ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ମହିଳା ହକି ଦଳ ଦୃଢ ସଂକଳ୍ପର ସହ ଖେଳିଲେ ଓ ନିଜ ଦକ୍ଷତା ପ୍ରଦର୍ଶନ କଲେ: ପ୍ରଧାନମନ୍ତ୍ରୀ

Posted On: 04 AUG 2021 5:51PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଆଜି ଓ ସମସ୍ତ ମ୍ୟାଚରେ ଆମ ମହିଳା ହକି ଦଳ ଦୃଢ ସଂକଳ୍ପର ସହ ଖେଲିଲେ ଓ ଟୋକିଓ ଅଲମ୍ପିକ୍ସ ୨୦୨୦ରେ ସର୍ବଶ୍ରେଷ୍ଠ ଦକ୍ଷତା ପ୍ରଦର୍ଶନ କଲେ । ଦଳ ପାଇଁ ଗର୍ବିତ ଓ ସେମାନଙ୍କୁ ଆଗାମୀ ମ୍ୟାଚ ଓ ଉଜ୍ୱଳ ଭବିଷ୍ୟତ ପାଇଁ ଶୁଭେଚ୍ଛା ଜଣାଉଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ଏକ ଟ୍ୱିଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;

“ଆମ ହକି ଦଳର ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଆମେ #Tokyo୨୦୨୦କୁ ମନେ ରଖିବୁ ।

ଆଜି ଓ ସମସ୍ତ ମ୍ୟାଚରେ ଆମ ମହିଳା ହକି ଦଳ ଦୃଢ ସଂକଳ୍ପର ସହ ଖେଳିଛନ୍ତି ଓ ସର୍ବଶ୍ରେଷ୍ଠ ଦକ୍ଷତା ପ୍ରଦର୍ଶନ କରିଛନ୍ତି । ଦଳ ପାଇଁ ଗର୍ବିତ । ଆଗାମୀ ମ୍ୟାଚ ଓ ଭବିଷ୍ୟତର ପ୍ରୟାସ ପାଇଁ ଶୁଭେଚ୍ଛା ଜଣାଉଛି ।”  

 

SR



(Release ID: 1742500) Visitor Counter : 177