ଶକ୍ତି ମନ୍ତ୍ରଣାଳୟ

ଚିଠା ବିଦ୍ୟୁତ୍‍ (ସବୁଜ ଶକ୍ତିର ମୁକ୍ତ ବ୍ୟବହାର ମାଧ୍ୟମରେ ଅକ୍ଷୟ ଶକ୍ତିକୁ ପ୍ରୋତ୍ସାହନ) ଅଧିନିୟମ, ୨୦୨୧ ଜାରି

ଶକ୍ତି ମନ୍ତ୍ରଣାଳୟ ଏହାର ୱେବସାଇଟରେ ଚିଠା ଅଧିନିୟମ ସ୍ଥାନିତ କରିଛି; ମତାମତ ଆହ୍ୱାନ

Posted On: 16 AUG 2021 2:17PM by PIB Bhubaneshwar

ଶକ୍ତି ମନ୍ତ୍ରଣାଳୟ ଚିଠା ବିଦ୍ୟୁତ୍‍ (ସବୁଜ ଶକ୍ତି ମୁକ୍ତ ବ୍ୟବହାର ମାଧ୍ୟମରେ ଅକ୍ଷୟ ଶକ୍ତି ପ୍ରୋତ୍ସାହନ) ଅଧିନିୟମ, ୨୦୨୧ ଜାରି କରିଛି ସେମାନେ ଏହାକୁ ଶକ୍ତି ମନ୍ତ୍ରଣାଳୟର ୱେବସାଇଟ୍ - https://powermin.gov.in ରେ ପକାଇବା ସହିତ ୩୦ ଦିନ ମଧ୍ୟରେ ମତାମତ ଲୋଡିଛନ୍ତି

ସବୁଜ ଶକ୍ତିର ଖରିଦ ଏବଂ ବ୍ୟବହାର ସହିତ ବିଦ୍ୟୁତ ଉତ୍ପାଦନ କେନ୍ଦ୍ରରୁ ବାହାରୁଥିବା ବର୍ଜ୍ୟବସ୍ତୁର ବ୍ୟବହାର ପାଇଁ ଏହି ଅଧିନିୟମରେ ପ୍ରସ୍ତାବ ରହିଛି ଅଧିନିୟମର ନିମ୍ନଲିଖିତ ଉପ-ଶିରୋନାମା ଅଛି, ଯେଉଁଥିରେ ସବିଶେଷ ତଥ୍ୟ ପ୍ରଦାନ କରାଯାଇଛି: ଅକ୍ଷୟ ଶକ୍ତି କ୍ରୟ ବାଧ୍ୟତାମୂଳକ (ଆରପିଓ); ସବୁଜ ଶକ୍ତି ଖୋଲା ବ୍ୟବହାର; ନୋଡାଲ୍ ଏଜେନ୍ସିଗୁଡିକ; ସବୁଜ ଶକ୍ତି ଖୋଲା ବ୍ୟବହାର ଅନୁମୋଦନ ପ୍ରକ୍ରିୟା; ବ୍ୟାଙ୍କିଂ ଏବଂ କ୍ରସ୍ ସବସିଡି ସରଚାର୍ଜ

ଶୁଳ୍କ ସମ୍ବନ୍ଧରେ ଏହି ଚିଠା ନିୟମାବଳୀ ପ୍ରସ୍ତାବ ଦେଇଛି ଯେ ସବୁଜ ଶକ୍ତି ପାଇଁ ଶୁଳ୍କ ଉପଯୁକ୍ତ ଆୟୋଗ ଦ୍ୱାରା ସ୍ଥିର କରାଯିବ, ଯାହା ଅକ୍ଷୟ ଶକ୍ତିର ହାରାହାରି ପୁଲଡ୍ କ୍ରୟ ମୂଲ୍ୟ, କ୍ରସ୍ ସବସିଡି ଦେୟ (ଯଦି ଥାଏ) ଏବଂ ସେବା ଦେୟ ଅର୍ନ୍ତଭୁକ୍ତ ହେବ   ସବୁଜ ଶକ୍ତି ଯୋଗାଇବା ପାଇଁ ବଣ୍ଟନ ଲାଇସେନ୍ସର ସମସ୍ତ ଖର୍ଚ୍ଚ ବହନ ହୋଇପାରେ

ସବୁଜ ଶକ୍ତି ହାଇଡ୍ରୋଜେନ୍ ସମ୍ବନ୍ଧୀୟ ଚିଠା ଅଧିନିୟମ ଅନୁଯାୟୀ "ଗ୍ରୀନ୍ ହାଇଡ୍ରୋଜେନ୍‌" ହେଉଛି ହାଇଡ୍ରୋଜେନ୍ ଯାହା ଅକ୍ଷୟ ଉତ୍ସରୁ ବିଦ୍ୟୁତ୍ବ୍ୟବହାର କରି ଉତ୍ପାଦିତ ହୁଏ ଶିଳ୍ପ ସମେତ ବାଧ୍ୟତାମୂଳକ ସଂସ୍ଥା ସବୁଜ ହାଇଡ୍ରୋଜେନ କ୍ରୟ କରି ଅକ୍ଷୟଶକ୍ତି କ୍ରୟ ବାଧ୍ୟତାମୂଳକ ମଧ୍ୟ ପୂରଣ କରିପାରିବ ଅକ୍ଷୟଶକ୍ତି ଉତ୍ସରୁ ଏକ ମେଗାୱାଟ ବିଦ୍ୟୁତରୁ ଉତ୍ପାଦିତ ସବୁଜ ହାଇଡ୍ରୋଜେନ ସହିତ ସମାନତାକୁ ବିଚାର କରି ସବୁଜ ହାଇଡ୍ରୋଜେନର ପରିମାଣ ଗଣନା କରାଯିବ ଏହି ନିୟମଗୁଡିକ କେନ୍ଦ୍ର ଆୟୋଗ ଦ୍ୱାରା ସୂଚିତ କରାଯିବ

ଏହି ଚିଠା ଅଧିନିୟମରେ ସବୁଜ ଶକ୍ତି ମୁକ୍ତ ବ୍ୟବହାର ପାଇଁ ମାର୍ଗଦର୍ଶିକା ଲାଗି ମଧ୍ୟ ପ୍ରସ୍ତାବ ଦିଆଯାଇଛି, ଯେଉଁଥିରେ ଦର୍ଶାଯାଇଛି ଯେ ସବୁଜ ଶକ୍ତି ବ୍ୟବହାର କରିବାକୁ ଚାହୁଁଥିବା ଗ୍ରାହକଙ୍କୁ ସବୁଜ ଶକ୍ତି ଖୋଲା ବ୍ୟବହାର ପ୍ରଦାନ କରିବାକୁ କ୍ଷମତାପନ୍ନ ଆୟୋଗ ନିୟମାବଳୀ କରିବେ ସବୁଜ ଶକ୍ତି ମୁକ୍ତ ବ୍ୟବହାର ପାଇଁ ସମସ୍ତ ଆବେଦନଗୁଡିକ ସର୍ବାଧିକ ୧୫ ଦିନ ମଧ୍ୟରେ ଅନୁମୋଦିତ ହେବ ସର୍ତ୍ତ ରହିଛି ଯେ କେବଳ ଏହିପରି ଗ୍ରାହକ, ଯେଉଁମାନେ ୧୦୦ କିଲୋୱାଟ କିମ୍ବା ତା'ଠାରୁ ଅଧିକ ଭାର ପାଇଁ ଚାହିଦା ମଞ୍ଜୁର କରିଛନ୍ତି, ସେମାନେ ସବୁଜ ଶକ୍ତି ମୁକ୍ତ ବ୍ୟବହାର ଅଧୀନରେ ବିଦ୍ୟୁତ ପାଇବାକୁ ଯୋଗ୍ୟ ହେବେ ସବୁଜ ଶକ୍ତି ମୁକ୍ତ ବ୍ୟବହାର ଅଧୀନରେ ସବୁଜ ଶକ୍ତି ଉତ୍ପାଦନକାରୀ ବିଦ୍ୟୁତ୍ଗ୍ରାହକମାନଙ୍କ ପାଇଁ କୌଣସି ବିଦ୍ୟୁତ ଯୋଗାଣ ସୀମା ରହିବ ନାହିଁ ଏଥିପାଇଁ ଉପଯୁକ୍ତ ସର୍ତ୍ତ, ଯେପରିକି ସର୍ବନିମ୍ନ ସଂଖ୍ୟକ ସମୟ ବ୍ଲକ ଯାହା ପାଇଁ ଗ୍ରାହକ ଖୋଲା ବ୍ୟବହାର ମାଧ୍ୟମରେ ବିଦ୍ୟୁତ ବ୍ୟବହାରର ପରିମାଣ ପରିବର୍ତ୍ତନ କରିବେ ନାହିଁ, ଯାହା ଦ୍ୱାରା ବିତରଣ ଲାଇସେନ୍ସ ପ୍ରାପ୍ତ ସଂସ୍ଥାଙ୍କ ଆବଶ୍ୟକତା ମଧ୍ୟରେ ବଡ଼ ପରିବର୍ତ୍ତନକୁ ଏଡାଇ ଦିଆଯାଇପାରିବ

HS



(Release ID: 1746410) Visitor Counter : 282