ସ୍ଵରାଷ୍ଟ୍ର ବ୍ୟାପାର ମନ୍ତ୍ରଣାଳୟ

ସ୍ୱାଧୀନତା ଦିବସ, ୨୦୨୧ ରେ ଅଗ୍ନି ସେବା, ହୋମଗାର୍ଡ (ଏଚ୍‍ଜି) ଏବଂ ସିଭିଲ୍ ଡିଫେନ୍ସ (ସିଡି) କର୍ମଚାରୀଙ୍କୁ ରାଷ୍ଟ୍ରପତି ପଦକ ପ୍ରଦାନ

Posted On: 14 AUG 2021 12:32PM by PIB Bhubaneshwar

ପ୍ରତିବର୍ଷ ଗଣତନ୍ତ୍ର ଦିବସ ତଥା ସ୍ୱାଧୀନତା ଦିବସ ଅବସରରେ ଅଗ୍ନିଶମ ସେବା, ସିଭିଲ୍ ଡିଫେନ୍ସ ଏବଂ ହୋମ ଗାର୍ଡର କର୍ମଚାରୀମାନଙ୍କୁ ସାହସିକତା ପାଇଁ ରାଷ୍ଟ୍ରପତି ପଦକ ଏବଂ ବିଶିଷ୍ଟ ସେବା ପାଇଁ ରାଷ୍ଟ୍ରପତି ପଦକ ଏବଂ ସାହସିକତା ପଦକ ଏବଂ ସମ୍ମାନଜନକ ସେବା ପଦକ ପ୍ରଦାନ କରାଯାଇଥାଏ

୨୦୨୧ ସ୍ୱାଧୀନତା ଦିବସ ଅବସରରେ ୮୬ ଜଣ କର୍ମଚାରୀଙ୍କୁ ଅଗ୍ନିଶମ ସେବା ପଦକ ପ୍ରଦାନ କରାଯାଇଛି

ଏଥିମଧ୍ୟରୁ ୨୬ ଜଣ କର୍ମଚାରୀଙ୍କୁ ସେମାନଙ୍କର ନିଜସ୍ୱ ବୀରତ୍ୱ ଏବଂ ସାହସିକତା କାର୍ଯ୍ୟ ପାଇଁ ଅଗ୍ନିସେବା ପଦକ ପ୍ରଦାନ କରାଯାଇଛି

ବିଶିଷ୍ଟ ସେବା ପାଇଁ ରାଷ୍ଟ୍ରପତି ଅଗ୍ନି ସେବା ପଦକ ୧୦ ଜଣ କର୍ମଚାରୀଙ୍କୁ ପ୍ରଦାନ କରାଯାଇଛି ଏବଂ ଉଲ୍ଲେଖନୀୟ ସେବା ସେବା ପାଇଁ ଅଗ୍ନିଶମ ସେବା ପଦକ ୫୦ ଜଣ କର୍ମଚାରୀଙ୍କୁ ସେମାନଙ୍କର ପାରଦର୍ଶିତା ତଥା ସେବା ରେକର୍ଡ ପାଇଁ ପ୍ରଦାନ କରାଯାଇଛି

ଏଥିସହ, ୨୦୨୧ ସ୍ୱାଧୀନତା  ଦିବସ ଅବସରରେ ୫୫ ଜଣ କର୍ମଚାରୀଙ୍କୁ ହୋମ ଗାର୍ଡ ଏବଂ ବେସାମରିକ ପ୍ରତିରକ୍ଷା ପଦକ ମଧ୍ୟ ପ୍ରଦାନ କରାଯାଇଛି ଏଥିମଧ୍ୟରୁ ବିଶିଷ୍ଟ ସେବା ପାଇଁ ୫ଜଣ ହୋମଗାର୍ଡ ତଥା ନାଗରିକ ସୁରକ୍ଷା ପଦକ ଏବଂ ସମ୍ମାନଜନକ ସେବା ପାଇଁ ୫୦ଜଣଙ୍କୁ ବେସାମରିକ ପ୍ରତିରକ୍ଷା ପଦକ ପ୍ରଦାନ କରାଯାଇଛି

 

HS



(Release ID: 1745771) Visitor Counter : 224