ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ନୂଆ ଡ୍ରୋନ ନିୟମ ଏହି କ୍ଷେତ୍ରରେ ଭାରତ ପାଇଁ ଐତିହାସିକ କ୍ଷଣର ଅୟମାରମ୍ଭ: ପ୍ରଧାନମନ୍ତ୍ରୀ
Posted On:
26 AUG 2021 1:26PM by PIB Bhubaneshwar
ନୂଆ ଡ୍ରୋନ ନିୟମ ଏହି କ୍ଷେତ୍ରରେ ଭାରତ ପାଇଁ ଐତିହାସିକ କ୍ଷଣର ଅୟମାରମ୍ଭ ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି । ଷ୍ଟାର୍ଟ-ଅପଗୁଡିକ ସହ ଏହି କ୍ଷେତ୍ରରେ କାର୍ଯ୍ୟରତ ଯୁବପୀଢିଙ୍କୁ ନୂଆ ଡ୍ରୋନ ନିୟମ ବେଶ ସାହାଯ୍ୟ କରିବ ବୋଲି ସେ କହିଛନ୍ତି ।
ଏକ ଟ୍ୱିଟ ଶୃଙ୍ଖଳରେ ପ୍ରଧାନମନ୍ତ୍ରୀ କହିଛନ୍ତି;
“ନୂଆ ଡ୍ରୋନ ନିୟମ ଏହି କ୍ଷେତ୍ରରେ ଭାରତ ପାଇଁ ଐତିହାସିକ କ୍ଷଣର ଅୟମାରମ୍ଭ । ବିଶ୍ୱାସ ଓ ସ୍ୱପ୍ରମାଣନ ଉପରେ ଏହି ନିୟମ ଆଧାରିତ । ଏଥିରେ ଅନୁମୋଦନ, ଅନୁପାଳନ ଆବଶ୍ୟକତା ଓ ପ୍ରବେଶ ପ୍ରତିବନ୍ଧକକୁ ଅନେକାଂଶରେ ହ୍ରାସ କରାଯାଇଛି ।
ନୂଆ ଡ୍ରୋନ ନିୟମ ଷ୍ଟାର୍ଟ-ଅପଗୁଡିକ ସହ ସେହି କ୍ଷେତ୍ରରେ କାର୍ଯ୍ୟରତ ଯୁବପୀଢିଙ୍କୁ ବେଶ ସାହାଯ୍ୟ କରିବ । ଏହା ନବାଚାର ଓ ବ୍ୟବସାୟର ନୂଆ ସୁଯୋଗ ସୃଷ୍ଟି କରିବ । ନବାଚାର, ପ୍ରଯୁକ୍ତି ଓ ଇଞ୍ଜିନିୟରିଂରେ ଏହା ଭାରତର ସାମର୍ଥ୍ୟକୁ ବୃଦ୍ଧି କରି ଡ୍ରୋନ ହବରେ ପରିଣତ କରିବାରେ ସାହାଯ୍ୟ କରିବ ।”
SR
(Release ID: 1749220)
Read this release in:
English
,
Urdu
,
Marathi
,
Hindi
,
Manipuri
,
Bengali
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam