ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ପ୍ରଧାନମନ୍ତ୍ରୀ ଅଗଷ୍ଟ ୯ତାରିଖରେ ପିଏମ୍-କିଷାନର ପରବର୍ତ୍ତୀ କିସ୍ତି ମଞ୍ଜୁର କରିବେ
Posted On:
07 AUG 2021 1:58PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଗଷ୍ଟ ୯, ୨୦୨୧ ଦିନ ଅପରାହ୍ନ ୧୨.୩୦ ରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ପ୍ରଧାନ ମନ୍ତ୍ରୀ କିଷାନ ସମ୍ମାନ ନିଧି (ପିଏମ୍-କିଷାନ) ଯୋଜନା ଅଧିନରେ ଆର୍ଥିକ ସୁବିଧାର ପରବର୍ତ୍ତୀ କିସ୍ତି ମଞ୍ଜୁର କରିବେ । ୯.୭୫ କୋଟି କୃଷି ପରିବାରର ହିତାଧିକାରୀଙ୍କୁ ଏହା ଜରିଆରେ ୧୯,୫୦୦ କୋଟିରୁ ଅଧିକ ଅର୍ଥ ଟ୍ରାନ୍ସଫର କରାଯିବ । ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ କୃଷକ ହିତାଧିକାରୀମାନଙ୍କ ସହିତ ଆଲୋଚନା କରିବା ସଂଗେ ସଂଗେ ଦେଶକୁ ସମ୍ବୋଧିତ କରିବେ ।
ପିଏମ୍-କିଷାନ ବିଷୟରେ
ପିଏମ୍-କିଷାନ ଯୋଜନା ଅଧିନରେ କୃଷକ ପରିବାରର ଯୋଗ୍ୟ ହିତାଧିକାରୀମାନଙ୍କୁ ପ୍ରତି ବର୍ଷ ୬୦୦୦ ଟଙ୍କା କରି ପ୍ରଦାନ କରାଯାଇଥାଏ । ପ୍ରତ୍ୟେକ ସମାନ ୪ମାସିଆ ତିନିଟି କିସ୍ତିରେ ୨୦୦୦ ଟଙ୍କା କରି ଦିଆଯାଏ । ଏହି ଅର୍ଥ ସିଧାସଳଖ ହିତାଧିକାରୀମାନଙ୍କ ବ୍ୟାଙ୍କ୍ ଆକାଉଣ୍ଟକୁ ପଠାଯାଇଥାଏ । ଏହି ଯୋଜନାରେ ୧.୩୮ ଲକ୍ଷ କୋଟି ଟଙ୍କାରୁ ଅଧିକ ସମ୍ମାନ ରାଶି କୃଷକ ପରିବାରଗୁଡିକୁ ପଠାଯାଇଛି ।
ଏହି ଅବସରରେ କେନ୍ଦ୍ର କୃଷି ମନ୍ତ୍ରୀ ମଧ୍ୟ ଉପସ୍ଥିତ ଥିଲେ ।
HS
(Release ID: 1743578)
Visitor Counter : 235
Read this release in:
Assamese
,
English
,
Urdu
,
Marathi
,
Hindi
,
Manipuri
,
Bengali
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam