ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ଭୂପେନ୍ଦ୍ର ପଟେଲଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

Posted On: 13 SEP 2021 2:57PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିବା ଶ୍ରୀ ଭୂପେନ୍ଦ୍ର ପଟେଲଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସେ ବିଜୟ ରୂପାନୀଙ୍କୁ ମଧ୍ୟ ପ୍ରଶଂସା କରିଛନ୍ତି ଏବଂ କହିଛନ୍ତି ମୁଖ୍ୟମନ୍ତ୍ରୀଭାବେ ୫ବର୍ଷ କାର୍ଯ୍ୟକାଳ ମଧ୍ୟରେ ବିଜୟ ରୂପାନୀ ଜନସାଧାରଣଙ୍କ କଲ୍ୟାଣ ନିମେନ୍ତେ ଅନେକ ପଦକ୍ଷେପ ନେଇଛନ୍ତି । ସେ ସମାଜର ସବୁ ବର୍ଗର ଲୋକମାନଙ୍କ ପାଇଁ ଅବିଶ୍ରାନ୍ତ ପରିଶ୍ରମ କରିଛନ୍ତି ।

ପ୍ରଧାନମନ୍ତ୍ରୀ ଟୁଇଟ୍ କରି କହିଛନ୍ତି;

ଭୂପେନ୍ଦ୍ର ଭାଇ ଗୁଜରାଟର ମୁଖ୍ୟମନ୍ତ୍ରୀଭାବେ ଶପଥ ନେଇଥିବାରୁ ତାଙ୍କୁ ବହୁତ ବହୁତ ଶୁଭେଚ୍ଛା । ମୁଁ ତାଙ୍କୁ ବହୁ ବର୍ଷରୁ ଜାଣିଛି ଏବଂ ତାଙ୍କର ଅନୁକରଣୀୟ କାର୍ଯ୍ୟଶୈଳୀକୁ ମଧ୍ୟ ଦେଖିଛି । ସେହି କାର୍ଯ୍ୟ ବିଜେପି ସଂଗଠନ ପାଇଁ ହୋଇଥାଇ କି ସାଧାରଣ ପ୍ରଶାସନ ପାଇଁ ଏବଂ ସମସ୍ତ ସାଧାରଣ ଜନତାଙ୍କ ସେବା ପାଇଁ ହୋଇଥାଉ । ଗୁଜରାଟର ବିକାଶ କାର୍ଯ୍ୟରେ ସେ ନିଶ୍ଚିତଭାବରେ ନିଜର ଯୋଗାଦାନ ଦେଉଥିବେ । @Bhupendrapbjp

ମୁଖ୍ୟମନ୍ତ୍ରୀଭାବେ ୫ବର୍ଷ କାର୍ଯ୍ୟକାଳ ମଧ୍ୟରେ ବିଜୟ ରୂପାନୀ ଲୋକମାନଙ୍କ କଲ୍ୟାଣ ପାଇଁ ବହୁ ପଦକ୍ଷେପ ନେଇଥିଲେ । ସେ ସମାଜର ସବୁବର୍ଗର ଲୋକମାନଙ୍କ ପାଇଁ ଅବିଶ୍ରାନ୍ତ ପରିଶ୍ରମ କରିଛନ୍ତି । ମୋତେ ବିଶ୍ୱାସ ଅଛି ଯେ ଆଗକୁ ମଧ୍ୟ ଜନସେବାରେ  ଯୋଗଦେବେ ।

@vijayrupanibjp


 

NS



(Release ID: 1754660) Visitor Counter : 193