ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ପାରାଲିମ୍ପିକ୍ସ ଖେଳରେ ରୌପ୍ୟ ପଦକ ବିଜେତା ଶୁଟର ସିଂହରାଜ ଅଧାନାଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ

Posted On: 04 SEP 2021 10:04AM by PIB Bhubaneshwar

ପାରାଲିମ୍ପିକ୍ସ ଗେମ୍ସ, ଟୋକିଓରେ ରୌପ୍ୟ ପଦକ ବିଜେତା ଶୁଟର ସିଂହରାଜ ଅଧାନାଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି ।  

ପ୍ରଧାନମନ୍ତ୍ରୀ ଏକ ଟ୍ୱିଟରେ କହିଛନ୍ତି;

“ପ୍ରତିଭାବାନ ସିଂହରାଜ ଅଧାନା ପୁଣି ଉତ୍କୃଷ୍ଟ ପ୍ରଦର୍ଶନ ଦୋହରାଇଲେ! ମିକ୍ସଡ ୫୦ ମିଟର ପିସ୍ତଲ ଏସଏଚ୧ ପ୍ରତିଯୋଗିତାରେ ସେ ଆଉ ଏକ ପଦକ ଜିତିଛନ୍ତି । ତାଙ୍କର ଏହି ସଫଳତା ଯୋଗୁଁ ଭାରତରେ ଆନନ୍ଦର ଲହରୀ ଖେଳିଯାଇଛି । ତାଙ୍କୁ ଅଭିନନ୍ଦନ । ତାଙ୍କ ଉଜ୍ୱଳ ଭବିଷ୍ୟତ କାମନା କରୁଛି ।#ପାରାଲିମ୍ପିକ୍ସ#ପ୍ରେଜ4ପାରା ।

SR



(Release ID: 1751982) Visitor Counter : 181