କ୍ୟାବିନେଟ

କେନ୍ଦ୍ର କ୍ୟାବିନେଟ ପୂର୍ବୋତର ଲୋକ ଚିକିତ୍ସା ପ୍ରତିଷ୍ଠାନ (ଏନଇଆଇଏଫଏମ)ର ନାମକୁ ପୂର୍ବୋତର ଆୟୁର୍ବେଦ ଏବଂ ଲୋକ ଚିକିତ୍ସା ଅନୁସନ୍ଧାନ ପ୍ରତିଷ୍ଠାନ (ଏନଇଆଇଏଏଫଏମଆର) ଭାବେ ପରିବର୍ତନ କରିବା ସଂକ୍ରାନ୍ତ ଆଜ୍ଞାପତ୍ରକୁ ମଞ୍ଜୁରି ପ୍ରଦାନ କରିଛି ।

प्रविष्टि तिथि: 14 JUL 2021 3:59PM by PIB Bhubaneshwar

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ଆଜି ଉତର ପୂର୍ବାଂଚଳ ଲୋକ ଚିକିତ୍ସା ପ୍ରତିଷ୍ଠାନ (ଏନଇଆଇଏଫଏମ)ର ନାମକୁ ପୂର୍ବୋତର ଆୟୁର୍ବେଦ ଏବଂ ଲୋକ ଚିକିତ୍ସା ଅନୁସନ୍ଧାନ ପ୍ରତିଷ୍ଠାନ (ଏନଇଆଇଏଏଫଏମଆର) ଭାବେ ପରିବର୍ତନ କରିବା ସଂକ୍ରାନ୍ତ ଆଜ୍ଞାପତ୍ରକୁ ମଞ୍ଜୁରି ପ୍ରଦାନ କରିଛି ।

ବିବରଣୀ:

ଆବଶ୍ୟକତାକୁ ଦୃଷ୍ଟିରେ ରଖି, ଅରୁଣାଚଳର ପାଶୀଘାଟରେ ଆୟୁର୍ବେଦ ଏବଂ ଲୋକ ଚିକିତ୍ସା କ୍ଷେତ୍ରରେ ଗୁଣାତ୍ମକ ଶିକ୍ଷା ଏବଂ ଅନୁସନ୍ଧାନ ପ୍ରଦାନ କରିବା ସକାଶେ ଉତର ପୂର୍ବାଂଚଳ ଲୋକ ଚିକିତ୍ସା ପ୍ରତିଷ୍ଠାନ (ଏନଇଆଇଏଫଏମ)ର ନାମକୁ ପୂର୍ବୋତର ଆୟୁର୍ବେଦ ଏବଂ ଲୋକ ଚିକିତ୍ସା ଅନୁସନ୍ଧାନ ପ୍ରତିଷ୍ଠାନ (ଏନଇଆଇଏଏଫଏମଆର) ଭାବେ ପରିବର୍ତନ କରିବା ସଂକ୍ରାନ୍ତ ଆଜ୍ଞାପତ୍ରକୁ ମଞ୍ଜୁରି ପ୍ରଦାନ କରାଯାଇଛି । ଫଳସ୍ୱରୂପ ଅନୁଷ୍ଠାନର ବହିର୍ନିୟମ ସଂକ୍ରାନ୍ତ ଜ୍ଞାପନ ପତ୍ର ଏବଂ ଅନ୍ୟାନ୍ୟ ନୀତି ନିୟମରେ ମହତ୍ୱପୂର୍ଣ୍ଣ ପରିବର୍ତନ ଅଣାଯିବ ।

ପ୍ରଭାବ:

ଆୟୁର୍ବେଦ ଏବଂ ଲୋକ ଚିକିତ୍ସା କ୍ଷେତ୍ରରେ ଗୁଣାତ୍ମକ ଶିକ୍ଷା ଏବଂ ଗବେଷଣା ପ୍ରଦାନ ପାଇଁ ପ୍ରତିଷ୍ଠାନକୁ ଦିଆଯାଇଥିବା ଅଧିକାରରେ ଆୟୁର୍ବେଦକୁ ସାମିଲ କରିବା ପୂର୍ବୋତର କ୍ଷେତ୍ରର ଲୋକମାନଙ୍କ ପାଇଁ ବେଶ ଲାଭଦାୟକ ହେବ । ଏହି ପ୍ରତିଷ୍ଠାନ କେବଳ ଭାରତ ନୁହେଁ ବରଂ ପଡୋଶୀ ଦେଶ ଯେପରିକି ତିଦ୍ଦତ, ଭୂଟାନ, ମଙ୍ଗୋଲିଆ, ନେପାଳ, ଚୀନ୍ ଏବଂ ଅନ୍ୟ ମଧ୍ୟ ଏସୀୟ ରାଷ୍ଟ୍ରଗୁଡିକର ଆୟୁର୍ବେଦ ଏବଂ ଲୋକ ଚିକିତ୍ସା ଛାତ୍ରଛାତ୍ରୀମାନଙ୍କ ପାଇଁ ମଧ୍ୟ ସୁଯୋଗ ପ୍ରଦାନ କରିବ ।

ପୃଷ୍ଠଭୂମି:

ଏନଇଆଇଏଫଏମ ପାଶୀଘାଟ ପାରମ୍ପରିକ ଲୋକ ଚିକିତ୍ସା ଏବଂ ସେହି ଅଂଚଳର ପଦ୍ଧତିଗତ ଗବେଷଣା, ନଥିକରଣ ଏବଂ ପ୍ରମାଣିକରଣ ପାଇଁ ପ୍ରତିଷ୍ଠା କରାଯାଇଥିଲା । ଯେଉଁସବୁ ଉଦ୍ଦେଶ୍ୟ ପାଇଁ ଏହି ପ୍ରତିଷ୍ଠାନ ସ୍ଥାପନ କରାଯାଇଥିଲା ସେଥିରେ ଲୋକ ଚିକିତ୍ସାର ସମସ୍ତ ଦିଗ ପାଇଁ ସର୍ବୋଚ୍ଚ ଗବେଷଣା କେନ୍ଦ୍ର ଭାବେ କାର୍ଯ୍ୟ କରିବା, ପାରମ୍ପରିକ ଚିକିତ୍ସକ ଏବଂ ବୈଜ୍ଞାନିକ ଗବେଷଣା ମଧ୍ୟରେ ଆଦାନ ପ୍ରଦାନ ସୃଷ୍ଟି କରିବା, ସର୍ବେକ୍ଷଣ, ଲୋକ ଚିକିତ୍ସା ପଦ୍ଧତିର ନଥିକରଣ ଏବଂ ପ୍ରମାଣିକରଣ, ସାର୍ବଜନିକ ସ୍ୱାସ୍ଥ୍ୟ ବ୍ୟବସ୍ଥା କ୍ଷେତ୍ରର ପ୍ରତିକାର ଏବଂ ଉପଶମ ତଥା ଭବିଷ୍ୟତ ଗବେଷଣା ଆଦି ସାମିଲ ।

JP


(रिलीज़ आईडी: 1735717) आगंतुक पटल : 254
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Bengali , Manipuri , Punjabi , Gujarati , Tamil , Telugu , Kannada , Malayalam