ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ପ୍ରଧାନମନ୍ତ୍ରୀ ଆସନ୍ତା ୬ତାରିଖ ଦିନ ହିମାଚଳ ପ୍ରଦେଶର ସ୍ୱାସ୍ଥ୍ୟକର୍ମୀ ଓ କୋଭିଡ ଟିକାକରଣ କାର୍ଯ୍ୟକ୍ରମ ହିତାଧିକାରୀଙ୍କ ସହ କରିବେ ମତବିନିମୟ
Posted On:
04 SEP 2021 7:08PM by PIB Bhubaneshwar
ପ୍ରଧାମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ହିମାଚଳ ପ୍ରଦେଶର ସ୍ୱାସ୍ଥ୍ୟ କର୍ମଚାରୀ ଓ ଟିକାକରଣ କାର୍ଯ୍ୟକ୍ରମ ହିତାଧିକାରୀଙ୍କ ସହ ଆସନ୍ତା ଛଅ ତାରିଖ (୦୬.୦୯.୨୦୨୧) ଏଗାରଟା ବେଳେ ଭିଡିଓ କନଫରେନ୍ସିଂ ଜରିଆରେ ମତବିନିମୟ କରିବେ ।
ହିମାଚଳ ପ୍ରଦେଶ ଏହାର ଜନସଂଖ୍ୟାର ସମସ୍ତ ଯୋଗ୍ୟ ହିତାଧିକାରୀମାନଙ୍କୁ ସଫଳତାର ସହ ପ୍ରଥମ ପର୍ଯ୍ୟାୟ ଟିକାକରଣ ସମ୍ପୂର୍ଣ୍ଣ କରିଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଭୌଗୋଳିକ ସ୍ଥିତିକୁ ପ୍ରାଥମିକତା ଦେବା ସହ ଦୁର୍ଗମ ଅଞ୍ଚଳ ଚିହ୍ନଟ ଓ ଘରକୁ ଘର ବୁଲି ଆଶାକର୍ମୀ ମାନଙ୍କ ଦ୍ୱାରା ସଚେତନତା କାର୍ଯ୍ୟକ୍ରମ ମଧ୍ୟ କରାଯାଇଥିଲା । ଅଭିଯାନକୁ ସଫଳ କରିବା ପାଇଁ ରାଜ୍ୟ, ମହିଳା, ବୟସ୍କ, ଦିବ୍ୟାଙ୍ଗ ଜନ, ଶିଳ୍ପ ସଂସ୍ଥା ଶ୍ରମିକ, ଦିନ ମଜୁରିଆ ଓ ସ୍ୱତନ୍ତ ଅଭିଯାନ “ସୁରକ୍ଷା କୀ ୟୁକ୍ତି, କରୋନା ପେ ମୁକ୍ତି’ ଉପରେ ଗୁରୁତ୍ୱାରୋପ କରାଯାଇଛି ।
ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ମଧ୍ୟ ଏହି ଅବସରରେ ଉପସ୍ଥିତ ରହିବେ ।
****
SM / SLP
(Release ID: 1752187)
Visitor Counter : 186
Read this release in:
English
,
Urdu
,
Marathi
,
Hindi
,
Bengali
,
Manipuri
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam