ଅର୍ଥ ମନ୍ତ୍ରଣାଳୟ

ଜିଏସ୍‌ଟି କ୍ଷତିପୂରଣ ନିଅଣ୍ଟ ପାଇଁ ବିଧାନସଭା ଥିବା ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶଗୁଡ଼ିକୁ 75,000 କୋଟି ଟଙ୍କା ଜାରି

ସମ୍ପୂର୍ଣ୍ଣ ଗୋଟିଏ ବର୍ଷ ପାଇଁ ମୋଟ ନିଅଣ୍ଟର ପାଖାପାଖି 50 ପ୍ରତିଶତ ଗୋଟିଏ କିସ୍ତିରେ ଜାରି କରାଗଲା

Posted On: 15 JUL 2021 6:23PM by PIB Bhubaneshwar

ଜିଏସଟି କ୍ଷତିପୂରଣ ବଦଳରେ ଗୋଟିଏ ପରେ ଗୋଟିଏ ଋଣ ସୁବିଧା ଅନ୍ତର୍ଗତ ବିଧାନସଭା ଥିବା ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶଗୁଡ଼ିକୁ ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ 75,000 କୋଟି ଟଙ୍କା ଜାରି କରାଯାଇଛି। ବାସ୍ତବ ଉପକର (ସେସ୍) ସଂଗ୍ରହ ମଧ୍ୟରୁ ପ୍ରତି ଦୁଇ ମାସରେ ଥରେ ଜାରି କରାଯାଉଥିବା ସାଧାରଣ ଜିଏସଟି କ୍ଷତିପୂରଣ ଅତିରିକ୍ତ ଉପରୋକ୍ତ ପାଣ୍ଠି ଯୋଗାଣ କରାଯାଇଛି।

28.05.2021ରେ ଅନୁଷ୍ଠିତ 43ତମ ଜିଏସଟି ପରିଷଦ ବୈଠକରେ ଏହି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। କ୍ଷତିପୂରଣ ପାଣ୍ଠିରେ ଯଥେଷ୍ଟ ପରିମାଣର ଅର୍ଥ ନଥିବା କାରଣରୁ କ୍ଷତିପୂରଣ ଜାରି କରିବା କ୍ଷେତ୍ରରେ ଦେଖାଦେଇଥିବା ନିଅଣ୍ଟକୁ ଭରଣା କରିବା ନିମନ୍ତେ କେନ୍ଦ୍ର ସରକାର 1.59 ଲକ୍ଷ କୋଟି ଟଙ୍କାର ଋଣ ସଂଗ୍ରହ କରିବେ ଏବଂ ସମ୍ବଳ ଅଭାବକୁ ପୂରଣ କରିବା ଲାଗି ଏହାକୁ ବିଧାନସଭା ଥିବା ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶଗୁଡ଼ିକୁ ଗୋଟିଏ ପରେ ଗୋଟିଏ ଋଣ ସୁବିଧା ଆଧାରରେ ଜାରି କରିବେ। 2020-21 ଆର୍ଥିକ ବର୍ଷରେ ଏହିପରି ଏକ ବ୍ୟବସ୍ଥା ଅନ୍ତର୍ଗତ 1.10 ଲକ୍ଷ କୋଟି ଟଙ୍କା ରାଜ୍ୟଗୁଡ଼ିକୁ ଜାରି କରାଯାଇଥିଲା। ସେ ସମୟର ବ୍ୟବସ୍ଥାରେ ନିର୍ଦ୍ଧାରିତ ସିଦ୍ଧାନ୍ତ ଅନୁଯାୟୀ ଚଳିତ ବର୍ଷ ମଧ୍ୟ ପାଣ୍ଠି ଯୋଗାଣ କରାଯିବ। 1.59 ଲକ୍ଷ କୋଟି ଟଙ୍କାର ଏହି ପରିମାଣ ଚଳିତ ଆର୍ଥିକ ବର୍ଷରେ ବିଧାନସଭା ଥିବା ରାଜ୍ୟ/କେନ୍ଦ୍ର ଶାସିତ ପ୍ରଦେଶଗୁଡ଼ିକୁ ଜାରି କରାଯିବାକୁ ଥିବା ଆନୁମାନିକ କ୍ଷତିପୂରଣ ପରିମାଣ 1 ଲକ୍ଷ କୋଟି ଟଙ୍କା (ଉପକର ସଂଗ୍ରହ ଆଧାରିତ) ଠାରୁ ଅଧିକ ଏବଂ ଅତିରିକ୍ତ ଭାବେ ପ୍ରଦାନ କରାଯିବ। ମୋଟ୍ 2.59 ଲକ୍ଷ କୋଟି ଟଙ୍କାର ପରିମାଣ 2021-22 ଆର୍ଥିକ ବର୍ଷରେ ସଂଗୃହିତ ଜିଏସଟି କ୍ଷତିପୂରଣ ପରିମାଣ ଠାରୁ ଅଧିକ ହେବ ବୋଲି ଆଶା କରାଯାଉଛି।

ଗୋଟିଏ ପରେ ଗୋଟିଏ ଋଣ ସୁବିଧା ଅନ୍ତର୍ଗତ କ୍ଷତିପୂରଣ ନିଅଣ୍ଟ ଭରଣା ପାଇଁ ପାଣ୍ଠି ଯୋଗାଣ ବ୍ୟବସ୍ଥାରେ ସମସ୍ତେ ଯୋଗ୍ୟ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶ (ବିଧାନସଭା ଥିବା) ସହମତ ହୋଇଛନ୍ତି।

କୋଭିଡ-19 ମହାମାରୀର ପ୍ରଭାବୀ ମୁକାବିଲା ଓ ପରିଚାଳନା ପାଇଁ ତଥା ପୁଞ୍ଜି ବ୍ୟୟକୁ ତ୍ବରାନ୍ବିତ କରିବା ଲାଗି ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶଗୁଡ଼ିକର ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ରାଜ୍ୟ/କେନ୍ଦ୍ରଶାସିତ ପ୍ରଦେଶଗୁଡ଼ିକୁ ସେମାନଙ୍କ ପ୍ରୟାସରେ ସହାୟତା କରିବା ଲାଗି, ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଆଜି ଗୋଟିଏ ପରେ ଗୋଟିଏ ଋଣ ସୁବିଧା ଅନ୍ତର୍ଗତ 2021-22 ଆର୍ଥିକ ବର୍ଷରେ 75,000 କୋଟି ଟଙ୍କାର ସହାୟତା ରାଶି (ସମ୍ପୂର୍ଣ୍ଣ ଗୋଟିଏ ବର୍ଷ ପାଇଁ ମୋଟ ନିଅଣ୍ଟର ପାଖାପାଖି 50%) ଗୋଟିଏ କିସ୍ତିରେ ଜାରି କରିଛି। ଅବଶିଷ୍ଟ ପରିମାଣର ଅର୍ଥ 2021-22 ବର୍ଷର ଦ୍ବିତୀୟାର୍ଦ୍ଧରେ ସ୍ଥିର କିସ୍ତିରେ ଜାରି କରାଯିବ।

ଚଳିତ ଆର୍ଥିକ ବର୍ଷରେ ଭାରତ ସରକାରଙ୍କ ଦ୍ବାରା ବାର୍ଷିକ ଯଥାକ୍ରମେ 5.60 ଏବଂ 4.25 ପ୍ରତିଶତ ହାରାହାରୀ ଆୟ ଭାର ସହିତ 5 ବର୍ଷୀୟା ସିକ୍ୟୁରିଟି ଆକାରରେ 68,500 କୋଟି ଟଙ୍କା ଏବଂ ଦୁଇ ବର୍ଷୀୟା ସିକ୍ୟୁରିଟି ଆକାରରେ 6,500 କୋଟି ଟଙ୍କାର ଋଣସଂଗ୍ରହ କରିବା ପରେ ବର୍ତ୍ତମାନର 75,000 କୋଟି ଟଙ୍କା ଜାରି କରାଯାଇଛି।

ଏହି ଅର୍ଥ ଜାରି କରାଯିବା ପରେ ଏହା ଆଶା କରାଯାଉଛି ଯେ ରାଜ୍ୟ/କେନ୍ଦ୍ରଶାସିତ ପ୍ରଦେଶଗୁଡ଼ିକ ସ୍ବାସ୍ଥ୍ୟ ଭିତ୍ତିଭୂମି ଏବଂ ଅନ୍ୟ ଭିତ୍ତିଭୂମି ପ୍ରକଳ୍ପଗୁଡ଼ିକରେ ସୁଧାର ଆଣିବା ଲାଗି ଅନ୍ୟାନ୍ୟ ପଦକ୍ଷେପ ସହିତ ସାର୍ବଜନୀନ ବ୍ୟୟକୁ ଭଲ ଭାବେ ଯୋଜନା କରିପାରିବେ।

15.07.2021ରେ ଜିଏସଟି କ୍ଷତିପୂରଣ ନିଅଣ୍ଟ ବଦଳରେ ଗୋଟିଏ ପରେ ଗୋଟିଏ ଋଣ ବ୍ୟବସ୍ଥା ଅନ୍ତର୍ଗତ ରାଜ୍ୟ/କେନ୍ଦ୍ରଶାସିତ ପ୍ରଦେଶଗୁଡ଼ିକୁ ଜାରି ପରିମାଣ :

 

(କୋଟିରେ)

Sl. No.

Name of the State/ UTs

GST Compensation shortfall released

5 year tenor

2 year tenor

Total

1.

Andhra Pradesh

1409.67

133.76

1543.43

2.

Assam

764.29

72.52

836.81

3.

Bihar

2936.53

278.65

3215.18

4.

Chhattisgarh

2139.06

202.98

2342.04

5.

Goa

364.91

34.63

399.54

6.

Gujarat

5618.00

533.10

6151.10

7.

Haryana

3185.55

302.28

3487.83

8.

Himachal Pradesh

1161.08

110.18

1271.26

9.

Jharkhand

1070.18

101.55

1171.73

10.

Karnataka

7801.86

740.31

8542.17

11.

Kerala

3765.01

357.26

4122.27

12.

Madhya Pradesh

3020.54

286.62

3307.16

13.

Maharashtra

5937.68

563.43

6501.11

14.

Meghalaya

60.75

5.76

66.51

15.

Odisha

2770.23

262.87

3033.10

16.

Punjab

5226.81

495.97

5722.78

17.

Rajasthan

3131.26

297.13

3428.39

18.

Tamil Nadu

3487.56

330.94

3818.50

19.

Telangana

1968.46

186.79

2155.25

20.

Tripura

172.76

16.39

189.15

21.

Uttar Pradesh

3506.94

332.78

3839.72

22.

Uttarakhand

1435.95

136.26

1572.21

23.

West Bengal

2768.07

262.66

3030.73

24.

UT of Delhi

2668.12

253.18

2921.30

25.

UT of Jammu & Kashmir

1656.54

157.19

1813.73

26.

UT of Puducherry

472.19

44.81

517.00

 

Total:

68500.00

6500.00

75000.00

 

 

***********

P.S



(Release ID: 1735999) Visitor Counter : 241