ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ
କୋଭିଡ-୧୯ ଅପ୍ଡେଟ
Posted On:
01 SEP 2021 9:32AM by PIB Bhubaneshwar
ବର୍ତ୍ତମାନ ପର୍ଯ୍ୟନ୍ତ ଗୋଟିଏ ଦିନରେ ସର୍ବାଧିକ ୧.୩୩ କୋଟି ଲୋକଙ୍କୁ ଟିକାକରଣ କରାଯାଇଛି ।
ଦେଶବ୍ୟାପୀ ଟିକାକରଣ ଅଭିଯାନ ଅନ୍ତର୍ଗତ ବର୍ତ୍ତମାନ ପର୍ଯ୍ୟନ୍ତ ୬୫.୪୧ କୋଟି ଟିକାକରଣ କରାଯାଇଛି ।
ଅଗଷ୍ଟ ମାସରେ ୧୮.୩୦ କୋଟିରୁ ଅଧିକ ଟିକା ଦିଆଯାଇଛି ।
ଗତ ୨୪ଘଣ୍ଟା ମଧ୍ୟରେ ଭାରତରେ ୪୧,୯୬୫ ନୂଆ ସଂକ୍ରମିତ ରୋଗୀ ଚିହ୍ନଟ ହୋଇଛନ୍ତି ।
ସକ୍ରିୟ ରୋଗୀଙ୍କ ସଂଖ୍ୟା ସର୍ବମୋଟ ସଂକ୍ରମିତ ବ୍ୟକ୍ତିଙ୍କ ସଂଖ୍ୟାର ୧.୧୫ ପ୍ରତିଶତ ଅଟେ ।
ଭାରତରେ ବର୍ତ୍ତମାନ ୩,୭୮,୧୮୧ସକ୍ରିୟ ରୋଗୀ ରହିଛନ୍ତି।
ବର୍ତ୍ତମାନ ଆରୋଗ୍ୟ ହାର ୯୭.୫୧ ପ୍ରତିଶତ ରହିଛି ।
ଗତ ୨୪ଘଣ୍ଟା ମଧ୍ୟରେ ୩୩, ୯୬୪ ରୋଗୀ ସୁସ୍ଥ ହୋଇଛନ୍ତି, ଦେଶରେ ବର୍ତ୍ତମାନ ପର୍ଯ୍ୟନ୍ତ ସର୍ବମୋଟ ୩,୧୯, ୯୩, ୬୪୪ରୋଗୀ ସୁସ୍ଥ ହୋଇଛନ୍ତି ।
ସାପ୍ତାହିକ ପଜିଟିଭିଟି ହାର ବର୍ତ୍ତମାନ ୨.୫୮ ପ୍ରତିଶତ ରହିଛି, ଯାହା ଗତ ୬୮ ଦିନରେ ୩ ପ୍ରତିଶତରୁ କମ୍ ରହିଛି ।
ଦୈନିକ ପଜିଟିଭିଟି ହାର ୨. ୬୧ ପ୍ରତିଶତ ଅଟେ ।
ବର୍ତ୍ତମାନ ପର୍ଯ୍ୟନ୍ତ ସର୍ବମୋଟ ୫୨.୩୧ କୋଟି ପରୀକ୍ଷଣ କରାଯାଇସାରିଛି ।
****
NS / SLP
(Release ID: 1751233)
Visitor Counter : 241
Read this release in:
English
,
Urdu
,
Marathi
,
Hindi
,
Manipuri
,
Bengali
,
Punjabi
,
Gujarati
,
Tamil
,
Telugu
,
Malayalam