ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି
ନିମାଚ-ରତଲାମ ରେଳ ଲାଇନର ଦୋହରୀକରଣକୁ କ୍ୟାବିନେଟ ଅନୁମୋଦନ କରିଛି
ଏହି ପ୍ରକଳ୍ପର ମୋଟ ଆନୁମାନିକ ମୂଲ୍ୟ ୧୦୯୫.୮୮ କୋଟି ହେବ ଏବଂ ଏହାର ମୂଲ୍ୟ ସମାପ୍ତି ବେଳକୁ ଅତିବେଶିରେ ବୃଦ୍ଧି ପାଇ ୧୧୮୪.୬୭ କୋଟି ଟଙ୍କା ହୋଇପାରେ ।
ପ୍ରଥମ ବର୍ଷରୁ ବାର୍ଷିକ ୫.୬୭ ନିୟୁତ ଟନ୍ ଅତିରିକ୍ତ ମାଲ ପରିବହନ ଆଶା କରାଯାଏ ଯାହା ୧୧ ବର୍ଷରେ ବାର୍ଷିକ ୯.୪୫ ମିଲିୟନ୍ ଟନକୁ ବୃଦ୍ଧି ପାଇବ
Posted On:
29 SEP 2021 3:57PM by PIB Bhubaneshwar
ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅର୍ଥନୈତିକ ବ୍ୟାପାର କମିଟି ନିମାଚ-ରତଲାମ ରେଳ ଲାଇନର ଦୋହରୀକରଣକୁ ଅନୁମୋଦନ କରିଛି । ଏହି ପ୍ରକଳ୍ପର ଆନୁମାନିକ ମୂଲ୍ୟ ୧୦୯୫.୮୮ କୋଟି ଟଙ୍କା ହେବ ଏବଂ ଏହାର ମୂଲ୍ୟ ବୃଦ୍ଧି ପାଇଁ ସମାପ୍ତି ବେଳକୁ ୧୧୮୪.୬୭ କୋଟି ଟଙ୍କା ହୋଇପାରେ । ଦୋହରୀକରଣର ମୋଟ ଦୈର୍ଘ୍ୟ ୧୩୨.୯୨ କିଲୋମିଟର । ଏହି ପ୍ରକଳ୍ପ ଚାରି ବର୍ଷ ମଧ୍ୟରେ ଶେଷ ହେବ ।
ନିମାଚ୍-ରତଲାମ ସେକ୍ସନର କ୍ଷମତା ବ୍ୟବହାର ଓ ରକ୍ଷଣାବେକ୍ଷଣ ୧୪୫.୬ ପ୍ରତିଶତ ପର୍ଯ୍ୟନ୍ତ ରହିଛି । ପ୍ରକଳ୍ପ ମାର୍ଗ ରକ୍ଷଣାବେକ୍ଷଣ ବିନା ସର୍ବୋଚ୍ଚ କ୍ଷମତାଠାରୁ ଅଧିକ ପରିପୂର୍ଣ୍ଣ ହୋଇପାରିଛି । ମୁଖ୍ୟ ଆଭ୍ୟନ୍ତରୀଣ ମାଲ ପରିବହନ ହେଉଛି ସିମେଣ୍ଟ କମ୍ପାନୀଗୁଡିକର ନିଜସ୍ୱ ତାପଜ କେନ୍ଦ୍ର ପାଇଁ ପରିବହନ କରାଯାଉଥିବା କୋଇଲା । ନିମାଚ୍ – ଚିତ୍ତୋରଗଡ ଅଞ୍ଚଳରେ ସିମେଣ୍ଟଣ୍ଟଗ୍ରେଡ୍ ଚୂନ ପଥରର ବିପୁଳ ମହଜୁଦ ଉପଲବ୍ଧତା ହେତୁ ଆସୁଥିବା ନୂତନ ସିମେଣ୍ଟଣ୍ଟଶିଳ୍ପଗୁଡିକ ପାଇଁ ଏହି ସେକ୍ସନରେ ରେଳ ଚଳାଚଳ ଆହୁରି ବୃଦ୍ଧି ପାଇବ ।
ନିମାଚ-ରତଲାମ ସେକ୍ସନର ଦୋହରୀକରଣ ହେବା ଫଳରେ ଏହି ସେକ୍ସନର କ୍ଷମତା ବୃଦ୍ଧି କରିବ । ଏହି ପଥରେ ଅଧିକ ସାମଗ୍ରୀ ଏବଂ ଯାତ୍ରୀବାହୀ ଟ୍ରେନ୍ ଚଳାଚଳ କରାଯାଇପାରିବ । ସିମେଣ୍ଟ ଶିଳ୍ପଗୁଡିକ ପାଇଁ ପ୍ରଥମ ବର୍ଷରୁ ବାର୍ଷିକ ୫.୬୭ ନିୟୁତ ଟନ୍ ଅତିରିକ୍ତ ମାଲ ପରିବହନ ଆଶା କରାଯାଉଛି ଯାହା ୧୧ ତମ ବର୍ଷରେ ବାର୍ଷିକ ୯.୪୫ ମିଲିୟନ୍ ଟନକୁ ବୃଦ୍ଧି ପାଇବ । ଏହା ଦ୍ୱାରା ଯୋଗାଯୋଗ ସହଜ ହେବା ସହିତ ସ୍ଥାନୀୟ ଅଞ୍ଚଳର ସାମାଜିକ-ଅର୍ଥନୈତିକ ବିକାଶରେ ମାଧ୍ୟମ ହେବ । ପ୍ରକଳ୍ପ ଦ୍ୱାରା ପର୍ଯ୍ୟଟନର ବି ବିକାଶ ହୋଇପାରିବ କାରଣ ପ୍ରକଳ୍ପ ଅଞ୍ଚଳରେ ଉଞ୍ଚାଗଡ କିଲ୍ଲା ସମେତ ଅନେକ ଐତିହାସିକ ସ୍ଥାନ ରହିଛି ।
HS
(Release ID: 1759438)
Visitor Counter : 238
Read this release in:
English
,
Urdu
,
Hindi
,
Marathi
,
Manipuri
,
Bengali
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam