ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ରାଜ୍ୟର କେତେକାଞ୍ଚଳରେ ଦେଖାଦେଇଥିବା ବନ୍ୟା ପରିସ୍ଥିତି ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ

Posted On: 04 AUG 2021 1:27PM by PIB Bhubaneshwar

ଡ୍ୟାମରୁ ଜଳ ନିଷ୍କାସନ ବେଳେ ରାଜ୍ୟର କେତେକାଞ୍ଚଳରେ ଉପୁଜିଥିବା ବନ୍ୟା ପରିସ୍ଥିତି ନେଇ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ସୁଶ୍ରୀ ମମତା ବାନାର୍ଜୀଙ୍କ ସହ କଥା ହୋଇଛନ୍ତି । ପରିସ୍ଥିତିକୁ ନିୟନ୍ତ୍ରଣ କରିବାରେ କେନ୍ଦ୍ରର ସମସ୍ତ ସମ୍ଭାବ୍ୟ ସହାୟତା ପ୍ରଦାନ ପାଇଁ ପ୍ରଧାନମନ୍ତ୍ରୀ ସୁନିଶ୍ଚିତ ମଧ୍ୟ କରାଇଥିଲେ । 

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ ଏକ ଟ୍ଵିଟ୍ ମାଧ୍ୟମରେ କୁହାଯାଇଛି ଯେ, “ଡ୍ୟାମରୁ ଜଳ ନିଷ୍କାସନ ବେଳେ ରାଜ୍ୟର କେତେକାଞ୍ଚଳରେ ଉପୁଜିଥିବା ବନ୍ୟା ପରିସ୍ଥିତି ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ କଥା ହୋଇଛନ୍ତି । ପରିସ୍ଥିତିକୁ ନିୟନ୍ତ୍ରଣ କରିବାରେ କେନ୍ଦ୍ରର ସମସ୍ତ ସମ୍ଭାବ୍ୟ ସହାୟତା ପ୍ରଦାନ ପାଇଁ ପ୍ରଧାନମନ୍ତ୍ରୀ ସୁନିଶ୍ଚିତ ମଧ୍ୟ କରାଇଛନ୍ତି ।

ପ୍ରଭାବିତ ଅଞ୍ଚଳର ଲୋକଙ୍କ ସୁରକ୍ଷା ତଥା କଲ୍ୟାଣ ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ପ୍ରାର୍ଥନା କରିଛନ୍ତି” ।

 

**********

TRP/



(Release ID: 1742694) Visitor Counter : 210