ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ପ୍ରଧାନମନ୍ତ୍ରୀ ଆସନ୍ତା ୭ତାରିଖ (୦୭.୦୯.୨୦୨୧)ଦିନ ଶିକ୍ଷକ ପର୍ବ ଆଲୋଚନାଚକ୍ରର ଉଦ୍‌ଘାଟନୀ ସମାରୋହରେ ଦେବେ ଉଦ୍‌ବୋଧନ

ଶିକ୍ଷା କ୍ଷେତ୍ରରେ ବହୁମୁଖୀ ଯୋଜନାର ଶୁଭାରମ୍ଭ କରିବେ

Posted On: 05 SEP 2021 2:27PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା  ୭ତାରିଖ (୦୭.୦୯.୨୦୨୧) ଦିନ ଶିକ୍ଷକ ପର୍ବର ଉଦ୍‌ଘାଟନୀ ଆଲୋଚନାଚକ୍ରରେ ପୂର୍ବାହ୍ନ ୧୧ଟାବେଳେ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଉଦ୍‌ବୋଧନ ଦେବେ । ଏହି ଅବସରରେ ସେ ଶିକ୍ଷା କ୍ଷେତ୍ରରେ ଅନେକ କାର୍ଯ୍ୟକ୍ରମର ଶୁଭାରମ୍ଭ ମଧ୍ୟ କରିବେ ।

ପ୍ରଧାନମନ୍ତ୍ରୀ ଭାରତୀୟ ସାଙ୍କେତିକ ଭାଷା ଶବ୍ଦ କୋଷ (ଉଭୟ ଶ୍ରାବ୍ୟ ଓ ପୁସ୍ତକ ଆକାରରେ  ସାଙ୍କେତିକ ଭାଷା କୋଷ, ଦିବ୍ୟାଙ୍ଗ ମାନଙ୍କ ନିମନ୍ତେ) କଥା ପୁସ୍ତକ (ଦୃଷ୍ଟିହୀନମାନଙ୍କ ନିମନ୍ତେ କଥା ପୁସ୍ତକ) ସିବିଏସଇ, ଏନଆଇଏସଏଚଟିଏଚଏ ଶିକ୍ଷକ ତାଲିମ କାର୍ଯ୍ୟକ୍ରମ, ଆକଳନ ପଦ୍ଧତି ଓ ଶିକ୍ଷା ସେବା ଇତ୍ୟାଦି ନିମନ୍ତେ ବିଦ୍ୟାଞ୍ଜଳି ପୋର୍ଟାଲ ଇତ୍ୟାଦିର ଶୁଭାରମ୍ଭ କରିବେ ।

“ଭାରତରେ ଗୁଣାତ୍ମକ ଓ ନିରନ୍ତର ବିଦ୍ୟାଳୟ ଶିକ୍ଷା ଏବଂ ସୃଜନାତ୍ମକ ଶିକ୍ଷା ଅଭ୍ୟାସକୁ ପ୍ରୋତ୍ସାହିତ କରିବା ଓ ପ୍ରତ୍ୟେକ ସ୍ତରରେ ଶିକ୍ଷାର ଗୁଣାତ୍ମକ ମାନ ବଜାୟ ରଖିବା ପାଇଁ ଶିକ୍ଷକ ପର୍ବ-୨୦୨୧ ଆୟୋଜନ ହେଉଛି

କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରାଜ୍ୟ ଶିକ୍ଷାମନ୍ତ୍ରୀମାନେ ଏଥିରେ ଉପସ୍ଥିତ ରହିବାର କାର୍ଯ୍ୟକ୍ରମ ରହିଛି ।

                                                                                     

****

SM / SLP



(Release ID: 1752377) Visitor Counter : 221