ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟ
କେନ୍ଦ୍ର ବାଣିଜ୍ୟ ମନ୍ତ୍ରୀଙ୍କ ଦ୍ୱାରା ବିଶ୍ୱ ବ୍ୟାପାର ସଂଗଠନରେ ଭାରତ ଏବଂ ବିକାଶଶୀଳ ଦେଶମାନଙ୍କ ପକ୍ଷକୁ ସୁଦୃଢ଼ ଭାବେ ଉପସ୍ଥାପନ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ମତ୍ସ୍ୟ ଚାଷକୁ ପ୍ରୋତ୍ସାହନ ପ୍ରଦାନ ଉପରେ ବିଶେଷ ଗୁରୁତ୍ୱାରୋପ
ଭାରତର ପାରମ୍ପରିକ, ଗରିବ ମତ୍ସ୍ୟଜୀବୀଙ୍କ ହିତକୁ ସୁରକ୍ଷା କରିବା ଉପରେ ପ୍ରାଧାନ୍ୟ
ବାଣିଜ୍ୟ ମନ୍ତ୍ରୀ କହିଲେ ଯେ ବିକାଶଶୀଳ ଦେଶମାନଙ୍କ ଭଳି ଭାରତ ନିକଟରେ ମଧ୍ୟ ସମୁଦ୍ର ଏବଂ ମତ୍ସ୍ୟ ପାଳନର ସଂରକ୍ଷଣ ଅଧିକାର ମହଜୁଦ ରହିଛି ।
“ଭାରତ ନିଜର ମହତ୍ତ୍ୱାକାଂକ୍ଷାଗୁଡ଼ିକର ବଳିଦାନ କରିପାରିବ ନାହିଁ।”
-କୃଷି କ୍ଷେତ୍ରରେ ୩୦ ବର୍ଷ ପୂର୍ବରୁ ଦୋହାର ଯାଇଥିବା ଭୁଲକୁ ଦୋହରେଯିବନାହିଁ
Posted On:
15 JUL 2021 2:57PM by PIB Bhubaneshwar
ବାଣିଜ୍ୟ ଏବଂ ଉଦ୍ଦ୍ୟୋଗ, ଉପଭୋକ୍ତା ବ୍ୟାପାର ତଥା ଖାଦ୍ୟା ଓ ସାଧାରଣ ବଣ୍ଟନ ଏବଂ କପଡ଼ା ମନ୍ତ୍ରୀ ଶ୍ରୀ ପୀୟୂଷ ଗୋଏଲ ଆଜି ବିଶ୍ୱ ବ୍ୟାପାର ସଂଗଠନର ମତ୍ସ୍ୟ ପାଳନ ସବସିଡ଼ି ଆଲୋଚନାର ଏକ ବିଶେଷ ମନ୍ତ୍ରିସ୍ତରୀୟ ବୈଠକରେ ବିକାଶଶୀଳ ଦେଶମାନଙ୍କ ଅଧିକାରଗୁଡ଼ିକ ନିମନ୍ତେ ଅତି ଦୃଢ଼ ଭାବେ ନିଜର ମତ ପୋଷଣ କରିଛନ୍ତି । ଏହି ବୈଠକରେ ବିଶ୍ୱ ବ୍ୟାପାର ସଂଗଠନର ଅନ୍ୟ ସଦସ୍ୟ ରାଷ୍ଟ୍ରଙ୍କ ମନ୍ତ୍ରୀଗଣ, ରାଷ୍ଟ୍ରଦୂତବୃନ୍ଦ ଏବଂ ବିଶ୍ୱ ବ୍ୟାପାର ସଂଗଠନର ମହାନିର୍ଦ୍ଦେଶକ ଡ. ନଗୋଜୀ ଅଂଶଗ୍ରହଣ କରିଥିଲେ ।
ଭାରତ ପକ୍ଷରୁ ଏକ ସୁଦୃଢ଼ ଯୁକ୍ତି ଉପସ୍ଥାପନ କରି ଶ୍ରୀ ଗୋଏଲ କହିଳେ ଯେ ଭାରତ ଏ ସଂକ୍ରାନ୍ତ ବୁଝାମଣାକୁ ଅନ୍ତିମ ରୂପ ପ୍ରଦାନ କରିବା ନିମନ୍ତେ ବେଶ୍ ଉତ୍ସୁକ ରହିଛି କାରଣ ତର୍କହୀନ ସବସିଡ଼ି ଆହୁରି କେତେକ ରାଷ୍ଟ୍ରଙ୍କ ଦ୍ୱାରା ଅଧିକ ମାଛ ଧରିବା ଫଳରେ ଭାରତୀୟ ମତ୍ସ୍ୟଜୀବୀ ଏବଂ ସେମାନଙ୍କର ଆଜୀବିକାକୁ କ୍ଷତି ପହଞ୍ଚୁଛି । ଏହି ପ୍ରସଙ୍ଗ ଉପରେ କ୍ଷୋଭ ପ୍ରକଟ କରି ସେ ଆହୁରି କହିଲେ ଯେ ସଦସ୍ୟତା କମ୍ ହେବା ଫଳରେ ଏହି ରାଜିନାମାରେ ଉଚିତ ସନ୍ତୁଳନ ଏବଂ ନିରପେକ୍ଷତା ହ୍ରାସ ପାଉଛି । ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ମାଛ ଧରା କ୍ଷେତ୍ରର ଉନ୍ନତି ନିମନ୍ତେ ଏବଂ କ୍ଷୁଦ୍ର ମତ୍ସ୍ୟଜୀବୀମାନଙ୍କ ସୁରକ୍ଷା ପ୍ରତି ବିଶେଷ ଧ୍ୟାନ ଦେବା ଲାଗି ଥିବା ଭିଜନ ଉପରେ ମନ୍ତ୍ରୀ ଶ୍ରୀ ଗୋଏଲ ବିଶେଷ ପ୍ରାଧାନ୍ୟ ଆରୋପ କରିଥିଲେ ।
ଶ୍ରୀ ଗୋଏଲ ଏହି ପ୍ରସଙ୍ଗ ଉପସ୍ଥାପନ କରି କହିଲେ ଯେ ଆମେ ତିନି ଦଶନ୍ଧି ପୂର୍ବରୁ ଉରୁଗୁଏ ପର୍ଯ୍ୟାୟ ଆଲୋଚନାରେ ଯେଉଁ ଭୁଲ୍ କରିଥିଲୁ ତାହାକୁ ଦୋହରାଇବାକୁ ଚାହୁଁନା । ସେଥିରେ ବିଶେଷ ଭାବେ କୃଷି କ୍ଷେତ୍ରରେ ଅଳ୍ପ କେତେକ ବିକଶିତ ସଦସ୍ୟ ରାଷ୍ଟ୍ରଙ୍କୁ ଅସମାନ ଏବଂ ବ୍ୟାପାର ବିକୃତ ଅଧିକାର ନିମନ୍ତେ ଅନୁମତି ପ୍ରଦାନ କରାଯାଇଥିଲା । ସେହି ସମୟରେ ସ୍ୱଳ୍ପ ବିକଶିତ ସଦସ୍ୟ, ଯେଉଁମାନଙ୍କ ନିକଟରେ ନିଜସ୍ୱ ଉଦ୍ଦ୍ୟୋଗ କିମ୍ବା କୃଷକମାନଙ୍କୁ ସମର୍ଥନ କରିବା ଭଳି କ୍ଷମତା ଓ ସଂସାଧନ ନଥିଲା, ତାହାକୁ ସେତେବେଳେ ମାନିବାକୁ ସେମାନେ ବିବଶ ଥିଲେ । ଶ୍ରୀ ଗୋଏଲ କ୍ଷୋଭ ପ୍ରକଟ କରି କହିଳେ ଯେ ଏବେ କୌଣସି ପ୍ରକାର ଅସଂତୁଳିତ ଅଥବା ଅସମାନ ବୁଝାମଣା, ଯାହା ଆମର ଭବିଷ୍ୟତର ଆବଶ୍ୟକତାଗୁଡ଼ିକୁ ପୂରଣ କରିବ ନାହିଁ, ତାହା ଆମେ ମାଛ ଧରିବାର ବର୍ତ୍ତମାନର ବ୍ୟବସ୍ଥାରେ ବାନ୍ଧିହୋଇ ରହିପାରିବୁ ନାହିଁ । ସେ କହିଲେ ଯେ ଏହା ଏକାନ୍ତ ଜରୁରି ଯେ ବ୍ୟାପକ ମାତ୍ରାରେ ସବସିଡ଼ି ପ୍ରଦାନ କରୁଥିବା ରାଷ୍ଟ୍ରମାନେ ଏହି ଦାୟିତ୍ୱ ଉଠା ସବସିଡ଼ି ଏବଂ ମାଛଧରା କ୍ଷମତାକୁ ହ୍ରାସ କରନ୍ତୁ । ଯାହାକି “ପ୍ରଦୂଷଣକର୍ତ୍ତାଙ୍କ ଦାୟିତ୍ୱ” ଏବଂ ସାମାନ୍ୟ କିନ୍ତୁ ପୃଥକ୍ - ପୃଥକ୍ ଉତ୍ତରଦାୟିତ୍ୱର ସିଦ୍ଧାନ୍ତ ଆଧାରରେ ଲାଗୁ ହେବ ।
ଶ୍ରୀ ଗୋଏଲ କହିଲେ ଯେ କୌଣସି ବୁଝାମଣାକୁ ଏଭଳି ଭାବେ ପ୍ରସ୍ତୁତ କରାଯିବା ଦରକାର ଯାହା ଫଳରେ ବିକାଶର ବିଭିନ୍ନ ପର୍ଯ୍ୟାୟ ଦେଇ ଗତି କରୁଥିବା ରାଷ୍ଟ୍ର ଏବଂ ସେମାନଙ୍କର ବର୍ତ୍ତମାନର ମାଛଧରା ବ୍ୟବସ୍ଥା ଓ ଆର୍ଥିକ କ୍ଷମତାର ମଧ୍ୟ ଉପଯୁକ୍ତ ଆକଳନ କରାଯାଇପାରିବ । ବୁଝାମଣାକୁ ବର୍ତ୍ତମାନ ଓ ଭବିଷ୍ୟତର ଆବଶ୍ୟକତା ପୂରଣ କରୁଥିବା ଭଳି ହେବା ଜରୁରି । ଭାରତର ଦାବିମାନ ଉପସ୍ଥାପନ କରି ସେ କହିଲେ ଯେ ଅଧିକାଂଶ ବିକାଶଶୀଳ ରାଷ୍ଟ୍ର ଦ୍ୱାର ଦିଆଯିବାକୁ ଥିପା ପ୍ରତି ବ୍ୟକ୍ତି ମତ୍ସ୍ୟ ପାଳନ ସବସିଡ଼ି ଉନ୍ନତ ମାଛଧରା ରାଷ୍ଟ୍ରମାନଙ୍କ ତୁଳନାରେ ଖୁବ୍ କମ୍ । ଶ୍ରୀ ଗୋଏଲ ଏକଥା ସ୍ପଷ୍ଟ ଭାବେ ଦାବି କରିଛନ୍ତି ଯେ ଭାରତ ଭଳି ଦେଶ ଯାହାର ଏବେ ମାଛ ଧରିବାର କ୍ଷମତା ବିକଶିତ କରାଯାଉଛି ସେମାନେ ନିଜର ଭବିଷ୍ୟତର ମହତ୍ତ୍ୱାକାଂକ୍ଷାଗୁଡ଼ିକୁ କଦାପି ତ୍ୟାଗ କରିପାରିବେ ନାହିଁ । ଉନ୍ନତ ରାଷ୍ଟ୍ରମାନଙ୍କ ଅନୁଦାନ ଜାରି ରଖିବାର ଅନୁମତି ଦେବା ଅସମାନ, ଅନୁଚିତ ଏବଂ ଅନ୍ୟାୟପୂର୍ଣ୍ଣ ବୋଲି ସେ ଉଲ୍ଲେଖ କରିଛନ୍ତି ।
ଡିଜି ଦ୍ୱାରା ମନ୍ତ୍ରୀମାନଙ୍କୁ ପଚରାଯାଇଥିବା ବିଶେଷ ପ୍ରଶ୍ନର ଉତ୍ତର ଦେଇ ସେ କହିଲେ ଯେ ବିଶେଷ ଓ ମହତ୍ତ୍ୱପୂର୍ଣ୍ଣ ଢ଼ଙ୍ଗ (ଏସଏଣ୍ଡଡିଟି)କୁ ଗରିବ ଓ ମତ୍ସ୍ୟଜୀବୀମାନଙ୍କ ଠାରୁ ଦୂର କରିବା କେବଳ ଅନୁଚିତ ନୁହେଁ ଏବଂ ପ୍ରୟୋଗ ଅଯୋଗ୍ୟ ମଧ୍ୟ । ଏବଂ ଏହା କଦାପି ସ୍ୱୀକାର୍ଯ୍ୟ ନୁହେଁ । ଏସଏଣ୍ଡଡିଟି କେବଳ ଗରିବ ମତ୍ସ୍ୟଜୀବୀମାନଙ୍କର ଆଜୀବିକାକୁ ରକ୍ଷା କରିନଥାଏ ଅପରନ୍ତୁ ଖାଦ୍ୟ ସୁରକ୍ଷା ଚିନ୍ତାକୁ ମଧ୍ୟ ଦୂର କରିବା ନିମନ୍ତେ ଆବଶ୍ୟକ । ମତ୍ସ୍ୟ ପାଳନ କ୍ଷେତ୍ରର ବିକାଶ ନିମନ୍ତେ ଏଭଳି ନୀତିର ଆବଶ୍ୟକତା ରହିଛି ଏବଂ ଏହି କ୍ଷେତ୍ରରେ ହେଉଥିବା ପରିବର୍ତ୍ତନ ନିମନ୍ତେ ଅଧିକ ସମୟ ଉପଲବ୍ଧ କରାଯିବା ଦରକାର ।
ଶ୍ରୀ ଗୋଏଲ କହିଲେ ଯେ ଆମର ପ୍ରଧାନମନ୍ତ୍ରୀ ବାରମ୍ବାର ଏହା ଦୋହରାଇ ଆସିଛନ୍ତି ଯେ ପର୍ଯ୍ୟାବରଣର ସୁରକ୍ଷା ଶତାବ୍ଦୀ ଶତାବ୍ଦୀ ଧରି ଭାରତୀୟ ପରମ୍ପରା ଭାବେ ନିହିତ ହୋଇଆସିଛି । ଶ୍ରୀ ଗୋଏଲ କହିଲେ ଯେ ଯେପର୍ଯ୍ୟନ୍ତ ଏହି ଆଲୋଚନା ବର୍ତ୍ତମାନ ଏବଂ ଭବିଷ୍ୟର ମାଛଧରା ଆବଶ୍ୟକତାକୁ ସନ୍ତୁଳିତ କରିବା, ଏହି କ୍ଷେତ୍ରକୁ ସଂରକ୍ଷଣ ପ୍ରଦାନ କରାଯିବା ଉଚିତ । ଏବଂ ଭବିଷ୍ୟତରେ ମାଛଧରା କ୍ଷମତାରେ ସମାନ ମାତ୍ରାର ବୃଦ୍ଧି ଓ କୌଣସି ଅସନ୍ତୁଳନର ଏକ ପ୍ରଭାବୀ ଏସଏଣ୍ଡଡ଼ିଟି ଲାଗୁ ହେଲେ ଭାରତ ଏହି ଆଲୋଚନାକୁ ସଂପୂର୍ଣ୍ଣ କରିବା ନିମନ୍ତେ ପ୍ରତିବଦ୍ଧ ।
*****
SS
(Release ID: 1736300)
Visitor Counter : 212