ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରଣାଳୟ
azadi ka amrit mahotsav

କ୍ରୀଡ଼ା ମନ୍ତ୍ରୀ ଶ୍ରୀ ଅନୁରାଗ ସିଂହ ଠାକୁର ପାରାଲିମ୍ପିକ୍ସ ଟୋକିଓ ୨୦୨୦ ର ରୌପ୍ୟ ପଦକ ବିଜେତା ମାରିଆପାନ ଟି ଏବଂ ତାଙ୍କ ପ୍ରଶିକ୍ଷକ ରାଜା ବିଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି

ପୋଷ୍ଟ କରାଯିବା ଦିନାଙ୍କ: 04 SEP 2021 6:08PM by PIB Bhubaneswar

ମୁଖ୍ୟ ଆକର୍ଷଣ :

ପାରାଲିମ୍ପିକ୍ କ୍ରୀଡାରେ ଏହା ମାରିଆପାନଙ୍କର ଦ୍ୱିତୀୟ ପଦକ ଥିଲା; ରିଓ ୨୦୧୬ ରେ ସେ ସ୍ୱର୍ଣ୍ଣ ଜିତିଥିଲେ

କେନ୍ଦ୍ର ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରୀ ଶ୍ରୀ ଅନୁରାଗ ସିଂହ ଠାକୁର ଆଜି ନୂଆଦିଲ୍ଲୀରେ ପାରାଲିମ୍ପିକ୍ସ ଟୋକିଓ ୨୦୨୦ ରୌପ୍ୟ ପଦକ ବିଜେତା ମାରିଆପାନ ଟି ଏବଂ ତାଙ୍କ ପ୍ରଶିକ୍ଷକ ରାଜା ବିଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି

ଏହି ଅବସରରେ ଶ୍ରୀ ଠାକୁର କହିଛନ୍ତି, ରିଓରେ ଏବଂ ବର୍ତ୍ତମାନ ଟୋକିଓରେ ଉତ୍ତମ ପ୍ରଦର୍ଶନ କରି ମାରିଆପାନ ଦେଶକୁ ଗର୍ବିତ କରିଛନ୍ତି ମୁଁ ତାଙ୍କୁ ଅଭିନନ୍ଦନ ଜଣାଉଛି ଏବଂ ଏହି ଅବସରରେ ଆମର ସମସ୍ତ ପାରା ଆଥଲେଟ୍ ମାନଙ୍କୁ ସେମାନଙ୍କର ଚମତ୍କାର ପ୍ରଦର୍ଶନ ପାଇଁ ଅଭିନନ୍ଦନ ଜଣାଉଛି

କ୍ରୀଡ଼ା ମନ୍ତ୍ରୀଙ୍କ ସହ ଆଲୋଚନା ସମୟରେ ମାରିଆପାନ କହିଛନ୍ତି, ମୁଁ ଭାରତ ପାଇଁ ଏକ ସ୍ୱର୍ଣ୍ଣ ଜିତିବାର ଆଶା କରିଥିଲି କିନ୍ତୁ ଘଟଣା ଦିନ ପାଗ ପରିସ୍ଥିତି ହେତୁ ମୁଁ ସେହି ସ୍ୱପ୍ନକୁ ପୂରଣ କରିପାରି ନଥିଲି ମୋର ବିଶ୍ୱାସ ଅଛି ଯେ ପ୍ୟାରିସରେ ଦେଶ ପାଇଁ ମୁଁ ଏକ ସ୍ୱର୍ଣ୍ଣ ଜିତିବି

 

HS


(ରିଲିଜ ଆଡି: 1752111) ପରିଦର୍ଶକ କାଉଣ୍ଟର : 325