ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ
azadi ka amrit mahotsav

କ୍ୟାବିନେଟ ସଚିବ କୋଭିଡ-୧୯ ସଂକ୍ରାନ୍ତରେ ଜନ ସ୍ୱାସ୍ଥ୍ୟ ପ୍ରତିକ୍ରିୟା ଏବଂ ଟିକାକରଣ ଅଗ୍ରଗତି ସଂକ୍ରାନ୍ତରେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ନେଇ ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରିଛନ୍ତି


କୌଣସି ସାଲିସ ପାଇଁ ସ୍ଥାନ ନାହିଁ: ରାଜ୍ୟ / କେନ୍ଦ୍ରଶାସିତ ଅଞ୍ଚଳ ଗୁଡିକ କୋଭିଡ-୧୯ ପରିସ୍ଥିତିର ନିୟମିତ ଅନୁଶୀଳନ ସହିତ ଭିତ୍ତିଭୂମି, ଔଷଧ ଏବଂ ମାନବ ସମ୍ବଳ ବୃଦ୍ଧି କରିବାକୁ ପରାମର୍ଶ ଦେଇଛନ୍ତି

କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ଆସନ୍ତା ପାର୍ବଣ ଋତୁରେ କୌଣସି ନୂତନ ସଂକ୍ରମଣକୁ ଏଡ଼ାଇବା ପାଇଁ ରଣନୀତି ସକାଶେ ଅତ୍ୟାବଶ୍ୟକ ସତର୍କତା ବିଷୟରେ ସବିଶେଷ ତଥ୍ୟ ଦେଇଛନ୍ତି

୧୧ ଟି ରାଜ୍ୟରେ ସେରୋଟାଇପ୍‌-୨ ଡେଙ୍ଗୁ ନିୟନ୍ତ୍ରଣ ଉପରେ ମଧ୍ୟ ରାଜ୍ୟମାନଙ୍କୁ ମାର୍ଗଦର୍ଶନ କରିଥିଲେ

Posted On: 18 SEP 2021 3:24PM by PIB Bhubaneshwar

କ୍ୟାବିନେଟ ସଚିବ ଶ୍ରୀ ରାଜୀବ ଗୌବା ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ଶ୍ରୀ ରାଜେଶ ଭୂଷଣ ଏବଂ ନୀତି ଆୟୋଗର ସଦସ୍ୟ ଭି.କେ ପାଲ (ସ୍ୱାସ୍ଥ୍ୟ)ଙ୍କ ଉପସ୍ଥିତିରେ ଏକ ଭିଡିଓ କନଫରେନ୍ସିଂ ମାଧ୍ୟମରେ କୋଭିଡ ପରିଚାଳନା ଏବଂ ପ୍ରତିକ୍ରିୟା ରଣନୀତିର ସମୀକ୍ଷା ଏବଂ ଆଲୋଚନା ପାଇଁ ଏକ ଉଚ୍ଚ ସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରିଥିଲେ, ଏଥିରେ ବିଭିନ୍ନ ରାଜ୍ୟ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ ସଚିବ, ଅତିରିକ୍ତ ମୁଖ୍ୟ ସଚିବ (ସ୍ୱାସ୍ଥ୍ୟ), ପ୍ରମୁଖ ସଚିବ (ସ୍ୱାସ୍ଥ୍ୟ), ମ୍ୟୁନିସିପାଲିଟି କମିଶନର, ଜିଲ୍ଲାପାଳ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ

ଗତକାଲି . କୋଟିରୁ ଅଧିକ ଟିକା ଦାନର ଉଲ୍ଲେଖନୀୟ ସଫଳତା ପାଇଁ ରାଜ୍ୟ / କେନ୍ଦ୍ରଶାସିତ ଅଞ୍ଚଳମାନଙ୍କୁ ଅଭିନନ୍ଦନ ଜଣାଇ କ୍ୟାବିନେଟ ସଚିବ ସେମାନଙ୍କ ଉଦ୍ୟମ ପାଇଁ ସ୍ୱାସ୍ଥ୍ୟ ସେବା କର୍ମଚାରୀ, ମୁଖ୍ୟ ଚିକିତ୍ସା ଅଧିକାରୀ, ଜିଲ୍ଲା ମାଜିଷ୍ଟ୍ରେଟ ଏବଂ ରାଜ୍ୟ ସ୍ୱାସ୍ଥ୍ୟ ସଚିବମାନଙ୍କୁ ପ୍ରଶଂସା କରିଛନ୍ତି ଟିକା ଦାନର ଉପଲବ୍ଧତା ସହିତ ଟୀକାକରଣର ଗତି ବଜାୟ ରହିବ ବୋଲି ସେ ଆଶା କରିଥିଲେ

ଏଥି ସହ ସେ ଏହି ଅବସରରେ ରାଜ୍ୟମାନଙ୍କୁ ମନେ ପକାଇ ଦେଇଛନ୍ତି ଯେ ସାଲିସର ସ୍ଥାନ ନାହିଁ କୋଭିଡ କଟକଣାକୁ ମାନି ଚଳିବା (ସିଏବି) କୁ କଡାକଡି ଭାବେ କାର୍ଯ୍ୟକାରୀ କରିବାର ଆବଶ୍ୟକତା ଉପରେ ସେ ଗୁରୁତ୍ୱାରୋପ କରିଥିଲେ

 

କୋଭିଡ-୧୯ ଏକାଧିକ ଶିଖର ଦେଖିଥିବା ଅନ୍ୟ ଦେଶର ଉଦାହରଣ ଦେଇ ସେ ଦେଶର କେତେକ ଇଲାକାରେ ଅଧିକ ପଜିଟିଭ ଚିହ୍ନଟ ନେଇ ଚିନ୍ତା ପ୍ରକଟ କରିଥିଲେ ରାଜ୍ୟ ସ୍ୱାସ୍ଥ୍ୟ ପ୍ରଶାସକମାନଙ୍କୁ ସେମାନଙ୍କର କୋଭିଡ ମହାମାରୀର ନିୟମିତ ଅନୁଶୀଳନ ସହିତ ସେମାନଙ୍କର ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ବୃଦ୍ଧି କରିବା, ଜରୁରୀ ଔଷଧର ମହଜୁଦ କରିବା ଏବଂ ମାନବ ସମ୍ବଳ ବୃଦ୍ଧି କରିବା ପାଇଁ ସେ ପରାମର୍ଶ ଦେଇଛନ୍ତି

କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ୧୧ ଟି ରାଜ୍ୟରେ ସେରୋଟାଇପ୍‌- ଡେଙ୍ଗୁର ବଢି ଚାଲିଥିବା ଆହ୍ୱାନ ଉପରେ ଆଲୋକପାତ କରିଛନ୍ତି ଯାହା ଅନ୍ୟ ରୋଗ ଅପେକ୍ଷା ଅଧିକ ଅଧିକ ଜଟିଳତା ସହିତ ଜଡିତ ସେ କହିଛନ୍ତି ଯେ ରାଜ୍ୟଗୁଡିକ ଆଗୁଆ ରୋଗ ଚିହ୍ନଟ, ଜ୍ୱର ପାଇଁ ହେଲ୍ପଲାଇନର କାର୍ଯ୍ୟକ୍ଷମତା ଭଳି ପଦକ୍ଷେପ ଗ୍ରହଣ କରନ୍ତୁ; ପରୀକ୍ଷଣ କିଟ୍‌, ଲାର୍ଭିସାଇଡିସ୍ଏବଂ ଔଷଧର ପର୍ଯ୍ୟାପ୍ତ ମହଜୁଦ; ତୁରନ୍ତ ଅନୁସନ୍ଧାନ ଏବଂ ଜ୍ୱର ସର୍ଭେ, କଣ୍ଟାକ୍ଟ ଟ୍ରେସିଂ, ଭେକ୍ଟର ନିୟନ୍ତ୍ରଣ ପରି ଆବଶ୍ୟକ ଜନସ୍ୱାସ୍ଥ୍ୟ କାର୍ଯ୍ୟ ପାଇଁ ତ୍ୱରିତ କାର୍ଯ୍ୟ ଦଳ ନିୟୋଜନ; ରକ୍ତ ଏବଂ ରକ୍ତ ଉପାଦାନଗୁଡ଼ିକ ବିଶେଷକରି ପେଟଲେଟ୍ଗୁଡିକ ପର୍ଯ୍ୟାପ୍ତ ପରିମାଣର ମହଜୁଦ ବଜାୟ ରଖିବା ପାଇଁ ବ୍ଲଡ ବ୍ୟାଙ୍କଗୁଡ଼ିକୁ ସଚେତନ କରିବା ହେଲ୍ପଲାଇନ, ଭେକ୍ଟର ନିୟନ୍ତ୍ରଣ ପ୍ରଣାଳୀ, ଘରେ ଡେଙ୍ଗୁର ଉତ୍ସ ହ୍ରାସ ଏବଂ ଡେଙ୍ଗୁ ଲକ୍ଷଣ ସମ୍ବନ୍ଧରେ ଆଇଇସି ଅଭିଯାନ ବ୍ୟାପକ କରିବାକୁ ରାଜ୍ୟମାନଙ୍କୁ ଅନୁରୋଧ କରାଯାଇଥିଲା

ସ୍ୱାସ୍ଥ୍ୟ ସଚିବ ରାଜ୍ୟ / କେନ୍ଦ୍ରଶାସିତ ଅଞ୍ଚଳର ଦୃଷ୍ଟିକୁ ଆଣିଛନ୍ତି ଯେ ୧୫ ଟି ରାଜ୍ୟରେ ୭୦ ଟି ଜିଲ୍ଲା ଚିନ୍ତାର କାରଣ ହୋଇଛି କାରଣ ଏହି ୩୪ ଟି ଜିଲ୍ଲାର ପଜିଟିଭ ହାର ୧୦% ରୁ ଅଧିକ ରହିଛ ଏବଂ ୩୬ ଟି ଜିଲ୍ଲାରେ ପଜିଟିଭିଟି % -୧୦% ମଧ୍ୟରେ ରହିଛି ଆଗାମୀ ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ଜନସମାଗମ ତଥା ବନ୍ଦ ସ୍ଥାନଗୁଡିକ ଠାରୁ ଦୂରରେ ରହିବା ପାଇଁ ସମସ୍ତ ଆବଶ୍ୟକୀୟ ସତର୍କତା ଏବଂ ପ୍ରଭାବଶାଳୀ କାର୍ଯ୍ୟକାରିତା ନିଶ୍ଚିତ କରିବାକୁ ରାଜ୍ୟମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା ମଲ୍‌, ସ୍ଥାନୀୟ ବଜାର, ଏବଂ ପୂଜାପାଠ ସମ୍ବନ୍ଧୀୟ ଜାରି ନିର୍ଦ୍ଦେଶାବଳୀକୁ କଡାକଡି ପାଳନ କରିବାକୁ ହେବ କୋଭିଡ କଟକଣା ମାନି ଚଳିବା (ସିଏବି) ଏବଂ କୋଭିଡ ସୁରକ୍ଷିତ ଉତ୍ସବର ପ୍ରୋତ୍ସାହନ ପାଇଁ ପ୍ରଭାବଶାଳୀ ଆଇଇସି ପାଳନ କରିବାକୁ ରାଜ୍ୟମାନଙ୍କୁ ଅନୁରୋଧ କରାଯାଇଥିଲା ସମସ୍ତ ଜିଲ୍ଲାରେ ପ୍ରତ୍ୟେକ ଦିନ ଗୁରୁତର ମାମଲା ଉପରେ ତୀକ୍ଷ୍ଣ ନଜର ରଖିବା ସହିତ ପ୍ରାଥମିକ ଚେତାବନୀ ସଙ୍କେତ ଚିହ୍ନଟ କରିବା ଏବଂ ସିଏବି କଡାକଡି ପାଳନ ନିଶ୍ଚିତ କରିବା ପାଇଁ ସେମାନଙ୍କୁ ପରାମର୍ଶ ଦିଆଯାଇଥିଲା

ପଞ୍ଚ ସୂତ୍ରୀ କୋଭିଡ ମୁକାବଲା କୌଶଳ (ପରୀକ୍ଷା, ଚିକିତ୍ସା, ଟ୍ରାକ୍‌, ଟୀକାକରଣ, ସିଏବି ଅନୁକରଣ): ଶୀଘ୍ର ଚିହ୍ନଟ ପାଇଁ ସହାୟତା ଭାବରେ ଉନ୍ନତ ପରୀକ୍ଷଣ, ଭବିଷ୍ୟତ ପାଇଁ ପ୍ରସ୍ତୁତ ହେବା ପାଇଁ ସ୍ୱାସ୍ଥ୍ୟ ଭିତ୍ତିଭୂମି ବଢାଇବା (ଗ୍ରାମାଞ୍ଚଳ ଏବଂ ଶିଶୁ ଚିକିତ୍ସାକୁ ପ୍ରାଥମିକତା ଦେବା), ରୋଗୀଙ୍କ ସମ୍ପର୍କରେ ଆସୁଥିବା ଲୋକଙ୍କୁ ଚିହ୍ନଟ କରିବା, ନୀରିକ୍ଷଣ  ଏବଂ ଅଧିକ ମାମଲା ରିପୋର୍ଟ କରୁଥିବା କ୍ଲଷ୍ଟରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା, ସମସ୍ତ ପ୍ରାଥମିକ ବୟସ ବର୍ଗଙ୍କୁ ଟିକା ସହିତ ହିତାଧିକାରୀଙ୍କ ମଧ୍ୟରେ ୨ୟ ଡୋଜ୍ ଟିକାକରଣ ଉପରେ ଧ୍ୟାନ ଦିଅନ୍ତୁ ଏବଂ କୋଭିଡ-୧୯ ପରିଚାଳନା ପାଇଁ ଏକ ପ୍ରମୁକତା ଭାବରେ ଗୋଷ୍ଠି ସହାୟତା ଉପରେ ପୁନରାୟ ଗୁରୁତ୍ୱ ଦିଆଯାଇଛି

ଏଥିରେ ଉଲ୍ଲେଖ କରାଯାଇଛି ଯେ ଡାକ୍ତରଖାନାର ଭିତ୍ତିଭୂମି ବୃଦ୍ଧି, ଅମ୍ଳଜାନ ଉପଲବ୍ଧତା, ଜରୁରୀ ଔଷଧର ବ୍ୟାପକ ମହଜୁଦ, ଆମ୍ବୁଲାନ୍ସ ସେବା ଏବଂ ଆଇଟି ସିଷ୍ଟମ / ହେଲ୍ପଲାଇନ / ଟେଲି ମେଡିସିନ୍ ସେବା ଲାଗୁ କରିବା ଜରୁରୀ ଆବଶ୍ୟକ ସ୍ୱାସ୍ଥ୍ୟ ସଚିବ କହିଛନ୍ତି ଯେ ଜରୁରୀକାଳୀନ କୋଭିଡ ରେସପନ୍ସ ପ୍ୟାକେଜ୍ ଅଧୀନରେ ସମସ୍ତ ରାଜ୍ୟ / କେନ୍ଦ୍ରଶାସିତ ଅଞ୍ଚଳକୁ ପାଣ୍ଠି ଯୋଗାଣ କରାଯାଇଛି ଯାହା ତୁରନ୍ତ ଏବଂ ଠିକଣା ଭାବରେ ବ୍ୟବହାର କରାଯିବା ଉଚିଚ

ମୁଖ୍ୟ ଶାସନ ସଚିବମାନଙ୍କୁ ଜିଲ୍ଲା ସ୍ତରୀୟ ସମୀକ୍ଷା କରିବା ଏବଂ ଧାର୍ଯ୍ୟ ଆବଶ୍ୟକତା ଅନୁଯାୟୀ ଉପଯୁକ୍ତ ଚିକିତ୍ସା ଭିତ୍ତିଭୂମି ଏବଂ ଜରୁରୀ ଯୋଗାଣ ନିଶ୍ଚିତ କରିବାକୁ ଅନୁରୋଧ କରାଯାଇଥିଲା ଅଧିକନ୍ତୁ, ଜରୁରୀ ଆବଶ୍ୟକତାକୁ ଆଧାର କରି ଘରୋଇ କ୍ଷେତ୍ରର କ୍ଷମତା ମଧ୍ୟ ଉପଯୁକ୍ତ ଭାବରେ ବିକଶିତ ଏବଂ ନିୟୋଜିତ ହୋଇପାରେ

କୌଣସି ନୂତନ ଉତ୍ତେଜନାକୁ ଏଡ଼ାଇବା ପାଇଁ ସମସ୍ତ ସମ୍ଭାବ୍ୟ ପ୍ରୟାସ କରିବାକୁ ରାଜ୍ୟ କର୍ତ୍ତୃପକ୍ଷଙ୍କୁ ଧ୍ୟାନ ଦେବାକୁ କୁହାଯାଇଥିଲା:

  • କୋଭିଡ କଟକଣା ମାନି ଚଳିବା ଏବଂ କୋଭିଡ- ନିରାପଦ ଉତ୍ସବ ପାଳନ ପାଳନ ନିଶ୍ଚିତ କରନ୍ତୁ
  • ଅଧିକ ମାମଲା ରିପୋର୍ଟ କରୁଥିବା କ୍ଲଷ୍ଟରରେ ଇଣ୍ଟେନସିଭ କଣ୍ଟେନମେଣ୍ଟ ଏବଂ ସକ୍ରିୟ ନୀରିକ୍ଷଣ କାର୍ଯ୍ୟକାରୀ କରିବା ଏବଂ ପ୍ରତିବନ୍ଧକ ଲଗାଇବାରେ ବିଳମ୍ବ ନକରିବା
  • ଆରଟି-ପିସିଆର ପରୀକ୍ଷା ବୃଦ୍ଧି ସହିତ ଅନୁପାତ ବଜାୟ ରଖିବା
  • ପିଏସ୍ ପ୍ଲାଣ୍ଟ, ଅମ୍ଳଜାନ ସିଲିଣ୍ଡର, କନସେନଟ୍ରେଟର ଏବଂ ଭେଣ୍ଟିଲେଟରର ତୁରନ୍ତ କାର୍ଯ୍ୟକାରି କରିବା
  • ଯଥେଷ୍ଟ ହେଡରୁମ୍ ସହିତ ପ୍ରସ୍ତୁତି ନିଶ୍ଚିତ କରିବାକୁ ଇସିଆରପି- ପ୍ରାଥମିକ କାର୍ଯ୍ୟକାରିତା ପାଇଁ ନିୟମିତ ସମୀକ୍ଷା
  • ଅଳ୍ପ କେତେକ ରାଜ୍ୟ ବିଦ୍ୟାଳୟ ଖୋଲିଛନ୍ତି ବୋଲି ବିଚାର କରି ପିଲାମାନଙ୍କଠାରେ ସଂକ୍ରମଣର ବିସ୍ତାର ଉପରେ ନଜର ରଖନ୍ତୁ
  • ଟୀକାକରଣ ପରେ ପୁନଃ ସଂକ୍ରମଣ ଉପରେ ନଜର ରଖନ୍ତୁ ଏବଂ ମିଳୁଥିବା ପ୍ରମାଣର ବିଶ୍ଳେଷଣ କରନ୍ତୁ
  • ଜିନୋମ ସିକ୍ୟୁଏନ୍ସିଂ ପାଇଁ ପର୍ଯ୍ୟାପ୍ତ ନମୁନା ପଠାଇବା ସହିତ ପରିବର୍ତ୍ତନଗୁଡିକ ଉପରେ ନଜର ରଖନ୍ତୁ
  • ଟୀକାକରଣର ଗତି ଏବଂ ବ୍ୟାପକତାକୁ ତ୍ୱରାନ୍ୱିତ କରନ୍ତୁ
  • ଡେଙ୍ଗୁ ଏବଂ ଅନ୍ୟାନ୍ୟ ଭେକ୍ଟର ଜନିତ ରୋଗର ପ୍ରତିରୋଧ ଏବଂ ନିୟନ୍ତ୍ରଣ ପାଇଁ ଆବଶ୍ୟକ ପଦକ୍ଷେପ ନିଅନ୍ତୁ

HS


(Release ID: 1756105) Visitor Counter : 335