ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଧୋଲାବିରାକୁ ୟୁନେସ୍କୋ ପକ୍ଷରୁ ବିଶ୍ୱ ଐତିହ୍ୟ ଘୋଷଣା କରାଯିବା ନେଇ ଖୁସି ବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ
प्रविष्टि तिथि:
27 JUL 2021 5:37PM by PIB Bhubaneshwar
ଭାରତରେ ଥିବା ହରପ୍ପାନ ସହର ଧୋଲାବିରାକୁ ଏକ ବିଶ୍ୱ ଐତିହ୍ୟ ସ୍ଥଳୀ ଭାବେ ୟୁନେସ୍କୋ ପକ୍ଷରୁ ଘୋଷଣା କରାଯାଇଥିବାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଖୁସି ବ୍ୟକ୍ତ କରିଛନ୍ତି। ଇତିହାସ, ସଂସ୍କୃତି ଏବଂ ପ୍ରତ୍ନତତ୍ତ୍ୱ ପ୍ରତି ଆଗ୍ରହୀ ଥିବା ଲୋକମାନେ ଏଠାକୁ ନିଶ୍ଚିତ ଭାବେ ଆସିବା ଉଚିତ୍ ବୋଲି ମଧ୍ୟ ସେ କହିଛନ୍ତି।
ୟୁନେସ୍କୋ ପକ୍ଷରୁ କରାଯାଇଥିବା ଏକ ଟୁଇଟ୍ର ଉତ୍ତରରେ ପ୍ରଧାନମନ୍ତ୍ରୀ ଏକାଧିକ ଟୁଇଟ୍ କରି କହିଥିଲେ:
“ଏହି ଖବର ଜାଣି ଅତ୍ୟନ୍ତ ଆନନ୍ଦିତ।
ଧୋଲାବିରା ଏକ ଗୁରୁତ୍ୱପୂର୍ଣ୍ଣ ସହରୀ କେନ୍ଦ୍ର ଥିଲା ଏବଂ ଏହା ଆମ ଅତୀତର ସବୁଠୁ ମହତ୍ୱପୂର୍ଣ୍ଣ ସଂଯୋଗ। ଇତିହାସ, ସଂସ୍କୃତି ଏବଂ ପ୍ରତ୍ନତତ୍ତ୍ୱ ପ୍ରତି ଆଗ୍ରହୀ ଥିବା ଲୋକମାନେ ଏଠାକୁ ନିଶ୍ଚିତ ଭାବେ ଆସିବା ଉଚିତ୍।
ଛାତ୍ରାବସ୍ଥାରେ ମୁଁ ପ୍ରଥମେ ଧୋଲାବିରାକୁ ଯାଇଥିଲି ଏବଂ ଏହି ସ୍ଥାନକୁ ଦେଖି ଚମତ୍କୃତ ହୋଇଥିଲି।
ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବେ, ଐତିହ୍ୟ ସଂରକ୍ଷଣ ଏବଂ ଧୋଲାବିରାର ପୁନରୁଦ୍ଧାର ସହ ଜଡ଼ିତ କାର୍ଯ୍ୟ କରିବାର ସୌଭାଗ୍ୟ ପ୍ରାପ୍ତ କରିଥିଲି। ଆମ ଦଳ ସେଠାରେ ମଧ୍ୟ ପର୍ଯ୍ୟଟନ ଅନୁକୂଳ ଭିତ୍ତିଭୂମି ନିର୍ମାଣ କରିବା ଦିଗରେ କାର୍ଯ୍ୟ କରିଥିଲା।”
*********
P.S.
(रिलीज़ आईडी: 1739669)
आगंतुक पटल : 310
इस विज्ञप्ति को इन भाषाओं में पढ़ें:
हिन्दी
,
English
,
Urdu
,
Marathi
,
Bengali
,
Assamese
,
Manipuri
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam