ୍କାର କରିବାର ସୁଯେରାଗ, ସହଭାଗୀତାର ସୁଯୋଗ, ପ୍ରଗତିର ସୁଯୋଗ ଭରପୂର ରହିଛି । ତେଣୁ ଭାରତକୁ ଆସନ୍ତୁ ଏବଂ ଏହି ସୁଯୋଗକୁ ଆବିଷ୍କାର କରନ୍ତୁ । ଭାରତ ମଧ୍ୟ ସର୍ବାଧିକ ବିକାଶର ସୁଯୋଗ ପ୍ରଦାନ କରୁଛି । ବିକାଶର ମାତ୍ରା, ବିକାଶର ମହତ୍ତ୍ୱାକାକ୍ଷୀ ଏବଂ ବିକାଶର ଫଳାଫଳ । ଭାରତକୁ ଆପଣମାନେ ଆସନ୍ତୁ ଏବଂ ଆମର ପ୍ରଗତି ଗାଥାରେ ସାମିଲ ହୁଅନ୍ତୁ ।

ବନ୍ଧୁଗଣ,

ଭାରତ ତାର ସ୍ପନ୍ଦନଶୀଳତା ଏବଂ ବିବିଧତା ନିମନ୍ତେ ବେଶ୍‍ ପ୍ରସିଦ୍ଧ । ଆମର ବିବିଧ ସଂସ୍କୃତି, ଭାଷା, ଖାଦ୍ୟପେୟ, କଳା କର୍ମ, ସଂଗୀତ ଓ ନୃତ୍ୟ ରହିଛି । ଏହି ମଞ୍ଚରେ ସେଭଳି ବିବିଧତା ପ୍ରଦର୍ଶିତ ହୋଇଛି । ଅନୁରୂପ ଭାବେ, ଭାରତ ହେଉଛି ପ୍ରତିଭାର ଶକ୍ତି କେନ୍ଦ୍ର । ଆମ ଦେଶ ବିଶ୍ୱ ପ୍ରଯୁକ୍ତି, ଗବେଷଣା ଓ ନବସୃଜନ କ୍ଷେତ୍ରରେ ଅନେକ ଉଲ୍ଲେଖନୀୟ ପ୍ରଗତି ହାସଲ କରିଛି । ଆମର ଆର୍ଥିକ ପ୍ରଗତି ପଛରେ ଶିଳ୍ପସଂସ୍ଥା ଏବଂ ଷ୍ଟାର୍ଟ ଅପ୍‍ମାନଙ୍କର ମିଳିତ ଅବଦାନ ଭଳି ଶକ୍ତି କାର୍ଯ୍ୟ କରୁଛି । ଭାରତର ଏହି ମଞ୍ଚ ଭାରତ ବିବିଧ କ୍ଷେତ୍ରରେ ହାସଲ କରିଥିବା ସଫଳତାକୁ ପ୍ରଦର୍ଶିତ କରୁଛି ।  ସେହିଭଳି ସ୍ୱାସ୍ଥ୍ୟ ଠାରୁ ନେଇ ବୟନ, ଭିତ୍ତିଭୂମି, ସେବା ଓ ଆହୁରି ଅନେକ କ୍ଷେତ୍ରରେ ଯେଉଁ ପର୍ଯ୍ୟାପ୍ତ ନିବେଶ ସୁଯୋଗ ରହିଛି ତାହାକୁ ମଧ୍ୟ ଏହି ପ୍ରଦର୍ଶନୀରେ ସ୍ଥାନୀତ କରାଯାଇଛି । ଗତ ସାତ ବର୍ଷ ମଧ୍ୟରେ, ଭାରତ ସରକାର ଆର୍ଥିକ ବିକାଶ କାର୍ଯ୍ୟକ୍ରମକୁ ଆଗକୁ ଆଗେଇ ନେବା ଦିଗରେ ଅନେକ ସଂସ୍କାର ବ୍ୟବସ୍ଥା କାର୍ଯ୍ୟକାରୀ କରିଛନ୍ତି । ଏହି ଧାରାକୁ ଜାରି ରଖିବା ସକାଶେ ଆମେ ଆହୁରି ଅନେକ କିଛି ଆଗକୁ କରିଚାଲିବୁ ।

ବନ୍ଧୁଗଣ,

ଭାରତ ଯେତେବେଳେ ଅମୃତ ମହୋତ୍ସବ ଭାବେ ଦେଶ ସ୍ୱାଧୀନତା ପ୍ରାପ୍ତିର ୭୫ତମ ବର୍ଷ ପୂର୍ତ୍ତି ମନାଉଛି, ଆମେ ଆମନ୍ତ୍ରଣ କରୁଛୁ ଯେ ସମସ୍ତେ ଆସି ଭାରତ ପାଭିଲିୟନକୁ ପରିଦର୍ଶନ କରନ୍ତୁ ଏବଂ ପୁନରୁତ୍ଥିତ ନୂତନ ଭାରତରେ ଥିବା ସୁଯୋଗର ଫାଇଦା ନିଅନ୍ତୁ । ସବକା ସାଥ, ସବକା ବିକାଶ, ସବକା ବିଶ୍ୱାସ, ସବକା ପ୍ରୟାସ ଭାବନାର ସହ ମାନବ ସମାଜ ନିମନ୍ତେ ବିଶ୍ୱକୁ ଅବସ୍ଥାନର ଆହୁରି ଏକ ସୁନ୍ଦର ସ୍ଥାନରେ ପରିଣତ କରନ୍ତୁ ।

ଆପଣମାନଙ୍କୁ ଧନ୍ୟବାଦ ।

ଆପଣମାନଙ୍କୁ ଅଶେଷ ଧନ୍ୟବାଦ ।

 

****

SS

 



(Release ID: 1760471) Visitor Counter : 187