ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ପ୍ରଧାନମନ୍ତ୍ରୀ ସେପ୍ଟେମ୍ବର ୧୧ରେ ସର୍ଦ୍ଦାରଧାମ ଭବନର ଲୋକାର୍ପଣ ଓ ସର୍ଦ୍ଦାରଧାମ ଫେଜ-୨ କନ୍ୟା ଛାତ୍ରାଳୟର ଭୂମିପୂଜନ କରିବେ

Posted On: 10 SEP 2021 1:08PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସେପ୍ଟେମ୍ବର ୧୧, ୨୦୨୧ ପୂର୍ବାହ୍ନ ୧୧ଟା ବେଳେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସର୍ବସାଧାରଣ ଭବନର ଲୋକାର୍ପଣ ଓ ସର୍ବସାଧାରଣ ଫେଜ-୨ କନ୍ୟା ଛାତ୍ରାଳୟର ଭୂମିପୂଜନ କରିବେ ।

ସର୍ଦ୍ଦାରଧାମ ସମାଜର ପଛୁଆବର୍ଗଙ୍କ ଶିକ୍ଷା, ସାମାଜିକ ସଶକ୍ତିକରଣ ତଥା ସାମାଜିକ ଉତ୍ଥାନ ପାଇଁ କାମ କରିବା ସହ ଯୁବପୀଢିଙ୍କୁ ନିଯୁକ୍ତି ସୁଯୋଗ ପ୍ରଦାନ କରୁଛି । ଅହମ୍ମଦାବାଦ ସ୍ଥିତ ସର୍ଦ୍ଦାରଧାମ ଭବନରେ ଛାତ୍ରଛାତ୍ରୀଙ୍କୁ ଆଧୁନିକ ତଥା ଉତ୍କୃଷ୍ଟ ସୁବିଧା ପ୍ରଦାନ କରାଯାଉଛି । କନ୍ୟା ଛାତ୍ରାଳୟରେ ଯେକୌଣସି ଆର୍ଥିକ ବର୍ଗର ୨ ହଜାର ଝିଅଙ୍କୁ ହଷ୍ଟେଲ ସୁବିଧା ମିଳିବ ।

ଗୁଜୁରାଟର ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ଏହି ଅବସରରେ ଉପସ୍ଥିତ ରହିବେ ।

 

SR



(Release ID: 1754028) Visitor Counter : 151