ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ
କେନ୍ଦ୍ର ସରକାର ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ ସହ କୋଭିଡ-୧୯ ଟିକାକରଣର ଅଗ୍ରଗତି ସଂକ୍ରାନ୍ତରେ ସମୀକ୍ଷା କଲେ
କେନ୍ଦ୍ର ସରକାର ଅଗଷ୍ଟ ଶେଷ ସପ୍ତାହରେ ୨ କୋଟି ଟିକା ଡୋଜ ସ୍କୁଲ ଶିକ୍ଷକଙ୍କୁ ପ୍ରଦାନ କରିବେ
କୋଭିଡ-୧୯ ଔଷଧର ବଫର ଷ୍ଟକ ବଜାୟ ରଖିବା ସଂକ୍ରାନ୍ତ ରଣନୀତିର ସମୀକ୍ଷା କଲେ
Posted On:
25 AUG 2021 4:32PM by PIB Bhubaneshwar
କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ଶ୍ରୀ ରାଜେଶ ଭୂଷଣ ପାଣ୍ଡେ କେନ୍ଦ୍ର ଫାର୍ମା ସଚିବ ଏସ. ଅପର୍ଣ୍ଣାଙ୍କ ଉପସ୍ଥିତିରେ ସମସ୍ତ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ ସହ ଏକ ଉଚ୍ଚସ୍ତରୀୟ ବୈଠକର ଅଧ୍ୟକ୍ଷତା କରିଛନ୍ତି । ବୈଠକରେ କୋଭିଡ-୧୯ ଟିକାକରଣର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରାଯାଇଥିଲା ଏବଂ ରାଜ୍ୟଗୁଡ଼ିକୁ ଦ୍ୱିତୀୟ ଡୋଜ୍ କଭରେଜ ବଢ଼ାଇବା ସହ ସ୍କୁଲଗୁଡ଼ିକର ଶିକ୍ଷକ ଏବଂ କର୍ମଚାରୀ (ଉଭୟ ସରକାରୀ ଓ ଘରୋଇ)ଙ୍କର ଟିକାକରଣ ଉପରେ ଗୁରୁତ୍ୱ ଦେବା ପାଇଁ ପରାମର୍ଶ ପ୍ରଦାନ କରାଯାଇଛି । ରାଜ୍ୟଗୁଡ଼ିକୁ ଜରୁରିକାଳୀନ କୋଭିଡ ପ୍ରତିକି୍ରୟା ପ୍ୟାକେଜ (ଇସିଆରପି) ପାଣ୍ଠିର ତୁରନ୍ତ ବିନିଯୋଗ ପାଇଁ ମଧ୍ୟ କୁହାଯାଇଛି । ରାଜ୍ୟଗୁଡ଼ିକୁ ଆଗାମୀ ପାର୍ବଣ ଋତୁ ପୂର୍ବରୁ କୋଭିଡର ଉଚିତ ବ୍ୟବହାର ଏବଂ ଅନ୍ୟ ଜରୁରି ଉପାୟଗୁଡ଼ିକର ଅନୁପାଳନକୁ ସୁନିଶ୍ଚିତ ପାଇଁ ମଧ୍ୟ ପରାମର୍ଶ ପ୍ରଦାନ କରାଯାଇଛି ।
କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ଦ୍ୱିତୀୟ ଡୋଜ୍ କଭରେଜ ବଢ଼ାଇବା ପାଇଁ ଜିଲ୍ଲା ସ୍ତରରେ ଏକ ନିଶ୍ଚିତ ଯୋଜନା ବନାଇବା ଉପରେ ଗୁରୁତ୍ୱ ଦେଇଛନ୍ତି । ରାଜ୍ୟଗୁଡ଼ିକୁ ପରାମର୍ଶ ଦିଆଯାଇଥିଲା ଯେ ସେମାନେ ନିର୍ଦ୍ଦିଷ୍ଟ ଦିନ/ନିର୍ଦ୍ଦିଷ୍ଟ ଟିକାକରଣ ସ୍ଥଳ (ସିଭିସି)/ନିର୍ଦ୍ଦିଷ୍ଟ ସମୟକୁ ପ୍ରତ୍ୟେକ ଦିନ ନିର୍ଦ୍ଧାରଣ କରିବା ଭଳି ରଣନୀତି ଗ୍ରହଣ କରିବେ/ଟିକାଗୁଡ଼ିକର ଦ୍ୱିତୀୟ ଡୋଜକୁ ବିଶେଷ ଭାବେ ଲଗାଇବା ପାଇଁ ପୃଥକ୍ ଧାଡ଼ି ମଧ୍ୟ ବନାଯାଇ ପାରିବ । ସେମାନଙ୍କୁ ହିତାଧିକାରୀଙ୍କ ମଧ୍ୟରେ ସଚେତନତା ବଢ଼ାଇବା ଲାଗି ବ୍ୟାପକ ଆଇଇସି ଅଭିଯାନ ଚଳାଇବା ପାଇଁ ପରାମର୍ଶ ଦିଆଯାଇଛି । ରାଜ୍ୟଗୁଡ଼ିକୁ ସେହି ଜିଲ୍ଲାଗୁଡ଼ିକୁ ଚିହ୍ନଟ ପାଇଁ କୁହାଯାଇଛି, ଯେଉଁଗୁଡ଼ିକର ଟିକାକରଣ ରାଜ୍ୟର ହାରାହାରି ମାତ୍ରା ତୁଳନାରେ କମ୍ ରହିଛି ଏବଂ ଏହି ଜିଲ୍ଲାଗୁଡ଼ିକ ଉପରେ ନଜର ରଖି ଟିକାକରଣ ତ୍ୱରାନ୍ୱିତ କରାଯାଇ ପାରିବ ।
କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଦ୍ୱାରା ହୋଇଥିବା ଘୋଷଣା ଅନୁସାରେ ସ୍କୁଲଗୁଡ଼ିକର ଶିକ୍ଷକ ଏବଂ ଅଣଶିକ୍ଷଣ କର୍ମଚାରୀଙ୍କୁ ପ୍ରାଥମିକତା ଆଧାରରେ ଟିକାକରଣ କରିବା ପାଇଁ ୨୦୨୧ ଅଗଷ୍ଟ ୨୭ରୁ ୩୧ ପର୍ଯ୍ୟନ୍ତ ୨ କୋଟିରୁ ଅଧିକ ଅତିରିକ୍ତ ଟିକା ଡୋଜ୍ ରାଜ୍ୟଗୁଡ଼ିକୁ ପ୍ରେରଣ କରାଯିବ । ଏଥିପାଇଁ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ ୟୁଡିଆଇଏସଇ (ଏକୀକୃତ ଜିଲ୍ଲା ଶିକ୍ଷା ସୂଚନା ପ୍ରଣାଳୀ) ଡାଟାର ବ୍ୟବହାର କରିପାରିବେ ଏବଂ ରାଜ୍ୟ ଶିକ୍ଷା ବିଭାଗ, କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ, ନବୋଦୟ ବିଦ୍ୟାଳୟ ସଂଗଠନ ଆଦି ସହ ସମନ୍ୱୟ କରିପାରିବେ । ଟିକାକରଣ କାର୍ଯ୍ୟକ୍ରମକୁ ଜରୁରି ପ୍ରୋତ୍ସାହନ ଦେବା ପାଇଁ ଏହାର ଲକ୍ଷ୍ୟ ।
କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ଆଗାମୀ ପାର୍ବଣ ଋତୁକୁ ଦୃଷ୍ଟିରେ ରଖି କୋଭିଡ ମାମଲାରେ ବୃଦ୍ଧି ସଂକ୍ରାନ୍ତରେ ରାଜ୍ୟଗୁଡ଼ିକୁ ସତର୍କ କରାଇଛନ୍ତି ଏବଂ ସେମାନଙ୍କୁ ଏହା ଉପରେ ଲଗାମ ଲଗାଇବା ଲାଗି ଯଥାସମ୍ଭବ ସ୍ୱାସ୍ଥ୍ୟ ସଂକ୍ରାନ୍ତ ଉପାୟ ବାହାର ପାଇଁ ପରାମର୍ଶ ଦେଇଛନ୍ତି । ଏହି ଅବସରରେ ସେ କେରଳର ଉଦାହରଣ ଦେଇ କହିଛନ୍ତି ଯେ ରାଜ୍ୟରେ ଓନାମ ପରେ ଗତ ଏକ ସପ୍ତାହରେ ସଂକ୍ରମଣ ମାମଲାରେ ବୃଦ୍ଧି ହୋଇଥିଲା ।
ଇସିଆରପି ଦ୍ୱିତୀୟ ପ୍ୟାକେଜର ୫୦% ରାଶି ପୂର୍ବରୁ ହିଁ କେନ୍ଦ୍ର ସରକାରଙ୍କ ଦ୍ୱାରା ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ପ୍ରଦାନ କରାଯାଇଛି,ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ସମୟବଦ୍ଧ ଇସିଆରପି ଅନୁସାରେ ଉପକରଣ, ମେସିନରି, ଶଯ୍ୟା, ଔଷଧ ଆଦିର ଯୋଗାଣ ପାଇଁ ସଂଗ୍ରହଣ ଆଦେଶକୁ ତୁରନ୍ତ ପ୍ରକ୍ରି୍ରୟା ନିମନ୍ତେ ପରାମର୍ଶ ଦିଆଯାଇଛି । ରାଜ୍ୟଗୁଡ଼ିକୁ କୁହାଯାଇଥିଲା ଯେ ସେମାନେ ମାସିକ ଆଧାରରେ ଖର୍ଚ୍ଚର ଯୋଜନା କରନ୍ତୁ ଏବଂ ତୃଣମୂଳ ସ୍ତରରେ ହୋଇଥିବା ପ୍ରଗତିକୁ ତଦାରଖ କରନ୍ତୁ ।
କୋଭିଡ-୧୯ ଚିକିତ୍ସାରେ ବ୍ୟବହୃତ ହେଉଥିବା ଔଷଧର ପର୍ଯ୍ୟାପ୍ତ ବଫର ଷ୍ଟକକୁ ବଜାୟ ରଖିବା ନେଇ ପ୍ରସ୍ତୁତ ରଣନୀତିର ସମୀକ୍ଷା ମଧ୍ୟ କରାଯାଇଛି । ରାଜ୍ୟଗୁଡ଼ିକ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ଧାର୍ଯ୍ୟ ଜରୁରି ୮ ଆବଶ୍ୟକ କୋଭିଡ-୧୯ ଔଷଧର ଏକ ବଫର ଷ୍ଟକ ମଧ୍ୟ ହାସଲ କରିପାରିବେ ଏବଂ ତାହାକୁ ବଜାୟ ରଖିପାରିବେ ।
କେନ୍ଦ୍ରୀୟ ସଚିବ (ଫାର୍ମା) ରାଜ୍ୟଗୁଡ଼ିକୁ ସଚେତନ କରିଥିଲେ କି ଏଥିମଧ୍ୟରୁ ଅଧିକାଂଶ ଔଷଧର ଉତ୍ପାଦନର ଦୁଇରୁ ୪ ସପ୍ତାହ ପରେ (ଯେତେବେଳେ ବ୍ୟାଚ୍ ଆବଶ୍ୟକ ଗୁଣବତ୍ତା ପରୀକ୍ଷଣ ଦେଇ ଗତି କରିଥାଏ) ବ୍ୟବହାର ନିମନ୍ତେ ଯୋଗାଣ କରାଯାଇ ପାରିବ । ଏଥିପାଇଁ ତାହାର କ୍ରୟ ନିମନ୍ତେ ପୂର୍ବରୁ ପ୍ରସ୍ତୁତି କରାଯିବା ଆବଶ୍ୟକ । ସଂକ୍ରମଣ ମାମଲା କମ୍ ହେବା ଏବଂ ତାହା ଯୋଗୁ ଚାହିଦା କମ୍ ହେବା କାରଣରୁ ରାଜ୍ୟଗୁଡ଼ିକୁ ଶୀଘ୍ର ଷ୍ଟକ୍ କରିବା ପାଇଁ ପ୍ରସ୍ତୁତ ହେବାକୁ ପଡ଼ିବ । ପ୍ରଥମରୁ ଲଗାତର ଭାବେ ହାସଲ କରାଯିବା ଆବଶ୍ୟକ, ଯାହାଦ୍ୱାରା ଉତ୍ପାଦନ ଓ ଲଜିଷ୍ଟିକ୍ସ ସମସ୍ୟା ଆସିବ ନାହିଁ ।
ଏନଏଚଏମ ର ଅତିରିକ୍ତ ସଚିବ ତଥା ମିଶନ ନିଦେ୍ର୍ଦଶକ (ଏନ୍ଏଚ୍ଏମ୍) ବନ୍ଦନା ଗୁରନାନୀ, ଅତିରିକ୍ତ ସଚିବ (ସ୍ୱାସ୍ଥ୍ୟ) ଡା. ମନୋହର ଅଗନାନୀ, ଅତିରିକ୍ତ ସଚିବ (ସ୍ୱାସ୍ଥ୍ୟ) ଶ୍ରୀ ବିକାଶ ଶିଲ, ଯୁଗ୍ମ ସଚିବ (ସ୍ୱାସ୍ଥ୍ୟ) ଶ୍ରୀ ବିଶାଲ ଚୌହାନ, ପ୍ରମୁଖ ସଚିବ (ସ୍ୱାସ୍ଥ୍ୟ)ଙ୍କ ସହିତ ଉପସ୍ଥିତ ଥିଲେ । ଏହାବ୍ୟତୀତ ଅତିରିକ୍ତ ମୁଖ୍ୟ ସଚିବ (ସ୍ୱାସ୍ଥ୍ୟ), ମିଶନ ନିଦେ୍ର୍ଦଶକ (ଏନଏଚଏମ୍) ଏବଂ ସମସ୍ତ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳର ରାଜ୍ୟ ତଦାରଖ ଅଧିକାରୀ ମଧ୍ୟ ଉପସ୍ଥିତ ଥିଲେ ।
SR
(Release ID: 1749224)
Visitor Counter : 147