ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଗୁରୁଦିବସ ଅବସରରେ ଶିକ୍ଷକମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା; ଜୟନ୍ତୀ ଅବସରରେ ପୂର୍ବତନ ରାଷ୍ଟ୍ରପତି ଡଃ ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ
Posted On:
05 SEP 2021 9:16AM by PIB Bhubaneshwar
ଗୁରୁଦିବସ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶିକ୍ଷକମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଜୟନ୍ତୀ ଅବସରରେ ପୂର୍ବତନ ରାଷ୍ଟ୍ରପତି ଡଃ ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କୁ ପ୍ରଧାନମନ୍ତ୍ରୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।
ଏକ ଟ୍ୱିଟ ଶୃଙ୍ଖଳରେ ପ୍ରଧାନମନ୍ତ୍ରୀ କହିଛନ୍ତି;
“ଯୁବପୀଢିଙ୍କ ବୌଦ୍ଧିକ ଦକ୍ଷତା ବିକାଶରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ଶିକ୍ଷକମାନଙ୍କୁ ଗୁରୁଦିବସ ଅବସରରେ ଶୁଭେଚ୍ଛା । କୋଭିଡ- ୧୯ ସମୟରେ ଶିକ୍ଷକମାନେ ଯେପରି ନବାଚାର ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କ ଶିକ୍ଷାର ଯାତ୍ରା ସୁନିଶ୍ଚିତ କରିଛନ୍ତି ତାହା ପ୍ରଶଂସନୀୟ ।
ଜୟନ୍ତୀ ଅବସରରେ ଡଃ ଏସ. ରାଧାକ୍ରିଷ୍ଣନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ତାଙ୍କ ବାଗ୍ମୀତା ତଥା ଦେଶ ପ୍ରତି ଅବଦାନକୁ ସ୍ମରଣ କରୁଛି ।”
SR
(Release ID: 1752297)
Visitor Counter : 212
Read this release in:
English
,
Urdu
,
Hindi
,
Marathi
,
Manipuri
,
Assamese
,
Bengali
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam