ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ
ଡିଜିଟାଲ ଶିକ୍ଷା ପ୍ରୟାସ ସମ୍ପର୍କରେ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ସମୀକ୍ଷା
प्रविष्टि तिथि:
13 JUL 2021 1:27PM by PIB Bhubaneshwar
କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ କାର୍ଯ୍ୟକାରୀ କରାଯାଉଥିବା ଡିଜିଟାଲ ଶିକ୍ଷା ପ୍ରୟାସ ସମ୍ପର୍କରେ ସମୀକ୍ଷା କରିଛନ୍ତି । ଏଥିରେ ପିଏମ ଇ-ବିଦ୍ୟା, ରାଷ୍ଟ୍ରୀୟ ଡିଜିଟାଲ ଶିକ୍ଷା ସୌଧ (ଏନଡିଇଏଆର), ସ୍ୱୟମ୍ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ସାମିଲ । ଏହି ସମୀକ୍ଷା ବୈଠକରେ ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ଶ୍ରୀମତୀ ଅନ୍ନପୂର୍ଣ୍ଣା ଦେବୀ, ରାଷ୍ଟ୍ରମନ୍ତ୍ରୀ ଶ୍ରୀ ରାଜକୁମାର ରଂଜନ ସିଂହ ଏବଂ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ସୁଭାଷ ସରକାର ସାମିଲ ହୋଇଥିଲେ । ସେହିଭଳି ଶିକ୍ଷା ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ମଧ୍ୟ ଏହି ସମୀକ୍ଷା ବୈଠକରେ ଯୋଗଦେବା ସହ ମନ୍ତ୍ରୀଙ୍କୁ ବିଭିନ୍ନ ପ୍ରକଳ୍ପର ପ୍ରଗତି ସମ୍ପର୍କରେ ଅବଗତ କରାଇଥିଲେ ।
ଶିକ୍ଷାରେ ପ୍ରଯୁକ୍ତିର ଅଧିକରୁ ଅଧିକ ଉପଯୋଗ ଉପରେ ଗୁରୁତ୍ୱ ଆରୋପ କରି ମନ୍ତ୍ରୀ ଶ୍ରୀ ପ୍ରଧାନ କହିଲେ ଯେ ଏକ ମୁକ୍ତ, ସମାବେଶୀ ଏବଂ ସହଜଲବ୍ଧ ଶିକ୍ଷା ପ୍ରଯୁକ୍ତିର ଉପଯୋଗ ଦ୍ୱାରା ହିଁ ହାସଲ କରାଯାଇପାରିବ । ଦେଶରେ ଏକ ସକ୍ରିୟ ଶିକ୍ଷା ବାତାବରଣ ସୃଷ୍ଟି ହେବା ଦ୍ୱାରା ଛାତ୍ରଛାତ୍ରମାନଙ୍କ ନିମନ୍ତେ ଅଧିକରୁ ଅଧିକ ଶିକ୍ଷାଲାଭର ସୁଯୋଗ ସୃଷ୍ଟି ହେବ ଏବଂ ଏହା ଫଳରେ ଶିକ୍ଷା କ୍ଷେତ୍ରରେ ଅଭିନବତ୍ୱ ଓ ଉଦ୍ୟମିତାକୁ ମଧ୍ୟ ପ୍ରୋତ୍ସାହନ ମିଳିବ ।
ମନ୍ତ୍ରୀ ଶ୍ରୀ ପ୍ରଧାନ ଆହୁରି କହିଲେଯେ କୋଭିଡ଼ ବୈଶ୍ୱିକ ମହାମାରୀ ଶିକ୍ଷାକୁ ଡିଜିଟାଲ ମୋଡ ଆଡ଼କୁ ନେବାପାଇଁ ଏବେ ଅତ୍ୟାବଶ୍ୟକ ହୋଇପଡ଼ିଛି ଏବଂ ଏହି ପରିପ୍ରେକ୍ଷୀରେ ସେ ନିର୍ଭର ପ୍ରତିଶ୍ରୁତି ପ୍ରଦାନ କରିଥିଲେ ଯେ ତାଙ୍କ ମନ୍ତ୍ରଣାଳୟ ଏଥିପାଇଁ ଡିଜିଟାଲ ପ୍ରୟାସମାନ ଆରମ୍ଭ କରିଛି ଯଦ୍ୱାରା ଶିକ୍ଷାର ଧାରାକୁ ଜାରି ରଖାଯାଇପାରିବ ଏବଂ ତାହା ଅଧିକ ସୁଦୃଢ଼ ଓ ଆନୁଷ୍ଠାନିକରଣ ହୋଇପାରିବ ।
*****
SS
(रिलीज़ आईडी: 1735229)
आगंतुक पटल : 324
इस विज्ञप्ति को इन भाषाओं में पढ़ें:
English
,
Telugu
,
Urdu
,
Marathi
,
हिन्दी
,
Bengali
,
Punjabi
,
Gujarati
,
Tamil
,
Kannada
,
Malayalam