ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ବାରଣାସୀରେ ଆନ୍ତର୍ଜାତିକ ସହଯୋଗ ଓ ସମ୍ମିଳନୀ କେନ୍ଦ୍ର ରୁଦ୍ରାକ୍ଷ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଉଦ୍‌ଘାଟିତ

କୋଭିଡ ସତ୍ତ୍ଵେ କାଶୀରେ ବିକାଶ ଧାରା ଅବ୍ୟାହତ : ପ୍ରଧାନମନ୍ତ୍ରୀ

ସମ୍ମିଳନୀ କେନ୍ଦ୍ର ଭାରତ-ଜାପାନ ମଧ୍ୟରେ ଦୃଢ ସମ୍ପର୍କ ସୂଚନା ଦିଏ: ପ୍ରଧାନମନ୍ତ୍ରୀ

ଏହି ସମ୍ମିଳନୀ କେନ୍ଦ୍ର ଏକ ସାଂସ୍କୃତିକ ସ୍ଥଳୀ ଓ ବିଭିନ୍ନ ଲୋକଙ୍କୁ ଏକାଠି କରିବାର ଏକ ମାଧ୍ୟମ: ପ୍ରଧାନମନ୍ତ୍ରୀ

ଗତ ସାତବର୍ଷ ମଧ୍ୟରେ କାଶୀରେ ଅନେକ ବିକାଶ ପ୍ରକଳ୍ପ ହୋଇଛି ଏବଂ ରୁଦ୍ରାକ୍ଷ ବିନା ଏହା ଅସମ୍ପୂର୍ଣ୍ଣ ରହିବ: ପ୍ରଧାନମନ୍ତ୍ରୀ

Posted On: 15 JUL 2021 3:30PM by PIB Bhubaneshwar

ଜାପାନ ସହାୟତାରେ ନିର୍ମିତ ଆନ୍ତର୍ଜାତିକ ସହଯୋଗ ଓ ସମ୍ମିଳନୀ କେନ୍ଦ୍ର ରୁଦ୍ରାକ୍ଷକୁ ପ୍ରଧାନମନ୍ତ୍ରୀ ବାରଣାସୀଠାରେ ଉଦ୍‌ଘାଟନ କରିଥିଲେ । ପରେ ପରେ ସେ ବିଏଚୟୁର ମାଆ ଓ ଶିଶୁ ସ୍ୱାସ୍ଥ୍ୟ ଶାଖା ନିରୀକ୍ଷଣ କରିଥିଲେ । ସେ ମଧ୍ୟ ମେଡିକାଲ କର୍ତ୍ତୃପକ୍ଷ ଓ ଅଧିକାରୀମାନଙ୍କ ସହ କୋଭିଡ ପରିଚାଳନାଗତ ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରିଥିଲେ ।

ସମବେତ ଜନତାଙ୍କୁ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ କୋଭିଡ ସତ୍ୱେ କାଶୀର ବିକାଶଧାରା ଅବ୍ୟାହତ ରହିଛି । ସେ କହିଛନ୍ତି ଯେ ଆନ୍ତର୍ଜାତିକ ସହଯୋଗ ଓ ସମ୍ମିଳନୀ କେନ୍ଦ୍ର ରୁଦ୍ରାକ୍ଷ ହେଉଛି ସୃଜନଶୀଳତା ଓ କ୍ରୀୟାଶୀଳ ଅବସ୍ଥାର ଫଳ । ଏହି କେନ୍ଦ୍ର ଭାରତ ଓ ଜାପାନ ମଧ୍ୟରେ ଦୃତ ବନ୍ଧନକୁ ସୁଚାଇଥାଏ । ସେ ଜାପାନର  ଏହି କେନ୍ଦ୍ର ନିର୍ମାଣ ଅବଦାନର ପ୍ରଶଂସା କରିଥିଲେ ।

ଶ୍ରୀ ମୋଦୀ ସ୍ମରଣ କରି କହିଥିଲେ ଯେ ଜାପାନ ପ୍ରଧାନମନ୍ତ୍ରୀ ସୁଗା ୟସୋହାଇଡ ସେତେବେଳେ ଜାପାନର କ୍ୟାବିନେଟ ସଚିବ ଥିଲେ । ପରେ ସେ ଜାପାନର ପ୍ରଧାନମନ୍ତ୍ରୀ ହୋଇଥିଲେ । ସେ ଏହି ପ୍ରକଳ୍ପ ନିମନ୍ତେ ବ୍ୟକ୍ତିଗତ ଭାବେ ଉଦ୍ୟମ କରିଥିଲେ । ଭାରତ ପ୍ରତି ତାଙ୍କର ଆନୁଗତ୍ୟ ଯୋଗୁଁ ପ୍ରତ୍ୟେକ ଭାରତୀୟ ତାଙ୍କ ପ୍ରତି କୃତଜ୍ଞ । ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ପୂର୍ବତନ ଜାପାନ ପ୍ରଧାନମନ୍ତ୍ରୀ ଶ୍ରୀ ସିଞ୍ଜୋ ଆବେ ଯେ କି ଏହି ପ୍ରକଳ୍ପ ସହ ଓତଃପ୍ରୋତଃଭାବେ ଜଡିତ ତାଙ୍କର ସ୍ମରଣ କରିଥିଲେ । ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ କାଶୀ ଆସିଥିବାବେଳେ ରୁଦ୍ରାକ୍ଷ ପରିକଳ୍ପନା ନେଇ ଆଲୋଚନା କରିଥିବାର ମଧ୍ୟ ସ୍ମରଣ କରିଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହି ଭବନ ଉଭୟ ଆଧୁନିକତା ଓ ସାଂସ୍କୃତିକ ଝଲକର ସମ୍ମିଶ୍ରଣ ।

ଏଥିରେ ଜାପାନ-ଭାରତ ସମ୍ପର୍କ ଓ ଭବିଷ୍ୟତରେ ସହଯୋଗ ସମ୍ଭାବନା ରହିଛି । ତାଙ୍କର ଜାପାନ ଗସ୍ତ କାଳରେ ସହଯୋଗର ପ୍ରତୀକ ଏହି ରୁଦ୍ରାକ୍ଷ ପରିକଳ୍ପନା କରାଯାଇଥିବାବେଳେ ଅହମ୍ମଦାବାଦର ଜେନ୍ ଉଦ୍ୟାନକୁ ଏହି ସମ୍ପର୍କର ଆଉ ଏ ଦୃଷ୍ଟାନ୍ତ ଭାବେ ନିଆଯାଇପାରେ ।

ଜାପାନର ଉଭୟ ସାମରିକ ଓ ଆର୍ଥିକ କ୍ଷେତ୍ରରେ ଭାରତର ସବୁଠାରୁ ବିଶ୍ୱସ୍ତ ବନ୍ଧୁ ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି । ଜାପାନ ସହ ଭାରତର ବନ୍ଧୁତ୍ୱ ସମଗ୍ର ଅଞ୍ଚଳରେ ସବୁଠାରୁ ସୌହାର୍ଦ୍ଧ୍ୟପୂର୍ଣ୍ଣ ବୋଲି ବିବେଚନା କରାଯାଏ । ଉଭୟ ଜାପାନ ଓ ଭାରତ ନିଜ ନିଜର ବିକାଶ ନିଜସ୍ୱ ଖୁସି ବୋଲି ମନେ କରନ୍ତି ।

ଗୀତ, ସଙ୍ଗୀତ ଓ କଳା ବନାରସର  ଧମନୀରେ ପ୍ରବାହିତ  ହୋଇଥାଏ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଗଙ୍ଗାର ଏହି ଘାଟରେ ଅନେକ କଳା ସୃଷ୍ଟି ହୋଇଛି ଓ ମାନବିକତାକୁ ନେଇ ଅନେକ ଭାବନା ସଞ୍ଚାରିତ ହୋଇଛି । ସେ ଦୃଷ୍ଟିରୁ ବନାରସ ସଂଗୀତ, ଧର୍ମ, ବିଜ୍ଞାନ ଓ ଜ୍ଞାନର ଏକ ବୈଶ୍ୱିକ ପ୍ରାଣକେନ୍ଦ୍ର ହୋଇପାରିବ । ଏହି କେନ୍ଦ୍ର ଏକ ସାଂସ୍କୃତିକ ପେଣ୍ଠସ୍ଥଳୀ ହୋଇ ବିଭିନ୍ନ ଲୋକଙ୍କୁ ଏକତ୍ର କରିପାରିବ ବୋଲି ସେ କହିଛନ୍ତି । ଏହି କେନ୍ଦ୍ରର ରକ୍ଷଣାବେକ୍ଷଣ ନିମନ୍ତେ ସେ କାଶୀବାସୀଙ୍କୁ ଅନୁରୋଧ କରିଥିଲେ ।

ଗତ ସାତବର୍ଷ ମଧ୍ୟରେ କାଶୀରେ ଅନେକ ବିକାଶମୂଳକ ପ୍ରକଳ୍ପ ଆରମ୍ଭ ହୋଇଛି । ରୁଦ୍ରାକ୍ଷ ବିନା ସେଗୁଡିକ ଶେଷ ହେବ କି ବୋଲି ପ୍ରଧାନମନ୍ତ୍ରୀ ପ୍ରଶ୍ନ କରିଥିଲେ । ସ୍ୱୟଂ ଶିବଧାରଣ କରିଥିବା ରୁଦ୍ରାକ୍ଷ ଏବେ କାଶୀରେ । ତେଣୁ କାଶୀ ବିକାଶରେ ଜାଜ୍ୱଲ୍ୟମାନ ହେବା ସହ ଏହାର ସୌନ୍ଦର୍ଯ୍ୟ ମଧ୍ୟ ବୃଦ୍ଧି ପାଇବ ।

 

*****

SM / SLP

 



(Release ID: 1736001) Visitor Counter : 246