ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରଣାଳୟ
କ୍ରୀଡାମନ୍ତ୍ରୀ ଶ୍ରୀ ଅନୁରାଗ ଠାକୁରଙ୍କ ଦ୍ୱାରା ଜାତୀୟ କ୍ରୀଡା ଦିବସରେ ଲୋକାର୍ପିତ ହେଲା ଫିଟ୍ ଇଣ୍ଡିଆ ମୋବାଇଲ ଆପ୍
ଫିଟ୍ ଇଣ୍ଡିଆ ମୋବାଇଲ ଆପ୍ ଭାରତର ଏକ ପୂର୍ଣ୍ଣାଙ୍ଗ ଫିଟ୍ନେସ ଆପ୍: ୧୩୫କୋଟି ଭାରତୀୟଙ୍କ ସେବାରେ ଉତ୍ସର୍ଗୀକୃତ ହୋଇଛି: ଅନୁରାଗ ଠାକୁର
ପୋଷ୍ଟ କରାଯିବା ଦିନାଙ୍କ:
29 AUG 2021 2:15PM by PIB Bhubaneshwar
ଆପ୍ର ମୁଖ୍ୟାଂଶ:
- ଏହା ବିନା ମୂଲ୍ୟରେ ଉପଲବ୍ଧ ଏବଂ ଆମ ଫିଟ୍ନେସ୍ ରକ୍ଷା ପାଇଁ ଅମୂଲ୍ୟ ପ୍ରମାଣିତ ହେବ: ଶ୍ରୀ ଅନୁରାଗ ଠାକୁର
- ଏହି ଫିଟ୍ ଇଣ୍ଡିଆ ଆପ୍ ନୂଆ ଭାରତକୁ ଫିଟ୍ ରଖିବାରେ ସହାୟକ ହେବ: ଶ୍ରୀ ନିତୀଶୀ ପ୍ରମାଣିକ ।
-ଭାରତୀୟ ହକି ଦଳର କ୍ୟାପଟେନ ମନପ୍ରୀତ ସିଂହ, ରେସଲର ସଂଗ୍ରାମ ସିଂହ, କ୍ରୀଡା ସାମ୍ବାଦିକ ଆୟାଜ୍ ମେମନ ଏବଂ ପାଇଲଟ କ୍ୟାପଟେନ ଆନୀ ଦିବ୍ୟା ଆଦିଙ୍କ ସହିତ ଭର୍ଚୁଆଲ ବ୍ୟବସ୍ଥାରେ ଦୁଇମନ୍ତ୍ରୀ କଥା ହେଲେ ।
-ଫିଟ୍ ଇଣ୍ଡିଆ ଆପ୍ ବିନା ମୂଲ୍ୟରେ ଉଭୟ ଇଂରାଜୀ ଓ ହିନ୍ଦି ଭାଷାରେ ଆଣ୍ଡ୍ରଏଡ୍ ଏବଂ ଆଇଓଏସ୍ ପ୍ଲାଟଫର୍ମରେ ଉପଲବ୍ଧ ।
-ଆଜାଦି କି ଅମୃତ ମହୋତ୍ସବକୁ ସଫଳ କରିବା ପାଇଁ ଜନସାଧାରଣଙ୍କୁ ଶ୍ରୀ ଠାକୁରଙ୍କ ନିବେଦନ । ଫିଟ୍ ଇଣ୍ଡିଆ ଅଭିଯାନ ଭଳି ବିଭିନ୍ନ କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଯୋଗଦେବାକୁ ଜନସାଧାରଣଙ୍କୁ ଆହ୍ୱାନ ଜଣାଇଲେ ।
ସ୍ୱାଧୀନତାର ଅମୃତ ମହୋତ୍ସବର ଅଂଶ ବିଶେଷ ଫିଟ୍ ଇଣ୍ଡିଆ ଆନ୍ଦୋଳନର ଦ୍ୱିତୀୟ ବର୍ଷ ପୂର୍ତ୍ତିପାଳନ ଅବସରରେ କ୍ରୀଡା ଓ ଯୁବବ୍ୟାପାର ମନ୍ତ୍ରୀ ଶ୍ରୀ ଅନୁରାଗ ସିଂହ ଠାକୁର ଆଜି ଜାତୀୟ କ୍ରୀଡା ଦିବସ ଅବସରରେ ନୂଆଦିଲ୍ଳୀର ମେଜର ଧ୍ୟାନଚାନ୍ଦ ଜାତୀୟ ଷ୍ଟାଡିୟମରେ ଫିଟ୍ଇଣ୍ଡିଆ ମୋବାଇଲ ଆପ୍ଲିକେଶନର ଶୁଭାରମ୍ଭ କରିଛନ୍ତି । ଏହି କାର୍ଯ୍ୟକ୍ରମରେ କ୍ରୀଡା ଓ ଯୁବବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଶ୍ରୀ ନୀତୀଶ ପ୍ରମାଣିକ, କ୍ରୀଡା ସଚିବ ରବି ମିତ୍ତଲ, ଯୁବବ୍ୟାପାର ସଚିବ ଶ୍ରୀମତୀ ଉଷା ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ । ଫିଟ୍ ଇଣ୍ଡିଆ ଆପ୍ ଉନ୍ମୋଚନ ପୂର୍ବରୁ ମନ୍ତ୍ରୀ ଶ୍ରୀ ଠାକୁର ଓ ଶ୍ରୀ ପ୍ରମାଣିକ ମେଜର ଧ୍ୟାନଚାନ୍ଦ ଜାତୀୟ ଷ୍ଟାଡିୟମରେ ଥିବା ହକି ଯାଦୁକର ଧ୍ୟାନଚାନ୍ଦଙ୍କ ପ୍ରତିମୂତିରେ ମାଲ୍ୟାର୍ପଣ କରିଥିଲେ ।

ଏହି ଅବସରରେ ଦୁଇମନ୍ତ୍ରୀ ଭର୍ଚୁଆଲ ବ୍ୟବସ୍ଥାରେ ଭାରତୀୟ ହକି ଦଳର କ୍ୟାପଟେନ ମନପ୍ରୀତ ସିଂହ, ରେସଲର ସଂଗ୍ରାମ ସିଂହ, କ୍ରୀଡା ସାମ୍ବାଦିକ ଆୟାଜ ମେମନ୍, ପାଇଲଟ କ୍ୟାପଟେନ ଆନୀ ଦିବ୍ୟା, ଜଣେ ସ୍କୁଲ ପିଲା, ଜଣେ ଗୃହିଣୀଙ୍କ ସହିତ କଥାବାର୍ତ୍ତା କରିଥିଲେ । ଫିଟ୍ ଇଣ୍ଡିଆ ଆପ୍ ଉନ୍ମୋଚିତ ହେବା ପରେ ଏହାର ବ୍ୟବହାର ସମ୍ପୃକ୍ତ ବ୍ୟକ୍ତିଗଣ କରି ଦେଖାଇଥିଲେ ।
ଦ୍ୱିତୀୟ କ୍ରୀଡା ଦିବସ ଏବଂ ଦ୍ୱିତୀୟ ଫିଟ୍ ଇଣ୍ଡିଆ ବର୍ଷ ପୂର୍ତ୍ତି ଅବସରରେ ମନ୍ତ୍ରୀ ଶ୍ରୀ ଠାକୁର ସମସ୍ତଙ୍କୁ ଅଭିନନ୍ଦନ ଜଣାଇ କହିଥିଲେ ଯେ ଏହି ଫିଟ୍ ଇଣ୍ଡିଆ ଆପ୍ ଦ୍ୱାରା ସମ୍ପୃକ୍ତ ବ୍ୟବହାରକାରୀ ସହଜରେ ନିଜର ଶାରୀରିକ ଫିଟ୍ନେସ୍ ସ୍ତର ନିର୍ଣ୍ଣୟ କରିପାରିବେ । ପ୍ରତ୍ୟେକ ଭାରତୀୟ ବିନା ମୂଲ୍ୟରେ ଏହାର ଲାଭ ଉଠାଇବେ । ଏଥିରେ ଫିଟ୍ନେସ ସ୍କୋର, ଅନିମେଟେଡ ଭିଡିଓ, ଆକ୍ଟିଭିଟି ଟ୍ରାକର ଏବଂ ମାଇଁ ପ୍ଲାନ ଭଳି ଅଭିନବ ବ୍ୟବସ୍ଥା ରହିଛି, ଯାହା ବ୍ୟକ୍ତିଗତ ଆବଶ୍ୟକତା ପୂରଣ କରିବାରେ ସହାୟକ ହେବ ।

ସେ ଆହୁରି କହିଥିଲେ ଯେ ଗତବର୍ଷ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୟସ ଭିତ୍ତିକ ଫିଟନେସ୍ ପ୍ରୋଟୋକଲ ଘୋଷଣା କରିଥିଲେ । ଏହା ପ୍ରୋଟେକଲ ବା ନିୟମାବଳୀକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସାର୍ଟିଫିକେଟ ପ୍ରଦାନ କରିଛି । ଆନ୍ତର୍ଜାତିକ ମାନକୁ ବିଚାରକୁ ନେଇ ଏହା ପ୍ରସ୍ତୁତ ହୋଇଛି । ଶ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଫିଟନେସ ମନ୍ତ୍ର ଦେଇଥିଲେ । ତାହା ଥିଲା, “ଫିଟ୍ନେସ କି ଡୋଜ, ଆଧା ଘଣ୍ଟା ରୋଜ୍ ।”
ମନ୍ତ୍ରୀ ଶ୍ରୀ ଠାକୁର କହିଥିଲେ ଯେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ୨୦୧୯ ଅଗଷ୍ଟ ୨୯ ତାରିଖ ଜାତୀୟ କ୍ରୀଡା ଦିବସ ଅବସରରେ ‘ଫିଟ୍ ଇଣ୍ଡିଆ ମୁମେଣ୍ଟ’ ଘୋଷଣା କରାଯାଇଥିଲା । ପ୍ରତ୍ୟେକ ଭାରତୀୟଙ୍କ ଜୀବନରେ ଫିଟ୍ନେସକୁ ଏକ ଅବିଚ୍ଛେଦ୍ୟ ଅଙ୍ଗ କରିବା ଉଦ୍ଦେଶ୍ୟରେ ଏହା ଘୋଷିତ ହୋଇଥିଲା । ଆଜି ଏହା ଏକ ଜନ ଆନ୍ଦୋଳନରେ ପରିଣତ ହୋଇଛି । ଫିଟ ଇଣ୍ଡିଆ ମୁମେଣ୍ଟରେ ବହୁ ସଂଖ୍ୟାରେ ସାମିଲ ହୋଇ ଆଜାଦିର ଅମୃତ ମହୋତ୍ସବକୁ ସଫଳ କରିବାକୁ ସେ ସବୁ ଭାରତୀୟଙ୍କୁ ଅନୁରୋଧ ଜଣାଇଛନ୍ତି । “ଆମେ ଯେଉଁ ନୂଆ ଭାରତ ଗଠନର ଲକ୍ଷ୍ୟ ରଖିଛୁ, ସେଥିରେ ଆମର ସବୁ ନାଗରିକ ସୁସ୍ଥ ସବଳ, ଫିଟ୍ ରହିବା ଆମର ଉଦ୍ଦେଶ୍ୟ” ବୋଲି ସେ କହିଥିଲେ । ଫିଟ୍ ଇଣ୍ଡିଆ ମୋବାଇଲ ଆପ୍ ଭାରତର ପୂର୍ଣ୍ଣାଙ୍ଗ ଓ ଅତ୍ୟାଧୁନିକ ଫିଟ୍ନେସ ଆପ୍ । ଏହା ଦେଶର ୧୩୮କୋଟି ନାଗରିକଙ୍କ ପାଇଁ ଉନ୍ମୋଚିତ ହୋଇଛି ବୋଲି ମନ୍ତ୍ରୀ କହିଛନ୍ତି ।
ମନ୍ତ୍ରୀ ଶ୍ରୀ ଠାକୁର କହିଥିଲେ ଯେ ଆମ ଯୁବ ସମାଜ ଅଧିକ ଫିଟ୍ ରହିବାର ଆବଶ୍ୟକତା ରହିଛି । ସେମାନେ ଫିଟ୍ ରହିଲେ ରାଷ୍ଟ୍ରପଠନ କ୍ଷେତ୍ରରେ ଯଥାର୍ଥ ଅବଦାନ ଯୋଗାଇ ଦେଇପାରିବେ । ସୋସିଆଲ ମିଡିଆରେ ଏହି ଆପ୍ର ପ୍ରଚାର କରି ଏହାକୁ ଲୋକପ୍ରିୟ କରିବାକୁ ସେ ପରାମର୍ଶ ଦେଇଛନ୍ତି । ଏହି ଆପ୍ ମାଗଣାରେ ଉପଲବ୍ଧ ଏବଂ ଏହା ଆମ ଫିଟ୍ନେସ୍ ରକ୍ଷାରେ ଅମୂଲ୍ୟ ସହାୟତା ଯୋଗାଇବ ବୋଲି ସେ କହିଛନ୍ତି ।

ଫିଟ୍ ଇଣ୍ଡିଆ ମୁମେଣ୍ଟକୁ ଏକ ଜନ ଆନ୍ଦୋଳନରେ ପରିଣତ କରିବାରେ ଦେଶବାସୀଙ୍କ ଅବଦାନ ଅବିଶ୍ୱନୀୟ ବୋଲି କ୍ରୀଡା ଓ ଯୁବସେବା ରାଷ୍ଟ୍ରମନ୍ତ୍ରୀ ଶ୍ରୀ ନୀତୀଶ ପ୍ରମାଣିକ ଏହି ଅବସରରେ କହିଥିଲେ । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନୂଆ ଭାରତ ଓ ଫିଟ୍ ଇଣ୍ଡିଆ ଗଠନ ଲକ୍ଷ୍ୟ ପୂରଣରେ ଏହା ସହାୟକ ହେବ । ଶ୍ରୀ ଠାକୁରଙ୍କୁ ଶ୍ରୀ ପ୍ରମାଣିକ ଫିଟ୍ ଇଣ୍ଡିଆର ବାସ୍ତବ ଆଦର୍ଶ ଭାବେ ବର୍ଣ୍ଣନା କରି ସେ ଏହି କାର୍ଯ୍ୟରେ ସମସ୍ତଙ୍କୁ ଅନୁପ୍ରାଣିତ କରିବେ ବୋଲି ଆଶା ପ୍ରକାଶ କରିଥିଲେ ।

ଭର୍ଚୁଆଲ ଆଳାପ ସମୟରେ ଭାରତୀୟ ହକି ଟିମ୍ର କ୍ୟାପଟେନ ମନପ୍ରୀତ ସିଂହ ଏହି ନୂଆ ଆପ୍ର ସହଜ ବ୍ୟବହାର ଏହାକୁ ଲୋକପ୍ରିୟ କରିବା ସହ ଏଥିରେ ଥିବା ଫିଟ୍ନେସ୍ ସଂକ୍ରାନ୍ତ ‘ତଥ୍ୟ ଲୋକଙ୍କ କାମରେ ଆସିବ ବୋଲି ଅ୍ରାଶା ପ୍ରକଟ କରିଥିଲେ । ପାଇଲଟ୍ କ୍ୟାପଟେନ ଆନୀ ଦିବ୍ୟା କହିଲେ ତାଙ୍କର ବ୍ୟସ୍ତବହୁଳ ଜୀବନରେ କେତେ ପାଣି ପିଇବା ଓ ଶୋଇବା ଦରକାର ସେ ତଥ୍ୟ ଏହି ଆପରୁ ସହରଜରେ ମିଳିପାରୁଛି । ଶରୀରର ଉପର ଭାଗର ଶକ୍ତି ବଢାଇବା ପାଇଁ ଉଠବସ୍ ଯେଉଁ ସଂଶୋଧିତ ମାର୍ଗ ଦିଆଯାଇଛି ତାହା ଏହି ଆପ୍ରୁ ଦେଖି ସେ ପ୍ରଦର୍ଶନ କରିଥିଲେ ।

ଦୁଇମନ୍ତ୍ରୀ ଏହି ଅବସରରେ ଏହି ଆପ୍ ଦେଖି ବ୍ରକ୍ଷାସନ ପ୍ରଦର୍ଶନ କରିଥିବାବେଳେ ମଲ୍ଲଯୋଦ୍ଧା ସଂଗ୍ରାମ ସିଂହ ତାଙ୍କ ଶରୀର ସ୍ଥିରତା ଓ ଭାରସାମ୍ୟ ରକ୍ଷା ଦେଖାଇଥିଲେ । ସାମ୍ବାଦିକ ମେମନ୍ ବୟସ୍କଙ୍କ ଫିଟ୍ନେସ୍ ଉପରେ ଗୁରୁତ୍ୱ ଦେଇ ଫିଟ୍ ରହିବାକୁ ଚେୟାର ଷ୍ଟ୍ରେଚ ଟେଷ୍ଟ ନିଜେ କରି ଦେଖାଇଥିଲେ । ଅଷ୍ଟମଶ୍ରେଣୀର ଛାତ୍ରୀ ଶ୍ରୁତି ତୋମର ପାଠପଢା ସହିତ ଶାରୀରିକ ଫିଟ୍ନେସ ଏବଂ ଗୃହିଣୀ ଶ୍ୟାମଳୀ ଶର୍ମା ଦୈନିନ୍ଦନ ଘରକାମର ପ୍ରଚଣ୍ଡ ଚାପରେ ମହିଳାମାନେ କିପରି ଫିଟ୍ ରହିପାରିବେ ସେ ବିଷୟରେ ଏହି ଆପ୍ କି ପ୍ରକାର ସହାୟକ ହେବ ତାହା କହିଥିଲେ ।
ଭାରତକୁ ଏକ ସୁସ୍ଥ ଓ ଫିଟ୍ ରାଷ୍ଟ୍ରରେ ପରିଣତ କରିବା ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୦୧୯ ଅଗଷ୍ଟ ୨୯ରେ ଫିଟ୍ଇଣ୍ଡିଆ ଆନ୍ଦୋଳନର ଶୁଭାରମ୍ଭ କରିଥିଲେ ।ଏହି ଆନ୍ଦୋଳନରେ ପ୍ରମୁଖ ବାର୍ତ୍ତା ଥିଲା ସହଜ, ମୁକ୍ତ ଓ ଆମୋଦଦାୟକ ବ୍ୟବସ୍ଥାରେ ଯେକୌଣସି ସ୍ଥାନରେ ଫିଟ୍ନେସ୍ ଅଭ୍ୟାସ କରିବା । ଏହାର ଠିକ୍ ବର୍ଷକ ପରେ ପ୍ରଧାନମନ୍ତ୍ରୀ ବୟସଭିତ୍ତିକ ଫିଟ୍ନେସ୍ ପ୍ରୋଟୋକଲ୍ ଘୋଷଣା କରିଥିଲେ । ଏଥିରେ ୫ରୁ ୧୮, ୧୮ରୁ ୬୫ ଏବଂ ୬୫ବର୍ଷ ବୟସରୁ ଊର୍ଦ୍ଧ୍ୱ ତିନବର୍ଗର ଲୋକଙ୍କ ପାଇଁ ବିଶେଷଜ୍ଞଙ୍କ ପରାମର୍ଶ ଅନୁସାରେ ଫିଟ୍ନେସ ନୀତି ନିୟମ ନିର୍ଦ୍ଧାରିତ ହୋଇଥିଲା । ଏହାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁମୋଦନ କରି ପ୍ରମାଣପତ୍ର ଦେଇଛି । ପ୍ରଧାନମନ୍ତ୍ରୀ ମଧ୍ୟ ଦେଶବାସୀଙ୍କୁ ଫିଟ୍ ରହିବାକୁ ଏକ ମନ୍ତ୍ର ଦେଇଛନ୍ତି ଯାହା ହେଲା -ଫିଟ୍ନେସ୍ କି ଡୋଜ୍, ଆଧା ଘଣ୍ଟା ରୋଜ୍ ।”
ନୂଆ ଆପ୍ର ବିଶେଷତ୍ୱ ହେଲା ଏହା ପ୍ରତ୍ୟେକ ବ୍ୟକ୍ତିଙ୍କୁ ତାଙ୍କର ଫିଟ୍ନେସର ସ୍ତର ଓ ସଫଳତା ମାପିବା ପାଇଁ ସ୍କୋର ଭିତ୍ତିକ ସୁବିଧା ଦେଇଛି । ଏହାକୁ ଆଧାର କରି ଲୋକେ ନିଜର ଫିଟ୍ନେସ ସ୍ତର ବଢାଇ ପାରିବ ଏବଂ ସୁସ୍ଥ ସବଳ ରହିପାରିବେ । ଏଥିରେ ଶାରୀରିକ ବ୍ୟାୟାମ ଓ ଯୋଗ ଆଦି ରହିଛି । ସବୁ କଥା ବୁଝାଇବା ଓ ଶିଖାଇବା ନିମନ୍ତେ ଆନିମେଡେଡ ଭିଡିଓ ମଧ୍ୟ ଉପଲବ୍ଧ । ଏହାକୁ ଦେଖି ବିଭିନ୍ନ ବର୍ଗର ଲୋକେ ନିଜ ନିଜର ବ୍ୟାୟାମ ଓ ଶାରୀରିକ ଅଭ୍ୟାସ କରି ନିଜକୁ ଫିଟ୍ ରଖିପାରିବେ । ଆନ୍ତର୍ଜାତିକ ସ୍ତରର ଫିଟ୍ନେସ ନୀତି ଏଥିରେ ସ୍ଥାନିତ ।
ଅତିରିକ୍ତ ବିଶେଷତ୍ୱ- ପ୍ରତ୍ୟେକ ମଣିଷ ନିଜର ବୟସ, ଲିଙ୍ଗ, ଶାରୀରିକ ଗଠନ ଓ ବର୍ତ୍ତମାନର ଜୀବନଶୈଳୀ ଦୃଷ୍ଟିରୁ ବିଭିନ୍ନ ପ୍ରକାର ଖାଦ୍ୟ, ପାନୀୟ ଗ୍ରହଣ କରିଥାନ୍ତି ଏବଂ ନିଜର ସାମର୍ଥ୍ୟ ଅନୁସାରେ କାମ କରନ୍ତି । ଏହି ଆପ୍ରେ ଏ ବିଷୟରେ ମାଏଁ ପ୍ଲାନ ଫିଚରରେ ଉଲ୍ଲେଖ କରାଯାଇଛି । ତାହାକୁ ଦେଖି ପ୍ରତ୍ୟେକ ବ୍ୟକ୍ତି ନିଜର ଫିଟ୍ନେସ୍ ଅଭ୍ୟାସ ସହଜହରେ ବାଛିପାରିବେ । ଏଥିରେ ଖାଦ୍ୟ, ଭୋଜନ, ଶୟନ, ବିଶ୍ରାମ, ବ୍ୟାୟାମ ଆଦିର ସମୟ ଓ ପଦ୍ଧତି ସ୍ଥାନ ପାଇଛି । ଭାରତୀୟ ଖାଦ୍ୟ ପାନୀୟର ବିବରଣୀ ସହିତ କେତେ ଖାଇବ, କେତେ ପିଇବ, ବିଶ୍ରାମ ନେବ ବା ଶୋଇବ ତାହା ରହିଛି । ଫିଟ୍ ଟ୍ରାକର ବ୍ୟବସ୍ଥାରୁ ଜଣେ ନିଜର ସାରା ଦିନର କାର୍ଯ୍ୟକ୍ରମର ଯୋଜନା ମୋ ନମ୍ ଆପ୍ ଅନୁସାରେ ସହଜରେ କରିପାରିବେ ।
ଫିଟ୍ ଇଣ୍ଡିଆ କାର୍ଯ୍ୟକ୍ରମ ଓ ପ୍ରମାଣନ କାର୍ଯ୍ୟକ୍ରମରେ ଭାଗ ନେବାକୁ ଆଗ୍ରହୀ ବ୍ୟକ୍ତିବିଶେଷ, ସ୍କୁଲଗ୍ରୁପ ଓ ସଂଗଠନଗୁଡିକ ପାଇଁ ଏହି ଆପ୍ରେ ସୂଚନା ରହିଛି । ଏହି ପ୍ଲାଟଫର୍ମ ବ୍ୟବହାର କରି ଲୋକେ ନିଜର ଫିଟ୍ନେସ୍ର ସଫଳ କାହାଣୀ ଅନ୍ୟମାନଙ୍କୁ ସେୟାର କରିପାରିବେ ।
****
TM
(ରିଲିଜ ଆଡି: 1750291)
ପରିଦର୍ଶକ କାଉଣ୍ଟର : 255
ଏହି ରିଲିଜ ପଢନ୍ତୁ :
English
,
Urdu
,
Marathi
,
हिन्दी
,
Bengali
,
Manipuri
,
Punjabi
,
Tamil
,
Tamil
,
Tamil
,
Telugu
,
Kannada
,
Malayalam