ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରଣାଳୟ
କ୍ରୀଡାମନ୍ତ୍ରୀ ଅନୁରାଗ ଠାକୁର ବିଶ୍ୱଯୁବ ତୀରନ୍ଦାଜୀ ଚାମ୍ପିୟନସିପ ବିଜେତାଙ୍କୁ କଲେ ସାକ୍ଷାତ
ପଦକ ବିଜୟୀ ହେବା ପାଇଁ ଜଣାଇଲେ ଅଭିନନ୍ଦନ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦର୍ଶୀ ପଦକ୍ଷେପ ଯୋଗୁଁ ତୃଣମୂଳସ୍ତରରେ ମେଧା ଅନ୍ୱେଷଣ ଓ ବିକାଶ ଭଲ ଫଳ ଦେଇଛି: ଅନୁରାଗ ଠାକୁର
Posted On:
17 AUG 2021 5:49PM by PIB Bhubaneshwar
ମୁଖ୍ୟାଂଶ
ପୋଲାଣ୍ଡର ଓରେକ୍ଲାଠାରେ ଅନୁଷ୍ଠିତ ବିଶ୍ୱ ଯୁବ ତୀରନ୍ଦାଜୀ ପ୍ରତିଯୋଗିତାରେ ଭାରତର ଆଠଟି ସ୍ୱର୍ଣ୍ଣ, ଦୁଇଟି ରୌପ୍ୟ ଓ ପାଞ୍ଚଟି ବ୍ରୋଞ୍ଚ ସମେତ ମୋଟ ୧୫ଟି ପଦକ ହାସଲ ।
କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରୀ ଶ୍ରୀ ଅନୁରାଗ ଠାକୁର ବିଶ୍ୱ ଯୁବ ତୀରନ୍ଦାଜୀ ଚାମ୍ପିୟନସିପ୍ର ବିଜେତାମାନଙ୍କ ସହ ଆଜି ମତବିନିମୟ କରିବା ସହ ସେମାନଙ୍କ ବିଜୟ ଯୋଗୁଁ ଦେଶ ଗର୍ବିତ ବୋଲି କହି ଦଳକୁ ଅଭିନନ୍ଦନ ଜଣାଇଛନ୍ତି । ଭାରତୀୟ ଦଳ ଏଥିରେ ୮ଟି ସ୍ୱର୍ଣ୍ଣ, ଦୁଇଟି ରୌପ୍ୟ ଓ ପାଞ୍ଚଟି ବ୍ରୋଞ୍ଚ ସହ ମୋଟ ୧୫ଟି ପଦକ ଜିତିଛି ।
ଦେଶ ତୃଣମୂଳସ୍ତରରୁ ଥିବା ଖେଳାଳୀଙ୍କୁ ପ୍ରୋତ୍ସାହିତ କରିଥିବାରୁ ଶ୍ରୀଠାକୁର ଏହାର ଭୂୟସୀ ପ୍ରଶଂସା କରିଛନ୍ତି । “ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟି ସମ୍ପନ୍ନ ପଦକ୍ଷେପ ଓ ଖେଲୋ ଇଣ୍ଡିଆ ଭଳି ଯୋଜନା ଅଧୀନରେ ତୃଣମୂଳସ୍ତରୀୟ ମେଧା ଚିହ୍ନଟ ଓ ସେମାନଙ୍କ ବିକାଶ ଯୋଗୁଁ ବର୍ତ୍ତମାନ ଏଭଳି ଚାମ୍ପିୟନସିପ୍ରେ ସୁଫଳ ମିଳିଛି । ଆମ ଦେଶର ଅନେକ ଯୁବ ପ୍ରତିଭା ଦେଶ ପାଇଁ ଗୌରବ ଆଣିବା ସହ ଦେଶରେ ସବୁ ପ୍ରକାର ଖେଳ ଆଗକୁ ଆଗକୁ ବଢୁଛି । ମୁଁ ସମସ୍ତ ଯୁବ ତୀରନ୍ଦାଜୀଙ୍କୁ ଅଭିନନ୍ଦନ ଜଣାଇବା ସହ ସେମାନଙ୍କ ଭବିଷ୍ୟତ ସଫଳତା କାମନା କରୁଛି । ସେମାନେ ତାଙ୍କ ବରିଷ୍ଠ ଦଳ ସଦସ୍ୟଙ୍କ ଭଳି ସମସ୍ତ ସମ୍ଭାବ୍ୟ ସାହାଯ୍ୟ ପାଇ ଆଗକୁ ସେମାନଙ୍କ ଦକ୍ଷତାର ପରିଚୟ ଦେବେ” ବୋଲି ସେ କହିଛନ୍ତି ।
ସ୍ୱର୍ଣ୍ଣପଦକ ବିଜୟୀଙ୍କ ମଧ୍ୟରେ ଅଛନ୍ତି କ୍ୟାଡେଟ କମ୍ପାଉଣ୍ଡ ମହିଳାଦଳ, କ୍ୟାଡେଟ କମ୍ପାଉଣ୍ଡ ପୁରୁଷ ଦଳ, କନିଷ୍ଠ ରିଜର୍ଭ ପୁରୁଷ ଦଳ, କ୍ୟାଡେଟ ରିଜର୍ଭ ପୁରୁଷ ଦଳ ଏବଂ ଜୁନିୟର ରିଜର୍ଭ ମିକ୍ସ ଦଳ । କନିଷ୍ଠ ରିଜର୍ଭ ପୁରୁଷ ମିକ୍ସ ଦଳ ଏବଂ କୋମଳିକା ବାରି ଜୁନିୟର ରିକର୍ଭ ମହିଳା ବ୍ୟକ୍ତିଗତ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ବ୍ୟକ୍ତିଗତ ଓ ମିକ୍ସଡ ଡବଲ୍ସ ପ୍ରତିଯୋଗିତାରେ ଦୁଇଟି ସ୍ୱର୍ଣ୍ଣପଦକ ଜିତିଥିବା କୋମଳିକା ୨୦୧୯ ବିଶ୍ୱ କ୍ୟାଡେଟ ଚାମ୍ପିୟନସିପରେ ମଧ୍ୟ ପଦକ ଜିତିଛନ୍ତି । ଟାରଗେଟ ଅଲିମ୍ପିକ ପୋଡିୟମ ସ୍କିମ୍ କୋର ଟିମର କୋମଳିକା ମଧ୍ୟ ଟାଟା ଏକାଡେମୀର କ୍ରୀଡାବିତ୍ । ଏନଟିପିସି ମହିଳା ଜୁନିୟର ତୀରନ୍ଦାଜୀ ଜାତୀୟ ଚାମ୍ପିୟନ ଡେରାଡୁନ ୨୦୨୧ ମାର୍ଚ୍ଚରେ କୋମଳିକା ଚାମ୍ପିୟନ ହୋଇଥିଲେ । ଖେଲୋ ଇଣ୍ଡିଆ କ୍ରୀଡାରୁ ଆର୍ବିଭାବ କୋମଳିକା ଖେଲୋ ଇଣ୍ଡିଆ ୨୦୧୯, ୨୦୨୦ ଓ ଗତବର୍ଷ ବିଶ୍ୱ ବିଦ୍ୟାଳୟ କ୍ରୀଡା ପ୍ରତିଯୋଗିତାରେ ମଧ୍ୟ ଅସାଧାରଣ ପ୍ରଦର୍ଶନ କରିଥିଲେ ।
ରୌପ୍ୟ ବିଜୟୀଙ୍କ ମଧ୍ୟରେ ଅଛନ୍ତି ପ୍ର୍ରିୟା ଗୁଜ୍ଜର । ସେ କ୍ୟାଡେଟ କମ୍ପାଉଣ୍ଡ ବ୍ୟକ୍ତିଗତ ଖେଳରେ ବିଜୟୀ ହୋଇଥିବା ବେଳେ ସାକ୍ଷୀ ଚୌଧୁରୀ କମ୍ପାଉଣ୍ଡ ଜୁନିୟର ବ୍ୟକ୍ତିଗତ (ପୁରୁଷ ଓ ମହିଳା) ପ୍ରତିଯୋଗିତାରେ ବିଜୟୀ ହୋଇଥିଲେ । ବ୍ରୋଞ୍ଚପଦକ ବିଜୟୀ ହେଲେ ପ୍ରଣୀତ କୌର, ରିଷଭ ଯାଦବ, ମଞ୍ଜରୀ ମନୋଜ, ଆଲନ ଏବଂ ବିଶାଲ ଚଙ୍ଗମାଇ ।
*****
SM / SLP
(Release ID: 1746861)
Visitor Counter : 208