ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ତାଜିକିସ୍ତାନର ଦୁଶାନବେରେ ଏସସିଓ ପରିଷଦର ରାଷ୍ଟ୍ର ମୁଖ୍ୟମାନଙ୍କର ୨୧ ତମ ବୈଠକ

Posted On: 15 SEP 2021 1:00PM by PIB Bhubaneshwar

ଏସସିଓ ପରିଷଦର ରାଷ୍ଟ୍ର ମୁଖ୍ୟମାନଙ୍କର ୨୧ତମ ବୈଠକ ୧୭ ସେପ୍ଟେମ୍ବର ୨୦୨୧ ରେ ଦୁଶାନବେରେ ହାଇବ୍ରିଡ୍ ଫର୍ମାଟରେ ଅନୁଷ୍ଠିତ ହେବ ଏହି ବୈଠକରେ ତାଜିକିସ୍ତାନର ରାଷ୍ଟ୍ରପତି ମହାମହିମ ଇମୋମାଲି ରହମାନ ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭାରତୀୟ ପ୍ରତିନିଧି ଦଳର ନେତୃତ୍ୱ ନେବେ ଏବଂ ଭିଡିଓ-ଲିଙ୍କ୍ ମାଧ୍ୟମରେ ପୂର୍ଣ୍ଣ ଅଧିବେଶନକୁ ସମ୍ବୋଧିତ କରିବେ ଦୁଶାନବେରେ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍‍. ଜୟଶଙ୍କର ପ୍ରତିନିଧିତ୍ୱ କରିବେ

ଏସସିଓ ସମ୍ମିଳନୀରେ ଏସସିଓ ସଦସ୍ୟ ରାଷ୍ଟ୍ର, ପର୍ଯ୍ୟବେକ୍ଷକ ରାଷ୍ଟ୍ର, ଏସସିଓର ସେକ୍ରେଟେରୀ ଜେନେରାଲ୍‌, ଏସସିଓ ଆଞ୍ଚଳିକ ଆତଙ୍କବାଦ ବିରୋଧୀ ସଂରଚନା (ଆରଏଟିଏସ୍‍) କାର୍ଯ୍ୟର୍ନିବାହୀ ନିର୍ଦ୍ଦେଶକ, ତୁର୍କମେନିସ୍ତାନର ରାଷ୍ଟ୍ରପତି ତଥା ଅନ୍ୟାନ୍ୟ ନିମନ୍ତ୍ରିତ ଅତିଥିମାନେ ଯୋଗଦେବେ

ହାଇବ୍ରିଡ୍ ଫର୍ମାଟରେ ଆୟୋଜିତ ହୋଇଥିବା ଏହା ହେଉଛି ପ୍ରଥମ ଏସ୍ସିଓ ସମ୍ମିଳନୀ ଏବଂ ଚତୁର୍ଥ ସମ୍ମିଳନୀ ଯାହା ଭାରତ ଏସସିଓର ଜଣେ ପୂର୍ଣ୍ଣ ସଦସ୍ୟ ଭାବରେ ଅଂଶଗ୍ରହଣ କରିବ ଏହି ସମ୍ମିଳନୀ ଏହାର ୨୦ ତମ ବାର୍ଷିକୀ ପାଳନ କରୁଥିବାରୁ ଏହାର ଗୁରୁତ୍ୱ ରହିଛି ଏହି ସମ୍ମିଳନୀରେ ନେତାମାନେ ଗତ ଦୁଇ ଦଶନ୍ଧି ମଧ୍ୟରେ ସଂଗଠନର କାର୍ଯ୍ୟକଳାପ ସମୀକ୍ଷା କରିବେ ଏବଂ ରାଜ୍ୟ ତଥା ଭବିଷ୍ୟତ ସହଯୋଗର ବିଷୟରେ ଆଲୋଚନା କରିବେ ବୋଲି ଆଶା କରାଯାଉଛି ଆଞ୍ଚଳିକ ଏବଂ ଆନ୍ତର୍ଜାତିକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗଗୁଡ଼ିକ ଉପରେ ମଧ୍ୟ ଆଲୋଚନା ହେବାର ସମ୍ଭାବନା ରହିଛି

HS


(Release ID: 1755737)