ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଆମ ଦେଶବାସୀଙ୍କ ସଂଘର୍ଷ ଓ ବଳିଦାନକୁ ସ୍ମରଣ କରି ଅଗଷ୍ଟ ୧୪ତାରିଖକୁ ବିଭାଜନ ବିଭୀଷିକା ସ୍ମୃତି ଦିବସ ଭାବେ ପାଳନ କରାଯିବ : ପ୍ରଧାନମନ୍ତ୍ରୀ

Posted On: 14 AUG 2021 10:54AM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଦେଶବାସୀଙ୍କ ସଂଘର୍ଷ ଓ ସେମାନଙ୍କର ବଳିଦାନକୁ ସ୍ମରଣ କରି ଅଗଷ୍ଟ ୧୪ ତାରିଖକୁ ବିଭାଜନ ବିଭୀଷିକା ସ୍ମୃତି ଦିବସ ଭାବେ ପାଳନ କରାଯିବ।

ଏକାଧିକ ଟୁଇଟ୍ ଜରିଆରେ ପ୍ରଧାନମନ୍ତ୍ରୀ କହିଛନ୍ତି:

“ବିଭାଜନର ଯନ୍ତ୍ରଣାକୁ କେବେ ଭୁଲି ହେବ ନାହିଁ। ଅମାନବୀୟ ଘୃଣା ଓ ହିଂସା କାରଣରୁ ଆମର ଲକ୍ଷାଧିକ ଭଉଣୀ ଓ ଭାଇମାନେ ବାସହରା ହୋଇଯାଇଥିଲେ ଏବଂ ବହୁ ସଂଖ୍ୟକ ଲୋକଙ୍କୁ ପ୍ରାଣ ହରାଇବାକୁ ପଡ଼ିଥିଲା। ନିଜ ଲୋକମାନଙ୍କ ସଂଘର୍ଷ ଓ ବଳିଦାନକୁ ସ୍ମରଣ କରି ଅଗଷ୍ଟ ୧୪ ତାରିଖକୁ ବିଭାଜନ ବିଭୀଷିକା ସ୍ମୃତି ଦିବସ ରୂପରେ ପାଳନ କରାଯିବ।

#PartitionHorrorsRemembranceDay ଆମକୁ ଏହା ସ୍ମରଣ କରାଇବ ଯେ ସାମାଜିକ ଭେଦଭାବ ଓ ବିଦ୍ବେଷକୁ ଦୂର କରିବା ତଥା ଏକତା, ସାମାଜିକ ସୌହାର୍ଦ୍ଦ୍ୟ ଏବଂ ମାନବୀୟ ସମ୍ବେଦନଶୀଳତାକୁ ସୁଦୃଢ଼ କରିବାର ଆବଶ୍ୟକତା ରହିଛି।”

ଦେଶ ବିଭାଜନର ଯନ୍ତ୍ରଣାକୁ କେବେ ଭୁଲି ହେବ ନାହିଁ। ଘୃଣା ଓ ହିଂସା କାରଣରୁ ଆମର ଲକ୍ଷାଧିକ ଭଉଣୀ ଓ ଭାଇମାନଙ୍କୁ ବାସଚ୍ୟୁତ ହେବା ଓ ଜୀବନ ହରାଇବାକୁ ପଡ଼ିଥିଲା। ସେହି ଲୋକମାନଙ୍କର ସଂଘର୍ଷ ଓ ବଳିଦାନର ସ୍ମରଣରେ ଅଗଷ୍ଟ ୧୪ ତାରିଖକୁ ‘ବିଭାଜନ ବିଭୀଷିକା ସ୍ମୃତି ଦିବସ’ ଭାବେ ପାଳନ କରିବା ଲାଗି ନିଷ୍ପତ୍ତି ନିଆଯାଇଛି।

#PartitionHorrorsRemembranceDayର ଏହି ଦିବସ ଆମକୁ ଭେଦଭାବ, ବିଦ୍ବେଷ ଓ ଦୁର୍ଭାବନାର ବିଷକୁ ସମାପ୍ତ କରିବା ଲାଗି କେବଳ ଅନୁପ୍ରାଣିତ କରିବ ନାହିଁ, ବରଂ ଏହାଦ୍ବାରା ଏକତା, ସାମାଜିକ ସଦ୍ଭାବ ଓ ମାନବୀୟ ସମ୍ବେଦନଶୀଳତାକୁ ମଧ୍ୟ ସୁଦୃଢ଼ କରିବ।”

*******

P.S.



(Release ID: 1745760) Visitor Counter : 209