ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ରାଜ୍ୟର ବିଭିନ୍ନ ଅଞ୍ଚଳର ପ୍ରବଳ ବର୍ଷା ଓ ବନ୍ୟା ପୀଡିତଙ୍କୁ ସହାୟତା ପ୍ରଦାନ ପାଇଁ ମଧ୍ୟପ୍ରଦେଶ ସରକାରଙ୍କ ସହ କେନ୍ଦ୍ର ସରକାର ସମନ୍ୱୟ ରଖି କାମ କରୁଛନ୍ତି: ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 04 AUG 2021 1:23PM by PIB Bhubaneswar

ରାଜ୍ୟର ବିଭିନ୍ନ ଅଞ୍ଚଳରେ ପ୍ରବଳ ବର୍ଷା ଓ ବନ୍ୟା ପୀଡିତଙ୍କୁ ସହାୟତା ପ୍ରଦାନ ପାଇଁ ମଧ୍ୟପ୍ରଦେଶ ସରକାରଙ୍କ ସହ କେନ୍ଦ୍ର ସରକାର ସମନ୍ୱୟ ରଖି କାମ କରୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି । ପ୍ରଧାନମନ୍ତ୍ରୀ ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କ ସହ ଆଲୋଚନା କରିବା ସହ ସ୍ଥିତି ସମୀକ୍ଷା କରିଛନ୍ତି ।

ଏକ ଟ୍ୱିଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;

“ରାଜ୍ୟର ବିଭିନ୍ନ ଅଞ୍ଚଳରେ ପ୍ରବଳ ବର୍ଷା ଓ ବନ୍ୟା ପୀଡିତଙ୍କୁ ସହାୟତା ପ୍ରଦାନ ପାଇଁ ମଧ୍ୟପ୍ରଦେଶ ସରକାରଙ୍କ ସହ କେନ୍ଦ୍ର ସରକାର ସମନ୍ୱୟ ରଖି କାମ କରୁଛନ୍ତି । ମୁଖ୍ୟମନ୍ତ୍ରୀ @ ଶିବରାଜ ସିଂହ ଚୌହାନଙ୍କ ସହ କଥାବାର୍ତ୍ତା ହେବା ସହ ସ୍ଥିତି ସମୀକ୍ଷା କରିଛି । ସମସ୍ତଙ୍କ ସୁରକ୍ଷା ଓ ମଙ୍ଗଳ କାମନା କରୁଛି ।  

SR


(ରିଲିଜ ଆଡି: 1742514) ପରିଦର୍ଶକ କାଉଣ୍ଟର : 183