ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

କୋଭିଡ୍-୧୯ ଅପଡେଟ୍

ପୋଷ୍ଟ କରାଯିବା ଦିନାଙ୍କ: 11 AUG 2021 9:31AM by PIB Bhubaneswar

ଦେଶ ବ୍ୟାପୀ ଟିକାକରଣ ଅଭିଯାନ ଅନ୍ତର୍ଗତ ଏପର୍ଯ୍ୟନ୍ତ ୫୧.୯୦ କୋଟିରୁ ଅଧିକ ଟିକା ଦିଆଯାଇ ସାରିଛି ।

ଭାରତରେ ବର୍ତ୍ତମାନ ୩, ୮୬, ୩୫୧ ଜଣ ସକ୍ରିୟ ରୋଗୀ ଅଛନ୍ତି । ଯେଉଁ ସଂଖ୍ୟା ୧୪୦ ଦିନ ଭିତରେ ସବୁଠାରୁ କମ୍ ।

ସକ୍ରିୟ ରୋଗୀଙ୍କ ସଂଖ୍ୟା ମୋଟ ରୋଗୀ ସଂଖ୍ୟାର ୧.୨୧ ପ୍ରତିଶତ ରହିଛି, ଯାହା ୨୦୨୦ ମାର୍ଚ୍ଚ ପରଠାରୁ ସବୁଠାରୁ କମ୍ ।

ବର୍ତ୍ତମାନ ଆରୋଗ୍ୟ ଲାଭ କରୁଥିବା ରୋଗୀଙ୍କ ସଂଖ୍ୟା ପ୍ରତିଶତ ୯୭.୪୫ ରହିଛି । ଯାହାକି ବର୍ତ୍ତମାନ ପର୍ଯ୍ୟନ୍ତ ସବୁଠାରୁ ଅଧିକ ।

ସମଗ୍ର ଦେଶରେ ବର୍ତ୍ତମାନ ପର୍ଯ୍ୟନ୍ତ ସର୍ବମୋଟ୍ ୩,୧୨,୨୦,୯୮୧ ରୋଗୀ ଆରୋଗ୍ୟଲାଭ କରି ସାରିଛନ୍ତି । ଗତ ୨୪ ଘଣ୍ଟା ମଧ୍ୟରେ ୪୦,୦୧୩ ରୋଗୀ ସୁସ୍ଥ ହୋଇଛନ୍ତି ।

ସାପ୍ତାହିକ ସଂକ୍ରମଣ ହାର ୫ ପ୍ରତିଶତରୁ କମ୍ ରହିଛି । ଏହା ବର୍ତ୍ତମାନ ୨.୩୪ ପ୍ରତିଶତ ରହିଛି ।

ଦୈନିକ ସଂକ୍ରମଣ ହାର ୨.୧୬ ପ୍ରତିଶତ ରହିଛି । ଯାହା ଗତ ୧୬ ଦିନ ଭିତରେ ଥିବା ସଂକ୍ରମଣ ପରଠାରୁ ୩ ପ୍ରତିଶତ କମ୍ ।

ପରୀକ୍ଷଣ (ଟେଷ୍ଟିଂ) କ୍ଷମତାରେ ଉଲ୍ଲେଖନୀୟ ଭାବେ ବୃଦ୍ଧି ଘଟିଛି- ବର୍ତ୍ତମାନ ପର୍ଯ୍ୟନ୍ତ ସର୍ବମୋଟ୍ ୪୮.୫୦ କୋଟି ଟେଷ୍ଟ କରାଯାଇସାରିଛି ।

NS

 


(ରିଲିଜ ଆଡି: 1744926) ପରିଦର୍ଶକ କାଉଣ୍ଟର : 308