ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଟେଲିଫୋନ୍ ଯୋଗେ ଇଟାଲୀର ପ୍ରଧାନମନ୍ତ୍ରୀ ମହାମହିମ ଶ୍ରୀ ମାରିଓ ଦ୍ରାଘିଙ୍କ ସହ କଥା ହୋଇଛନ୍ତି
Posted On:
27 AUG 2021 10:50PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଇଟାଲୀର ପ୍ରଧାନମନ୍ତ୍ରୀ ମହାମହିମ ଶ୍ରୀ ମାରିଓ ଦ୍ରାଘିଙ୍କ ସହିତ ଟେଲିଫୋନ୍ ଯୋଗେ କଥା ହୋଇଛନ୍ତି ।
ଆଫଗାନିସ୍ତାନର ସାମ୍ପ୍ରତିକ ଘଟଣା ଏବଂ ସ୍ଥାନୀୟ ଅଞ୍ଚଳ ତଥା ବିଶ୍ୱରେ ଏହାର ପ୍ରଭାବ ବିଷୟରେ ଦୁଇ ନେତା ଆଲୋଚନା କରିଥିଲେ ।
ଗତକାଲି କାବୁଲ ଅନ୍ତର୍ଜାତୀୟ ବିମାନବନ୍ଦରରେ ହୋଇଥିବା ଭୟଙ୍କର ଆତଙ୍କବାଦୀ ଆକ୍ରମଣକୁ ଦୁଇ ନେତା ଦୃଢ ନିନ୍ଦା କରିବା ସହ ସେଠାରେ ଫସି ରହିଥିବା ଲୋକଙ୍କ ନିରାପଦ ପ୍ରତ୍ୟାବର୍ତ୍ତନ ନିଶ୍ଚିତ କରିବା ଆବଶ୍ୟକ ବୋଲି କହିଥିଲେ ।
ଆଫଗାନିସ୍ତାନରେ ଦେଖା ଦେଇଥିବା ମାନବିକ ସଙ୍କଟ ତଥା ଦୀର୍ଘ ଦିନର ସୁରକ୍ଷା ଚିନ୍ତାକୁ ଦୂର କରିବାପାଇଁ ଜି -୨୦ ସ୍ତରରେ ଅନ୍ତର୍ଜାତୀୟ ସହଯୋଗର ଆବଶ୍ୟକତା ଉପରେ ସେମାନେ ଗୁରୁତ୍ୱାରୋପ କରିଥିଲେ ।
ଦୁଇ ନେତା ଜଳବାୟୁ ପରିବର୍ତ୍ତନ ଭଳି ଜି -୨୦ ର ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଏଜେଣ୍ଡା ଉପରେ ମଧ୍ୟ ଆଲୋଚନା କରିଥିଲେ । ଏହି ପରିପ୍ରେକ୍ଷୀରେ, ସେମାନେ ସିଓପି-୨୬ ପରି ଆଗାମୀ ଅନ୍ୟାନ୍ୟ ବହୁପକ୍ଷୀୟ ଘଟଣାଗୁଡ଼ିକ ଉପରେ ମଧ୍ୟ ମତ ବିନିମୟ କରିଥିଲେ ।
ଜି -୨୦ ମଧ୍ୟରେ ଫଳପ୍ରଦ ଆଲୋଚନାରେ ଭାଗ ନେବାକୁ ଇଟାଲୀର ସକ୍ରିୟ ନେତୃତ୍ୱକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ ।
ଦ୍ୱିପାକ୍ଷିକ ଏବଂ ବିଶ୍ୱସ୍ତରୀୟ ପ୍ରସଙ୍ଗ, ବିଶେଷ କରି ଆଫଗାନିସ୍ତାନର ପରିସ୍ଥିତି ଉପରେ ସମ୍ପର୍କ ରଖିବାକୁ ଦୁଇ ନେତା ରାଜି ହୋଇଥିଲେ ।
HS
(Release ID: 1749955)
Visitor Counter : 224
Read this release in:
English
,
Urdu
,
Marathi
,
Hindi
,
Manipuri
,
Bengali
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam