ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ୩୮ତମ ପ୍ରଗତି ବୈଠକ ଅନୁଷ୍ଠିତ

Posted On: 29 SEP 2021 6:25PM by PIB Bhubaneshwar

  ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ୩୮ତମ ପ୍ରଗତି ବୈଠକ ଅନୁଷ୍ଠିତ ହୋଇଛି । ଏହା ଏକ ଆଇସିଟି ଆଧାରିତ ବିବିଧ ମଡ଼େଲ ପ୍ଲାଟଫର୍ମ ଯାହା ସକାରାତ୍ମକ ସୁଶାସନ ଏବଂ ଏହାର ସମୟାନୁବର୍ତ୍ତୀ ପ୍ରବର୍ତ୍ତନ ଉପରେ ଆଧାରିତ ଏବଂ ଏଥବରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରମାନଙ୍କୁ ସାମିଲ କରାଯାଇଛି । ଏହି ବୈଠକରେ ଆଜି ଆଠଟି ପ୍ରକଳ୍ପର ସମୀକ୍ଷା କରାଯାଇଛି ।

ସେଥି ମଧ୍ୟରୁ ଚାରିଟି ପ୍ରକଳ୍ପ ହେଲା ରେଳ ମନ୍ତ୍ରଣାଳୟର, ଦୁଇଟି ଶକ୍ତି ମନ୍ତ୍ରଣାଳୟର ଏବଂ ସଡ଼କ ପରିବହନ ଓ ରାଜମାର୍ଗ ଓ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ଗୋଟିଏ ଲେଖାଏଁ ପ୍ରକଳ୍ପ । ପ୍ରାୟ ୫୦,୦୦୦ କୋଟି ଟଙ୍କାର ପୁନଃପୌନିକ ମୂଲ୍ୟରେ ଏହିସବୁ ପ୍ରକଳ୍ପ ଓଡ଼ିଶା ସମେତ ଆନ୍ଧ୍ର ପ୍ରଦେଶ, ବିହାର, ଝାଡ଼ଖଣ୍ଡ, ମଧ୍ୟ ପ୍ରଦେଶ,ମହାରାଷ୍ଟ ଓ ହରିଆନା ଭଳି ସାତଟି ରାଜ୍ୟରେ ପ୍ରବର୍ତ୍ତନ କରାଯାଉଛି ।

ପୂର୍ବରୁ ଅନୁଷ୍ଠିତ ୩୭ଟି ପ୍ରଗତି ବୈଠକରେ ମୋଟ ୨୯୭ଟି ପ୍ରକଳ୍ପର ସମୀକ୍ଷା କରାଯାଇଥିଲା ଏବଂ ସେହିସବୁ ପ୍ରକଳ୍ପଗୁଡ଼ିକ ପ୍ରାୟ ୧୪.୩୯ ଲକ୍ଷ କୋଟି ଟଙ୍କାରେ ରୂପାୟନ କରାଯାଉଛି ।

 

****

SS



(Release ID: 1759545) Visitor Counter : 216