କ୍ୟାବିନେଟ

ଭୂବିଜ୍ଞାନ କ୍ଷେତ୍ରରେ ସହଯୋଗ ପାଇଁ ଭାରତ ଓ ଯୁକ୍ତରାଷ୍ଟ୍ର ଆମେରିକା ମଧ୍ୟରେ ସ୍ୱାକ୍ଷରିତ ବୁଝାମଣାପତ୍ରକୁ କେନ୍ଦ୍ର କ୍ୟାବିନେଟ୍‌ର ଅନୁମୋଦନ

ପୂର୍ବ ହିମାଳୟ ପାର୍ବତ୍ୟାଞ୍ଚଳ ଓ ଲଦାଖର ଆଗ୍ନେୟ ଓ ରୂପାନ୍ତରିତ ଶିଳା ସମ୍ପର୍କୀୟ ଭୂବିଜ୍ଞାନ ତଥ୍ୟ ଅଧିକ ମିଳିବ

Posted On: 18 AUG 2021 4:15PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର ମନ୍ତ୍ରିମଣ୍ଡଳ ବୈଠକରେ ଖଣି ମନ୍ତ୍ରଣାଳୟ ଅନ୍ତର୍ଗତ ଭାରତୀୟ ଭୂତାତ୍ତ୍ୱିକ ସର୍ଭେ ଓ ୟୁଏସଏର ଫ୍ଲୋରିଡା ଆନ୍ତର୍ଜାତିକ ବିଶ୍ୱବିଦ୍ୟାଳୟ  ମଧ୍ୟରେ ଭୂବିଜ୍ଞାନ ସମ୍ପର୍କୀତ ସହଯୋଗ ନେଇ ସ୍ୱାକ୍ଷରିତ ବୁଝାମଣାପତ୍ରକୁ ଅନୁମୋଦନ ମିଳିଛି।

ଉଭୟଙ୍କ ମଧ୍ୟରେ ସହଯୋଗ ପାଇଁ ଚିହ୍ନଟ ହୋଇଥିବା କ୍ଷେତ୍ର ଏହିପରି -

(କ) ଭୂବୈଜ୍ଞାନିକ ଜ୍ଞାନର ବିକାଶ, ଭୂବିଜ୍ଞାନ ଓ ପୃଥିବୀର ଢାଞ୍ଚାଗତ ଆକାର, ବୈଶିଷ୍ଟ୍ୟ ତଥା ପରିବେଶ ନେଇ ଗବେଷଣା, ଭାରତ-ଏସୀୟ ମହାଦେଶୀୟ ଅଞ୍ଚଳରେ ହୋଇଥିବା ପରିବର୍ତ୍ତନ ତଥା ପୂର୍ବ-ହିମାଳୟ ପର୍ବତମାଳା ଅଞ୍ଚଳରେ ଭୂବିଜ୍ଞାନ ଓ ପୃଥିବୀର ଢାଞ୍ଚାଗତ ପରିବର୍ତ୍ତନ ଇତିହାସ ଉପରେ ଅଧ୍ୟୟନ ।

(ଖ) ଆଞ୍ଚଳିକ ଭୂତାତ୍ୱିକ, ଭୂ-ରସାୟନ, ପେଟ୍ରୋଲୋଜି ଓ ପ୍ରତ୍ୟେକ କ୍ଷେତ୍ରରେ ସମଗୁଣ ବିଦ୍ୟମାନ ତଥା ଲଦାଖର ଆଗ୍ନେୟ ଓ ରୂପାନ୍ତରିତ ଶିଳା ଅଧ୍ୟୟନ ସଂକ୍ରାନ୍ତ ସହଯୋଗ ।

(ଗ) ବୈଷୟିକ ଜ୍ଞାନ ଓ ଭୂବିଜ୍ଞାନ ତଥ୍ୟର ଆଦାନପ୍ରଦାନ ।

(ଘ) ପାରସ୍ପରିକ ସ୍ୱାର୍ଥ ଅନ୍ୟାନ୍ୟ ବିଷୟ ଉଭୟପକ୍ଷଙ୍କ ସହମତିରେ ନିଷ୍ପତ୍ତି ହେବ ।

ସୁବିଧା ଏହି ବୁଝାମଣାପତ୍ର ଯୋଗୁଁ ଭାରତୀୟ ଭୂତାତ୍ତ୍ୱିକ ସର୍ଭେ ଓ ଫ୍ଲୋରିଡ।। ଆନ୍ତର୍ଜାତିକ ବିଶ୍ୱବିଦ୍ୟାଳୟ ମଧ୍ୟରେ ଆନୁଷ୍ଠାନିକ ସମନ୍ୱୟ ବୃଦ୍ଧି ପାଇବ ।

ଉଦ୍ଦେଶ୍ୟ-ବୁଝାମଣାର ଲକ୍ଷ୍ୟ ହେଲା ଏକ ଯୁଗର ଭୂବୈଜ୍ଞାନିକ ଓ ରୂପାନ୍ତରିତ ଶିଳାର ପରିବେଶ ସମ୍ପର୍କରେ ଜ୍ଞାନ ଆହରଣ ସହ ଭାରତ-ଏସୀୟ ଅଞ୍ଚଳରେ ପରିବେଶ ଜନିତ ପରିବର୍ତ୍ତନର ଅନୁଧ୍ୟାନ କରିବା ଓ ପୂର୍ବ ହିମାଳୟ ଅଞ୍ଚଳରେ ଭୂତାତ୍ୱିକ ଇତିହାସର ଲିଖନ  ।

ବୁଝାମଣା ସ୍ୱାକ୍ଷରିତ କାର୍ଯ୍ୟକଳାପଗୁଡିକ ମଧ୍ୟରେ ବୈଷୟିକ ଜ୍ଞାନ ଓ ଭୂବିଜ୍ଞାନ ସମ୍ପର୍କୀତ ତଥ୍ୟର ବିନିମୟ ଭୂତାତ୍ତ୍ୱିକ ଓ ଆଗ୍ନେୟ ଓ ରୂପାନ୍ତରିତ ଶୀଳା ପରିବେଶ ସମ୍ପର୍କରେ ଗବେଷଣାପୂର୍ବ ହିମାଳୟ ଭୂତାତ୍ତ୍ୱିକ  ଓ ଆଗ୍ନେୟଶିଳା ରୂପରେଖ ଉପରେ ଗବେଷଣା ଇତ୍ୟାଦି ଅନ୍ତର୍ଭୁକ୍ତ ।

 

****

SM / SLP



(Release ID: 1747133) Visitor Counter : 205