ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

୧୬ ସେପ୍ଟେମ୍ବର ଦିନ କସ୍ତୁରବା ଗାନ୍ଧୀ ମାର୍ଗ ଏବଂ ଆଫ୍ରିକା ଏଭେନ୍ୟୁସ୍ଥିତ ପ୍ରତିରକ୍ଷା କାର୍ଯ୍ୟାଳୟକୁ ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ

Posted On: 15 SEP 2021 2:36PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୧୬ସେପ୍ଟେମ୍ବର, ୨୦୨୧ ରେ ପୂର୍ବାହ୍ନ ୧୧ଟା ସମୟରେ କସ୍ତୁରବା ଗାନ୍ଧୀ ମାର୍ଗ ଏବଂ ଆଫ୍ରିକା ଏଭେନ୍ୟୁସ୍ଥିତ ପ୍ରତିରକ୍ଷା କାର୍ଯ୍ୟାଳୟ ପରିସରକୁ ଉଦ୍‌ଘାଟନ କରିବେ । ସେ ଆଫ୍ରିକା ଏଭେନ୍ୟୁସ୍ଥିତ ପ୍ରତିରକ୍ଷା କାର୍ଯ୍ୟାଳୟ ପରିସର ପରିଦର୍ଶନ କରିବେ ଏବଂ ସ୍ଥଳସେନା, ନୌସେନା, ବାୟୁସେନା ତଥା ପ୍ରଶାସନିକ ଅଧିକାରୀମାନଙ୍କ ସହ କଥାବାର୍ତ୍ତା କରିବେ । ଏହା ପରେ ପ୍ରଧାନମନ୍ତ୍ରୀ ଉପସ୍ଥିତ ଜନସାଧାରଣଙ୍କୁ ସମ୍ବୋଧିତ କରିବେ ।

ନୂତନ ପ୍ରତିରକ୍ଷା କାର୍ଯ୍ୟାଳୟ ପରିସର ସମ୍ପର୍କରେ

ନୂତନ ପ୍ରତିରକ୍ଷା କାର୍ଯ୍ୟାଳୟ ପରିସରରେ ସ୍ଥଳସେନା, ନୌସେନା ଏବଂ ବାୟୁସେନା ସହିତ ପ୍ରତିରକ୍ଷା ମନ୍ତ୍ରଣାଳୟ ଏବଂ ସଶସ୍ତ୍ର ବାହିନୀର ପ୍ରାୟତଃ ୭,୦୦୦ ଅଧିକାରୀମାନଙ୍କ କାର୍ଯ୍ୟ ପାଇଁ ଜାଗା ଉପଲବ୍ଧ ହେବ । ଏହି ଭବନ ଆଧୁନିକ, ସୁରକ୍ଷିତ ଏବଂ ପରିଚାଳନା କାର୍ଯ୍ୟ ପାଇଁ ଆବଶ୍ୟକ ଜାଗା ପ୍ରଦାନ କରିବ । ଭବନ ପରିଚାଳନା ପାଇଁ ଏକୀକୃତ କମାଣ୍ଡ ଏବଂ ନିୟନ୍ତ୍ରଣ କେନ୍ଦ୍ରର ସ୍ଥାପନ କରାଯାଇଛି, ଯାହା ଉଭୟ ଭବନର ସୁରକ୍ଷା ଏବଂ ପର୍ଯ୍ୟବେକ୍ଷଣ ଦାୟିତ୍ୱ ନିର୍ବାହ କରିବ ।

ନୂତନ ପ୍ରତିରକ୍ଷା କାର୍ଯ୍ୟାଳୟ ପରିସର ବ୍ୟାପକ ସୁରକ୍ଷା ପ୍ରବନ୍ଧନ ଉପାୟ ସହିତ ଅତ୍ୟାଧୁନିକ ଏବଂ ଶକ୍ତିର ଉପଯୁ୍‌କ୍ତ ବ୍ୟବହାର ପାଇଁ ବ୍ୟବସ୍ଥା ରହିଛି । ଏହି ଭବନର ବିଶେଷତ୍ୱ ମଧ୍ୟରେ ରହିଛି-ନୂତନ ଏବଂ ଦୀର୍ଘ ସ୍ଥାୟୀ ନିର୍ମାଣ ପ୍ରଯୁକ୍ତି, ଏଲଜିଏସ୍ଏଫ(ଲାଇଟ ଗେଜ୍ ଷ୍ଟିଲ ଫ୍ରେମ)ର ଉପଯୋଗ । ଏହି ପ୍ରଯୁକ୍ତି ବ୍ୟବହାର ଦ୍ୱାରା ପାରମ୍ପରିକ ଆରସିସି ପଦ୍ଧତି ତୁଳନାରେ ଭବନ ନିର୍ମାଣ ପାଇଁ ୨୪-୩୦ମାସ କମ୍ ସମୟ ଲାଗିଛି । ଏହି ଭବନ ସବୁଜ ପ୍ରଯୁକ୍ତିବ୍ୟବହାର ଏବଂ ବିଭିନ୍ନ ପର୍ଯ୍ୟାବରଣ ଅନୁକୂଳ ବ୍ୟବହାରକୁ ପ୍ରାଥମିକତା ଦେବ ।

ଉଦ୍‌ଘାଟନ ସମାରୋହରେ ପ୍ରତିରକ୍ଷା ମନ୍ତ୍ରୀ, ଗୃହ ନିର୍ମାଣ ଏବଂ ସହରୀ ବ୍ୟାପାର ମନ୍ତ୍ରୀ, ପ୍ରତିରକ୍ଷା ରାଜ୍ୟମନ୍ତ୍ରୀଗୃହ ନିର୍ମାଣ ଏବଂ ସହରୀ ବ୍ୟାପାର ରାଜ୍ୟମନ୍ତ୍ରୀ, ଚିଫ୍ ଅଫ ଡିଭେନ୍ସ ଷ୍ଟାଫ(ସିଡିଏସ୍‌) ଏବଂ ସଶସ୍ତ୍ର ବାହିନୀର ପ୍ରମୁଖମାନେ ମଧ୍ୟ ସାମିଲ ହେବେ ।

****

NS / SLP



(Release ID: 1755353) Visitor Counter : 188