ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ହିତାଧିକାରୀଙ୍କ ସହ ଅଗଷ୍ଟ ୩ରେ ଗୁଜୁରାଟରେ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ

Posted On: 01 AUG 2021 9:11PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଗଷ୍ଟ , ୨୦୨୧ ମଧ୍ୟାହ୍ନ ୧୨.୩୦ରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଗୁଜୁରାଟରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ହିତାଧିକାରୀଙ୍କ ସହ ଆଲୋଚନା କରିବେ ।

ଏହି ଯୋଜନା ସମ୍ପର୍କରେ ଅଧିକ ସଚେତନତା ସୃଷ୍ଟି ପାଇଁ ରାଜ୍ୟରେ ଜନ ଭାଗିଦାରୀ କାର୍ଯ୍ୟକ୍ରମ ଆରମ୍ଭ ହେଉଛି ।

ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା (ପିଏମଜିକେଏଓ୍ୱାଇ) ସମ୍ପର୍କରେ

ପିଏମଜିକେଏଓ୍ୱାଇ ଏକ ଖାଦ୍ୟ ସୁରକ୍ଷା କଲ୍ୟାଣ ଯୋଜନା । ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଏହାର ପରିକଳ୍ପନା କୋଭିଡ- ୧୯ର ଆର୍ଥିକ ପ୍ରଭାବ କମାଇବା ଓ ସହାୟତା ପ୍ରଦାନ ପାଇଁ ହୋଇଥିଲା । ରାଷ୍ଟ୍ରୀୟ ଖାଦ୍ୟ ସୁରକ୍ଷା ଅଧିନିୟମ ଅନ୍ତର୍ଗତ ସାମିଲ ସମସ୍ତ ହିତାଧିକାରୀଙ୍କୁ ଜଣ ପିଛା ଅତିରିକ୍ତ ୫ କିଲୋଗ୍ରାମ ଖାଦ୍ୟଶସ୍ୟ ପ୍ରଦାନ କରାଯାଏ ।

ଏହି ଅବସରରେ ଗୁଜୁରାଟ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ମଧ୍ୟ ଉପସ୍ଥିତ ରହିବେ ।

 

SR


(Release ID: 1741604)