ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଶ୍ରୀ କଲ୍ୟାଣ ସିଂହଙ୍କ ନିଧନରେ ଶୋକବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ
प्रविष्टि तिथि:
21 AUG 2021 10:25PM by PIB Bhubaneswar
ଶ୍ରୀ କଲ୍ୟାଣ ସିଂହଙ୍କ ନିଧନରେ ଶୋକବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ ତଥା ବରିଷ୍ଠ ନେତା ଶ୍ରୀ କଲ୍ୟାଣ ସିଂହ ଜୀଙ୍କ ନିଧନରେ ଗଭୀର ଶୋକ ପ୍ରକାଶ କରିଛନ୍ତି ।
ଏକାଧିକ ଟ୍ୱିଟ କରି ପ୍ରଧାନମନ୍ତ୍ରୀ କହିଛନ୍ତି;
‘‘ଏହି ଦୁଃଖକୁ ବ୍ୟକ୍ତ କରିବା ପାଇଁ ମୋ ପାଖରେ ଶବ୍ଦ ନାହିଁ । କଲ୍ୟାଣ ସିଂହ ଜୀ... ରାଜନେତା, ବରିଷ୍ଠ ପ୍ରଶାସକ, ତୃଣମୂଳ ସ୍ତର ନେତା ଏବଂ ଜଣେ ମହାନ ବ୍ୟକ୍ତି । ସେ ନିଜ ପଛରେ ଉତ୍ତର ପ୍ରଦେଶର ବିକାଶ ନିମନ୍ତେ ଏକ ଅତୁଟ ଯୋଗଦାନ ଛାଡ଼ି ଯାଇଛନ୍ତି । ତାଙ୍କ ପୁତ୍ର ଶ୍ରୀ ରାଜବୀର ସିଂହଙ୍କ ସହ କଥା ହେଲି ଏବଂ ସମବେଦନା ବ୍ୟକ୍ତ କଲି । ଓମ୍ ଶାନ୍ତି ।
ଭାରତର ସାଂସ୍କୃତିକ ସମୃଦ୍ଧିରେ କଲ୍ୟାଣ ସିଂହ ଜୀଙ୍କ ଯୋଗଦାନ ପାଇଁ ଆଗାମୀ ପିଢ଼ି ସର୍ବଦା ତାଙ୍କ ପ୍ରତି କୃତଜ୍ଞ ରହିବ । ଭାରତୀୟ ମୂଲ୍ୟବୋଧରେ ତାଙ୍କର ଗଭୀର ବିଶ୍ୱାସ ଥିଲା ଏବଂ ସେ ଆମ ଶତାବ୍ଦୀର ପୁରୁଣା ପରମ୍ପରାଗୁଡ଼ିକ ଉପରେ ଗର୍ବ କରୁଥିଲେ ।
କଲ୍ୟାଣ ସିଂହ ଜୀ ସମାଜର ଅବହେଳିତ ବର୍ଗର କୋଟି କୋଟି ଲୋକଙ୍କର ସ୍ୱର ଥିଲେ । ଚାଷୀ, ଯୁବପିଢ଼ି ଓ ମହିଳାଙ୍କ ସଶକ୍ତୀକରଣ ଅଭିମୁଖେ ସେ ଅନେକ ଉଦ୍ୟମ କରିଥିଲେ ।’’
SR
(रिलीज़ आईडी: 1748319)
आगंतुक पटल : 238
इस विज्ञप्ति को इन भाषाओं में पढ़ें:
English
,
Urdu
,
हिन्दी
,
Bengali
,
Manipuri
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam