ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ
                
                
                
                
                
                
                    
                    
                        ଭାରତର ସମୁଦାୟ ସୁସ୍ଥ ସଂଖ୍ୟା ୩ କୋଟି ଅତିକ୍ରମ କଲା
                    
                    
                        ଜାତୀୟ ସାମୁହିକ କୋଭିଡ-୧୯ ଟିକାକରଣ ୩୭. ୭୩ କୋଟି ଅତିକ୍ରମ କଲା
ଗତ ୨୪ ଘଣ୍ଟାରେ ୩୭,୧୫୪ ନୂଆ ମାମଲା ଚିହ୍ନଟ
ଭାରତର ସକ୍ରିୟ ଆକ୍ରାନ୍ତ (୪,୫୦, ୮୯୯) ସମୁଦାୟ ଆକ୍ରାନ୍ତ ସଂଖ୍ୟାର ୧.୪୭% 
ଦୈନିକ ପଜିଟିଭ ହାର (୨.୫୯%) ଲଗାତର ୨୧ ଦିନ ଧରି ୩%ରୁ କମ୍ ରହିଛି
                    
                
                
                    Posted On:
                12 JUL 2021 11:24AM by PIB Bhubaneshwar
                
                
                
                
                
                
                କୋଭିଡ-୧୯ ବିରୋଧୀ ଲଢେଇରେ ୩ କୋଟିରୁ ଅଧିକ ଲୋକ ଆରୋଗ୍ୟ ଲାଭ କରିବା ସହ ଭାରତ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ସ୍ଥାପନ କରିଛି ।
ମହାମାରୀ ଆରମ୍ଭ ଦିନରୁ ୩,୦୦,୧୪,୭୧୩ କୋଭିଡ- ୧୯ରୁ ଆରୋଗ୍ୟ ଲାଭ କରି ସାରିଲେଣି ଓ ଗତ ୨୪ ଘଣ୍ଟାରେ ୩୯,୬୪୯ ରୋଗୀ ସୁସ୍ଥ ହୋଇଛନ୍ତି । ସମୁଦାୟ ଆରୋଗ୍ୟ ହାର ୯୭.୨୨ ପ୍ରତିଶତ ରହିଛି, ଯାହା ନିରନ୍ତର ବର୍ଦ୍ଧିତ ହାରକୁ ଦର୍ଶାଉଛି ।

ଗୋଟିଏ ପଟେ ଭାରତର ସମୁଦାୟ ଟିକାକରଣ କଭରେଜ ୩୭.୭୩ କୋଟି ଅତିକ୍ରମ କରିଛି । ସକାଳ ୭ ସୁଦ୍ଧା ମିଳିଥିବା ଅସ୍ଥାୟୀ ରିପୋର୍ଟ ଅନୁଯାୟୀ ୪୮,୫୧,୨୦୯ ସେସନରେ ସମୁଦାୟ ୩୭,୭୩,୫୨,୫୦୧ ଟିକା ଡୋଜ ପ୍ରଦାନ କରାଯାଇଛି । ଗତ ୨୪ ଘଣ୍ଟାରେ ୧୨,୩୫,୨୮୭ ଟିକା ଡୋଜ ପ୍ରଦାନ କରାଯାଇଛି ।   
 
ଏଥିରେ ସାମିଲ ରହିଛି :
 ଏଚସିଡବ୍ଲୁ            ପ୍ରଥମ ଡୋଜ     ୧,୦୨,୪୯,୦୨୧
                              ଦ୍ୱିତୀୟ ଡୋଜ    ୭୪,୦୭,୫୮୯
ଏଫଏଲଡବ୍ଲୁ           ପ୍ରଥମ ଡୋଜ           ୧,୭୬,୬୮,୯୨୨
                              ଦ୍ୱିତୀୟ ଡୋଜ    ୯୯,୧୩,୪୨୧
୧୮-୪୪ ବୟସ ବର୍ଗ   ପ୍ରଥମ ଡୋଜ           ୧୧,୨୪,୪୮,୫୧୧
                                        ଦ୍ୱିତୀୟ ଡୋଜ    ୩୭,୪୬,୫୨୩
୪୫-୫୯ ବୟସ ବର୍ଗ   ପ୍ରଥମ ଡୋଜ           ୯,୩୫,୧୮,୯୯୨
                   
                                        ଦ୍ୱିତୀୟ ଡୋଜ    ୨,୩୮,୧୩,୭୫୮
୬୦ରୁ ଅଧିକ ବୟସ    ପ୍ରଥମ ଡୋଜ           ୭,୦୧,୩୩,୪୦୬
                                        ଦ୍ୱିତୀୟ ଡୋଜ    ୨,୮୪,୫୨,୩୫୮
ସମୁଦାୟ   ୩୭,୭୩,୫୨,୫୦୧ 
 
ଜୁନ ୨୧, ୨୦୨୧ରୁ ସାର୍ବଜନୀନ କୋଭିଡ-୧୯ ଟିକାକରଣର ନୂତନ ପର୍ୟ୍ୟାୟ ଆରମ୍ଭ ହୋଇଥିଲା । କେନ୍ଦ୍ର ସରକାର ସାରା ଦେଶରେ କୋଭିଡ-୧୯ ଟିକାକରଣର ଗତି ଓ ସୁଯୋଗ ବୃଦ୍ଧି କରିବା ପାଇଁ ପ୍ରତିଶ୍ରୁତିବଦ୍ଧ ।
ଭାରତରେ ଗତ ୨୪ ଘଣ୍ଟାରେ ୩୭,୧୫୪ ନୂଆ ମାମଲା ଚିହ୍ନଟ ହୋଇଛି ।
 
ଲଗାତର ୧୫ ଦିନ ଧରି ଦୈନିକ ନୂଆ ମାମଲା ସଂଖ୍ୟା ୫୦,୦୦୦ରୁ କମ ରହିଛି । ଏହା କେନ୍ଦ୍ର ଓ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳଗୁଡିକର ମିଳିତ ଓ ନିରନ୍ତର ପ୍ରୟାସର ପରିଣାମ ।

ଭାରତର ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ଆଜି ୪,୫୦,୮୯୯ ରହିଛି ଓ ଦେଶର ସମୁଦାୟ ଆକ୍ରାନ୍ତ ସଂଖ୍ୟାର ଏହା ୧.୪୬ ପ୍ରତିଶତ ।

ଦେଶର ପରୀକ୍ଷଣ କ୍ଷମତା ଆଖିଦୃଶିଆ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟାରେ ଦେଶରେ ସମୁଦାୟ ୧୪,୩୨,୩୪୩ ପରୀକ୍ଷଣ ହୋଇଛି । ସାମଗ୍ରିକ ଭାବେ ଭାରତରେ ଏପର୍ୟ୍ୟନ୍ତ ୪୩ କୋଟିରୁ ଅଧିକ (୪୩,୨୩,୧୭,୮୧୩) କୋଭିଡ ପରୀକ୍ଷଣ ହୋଇ ସାରିଲାଣି ।
ଗୋଟିଏ ପଟେ ଦେଶରେ ପରୀକ୍ଷଣ କ୍ଷମତା ବୃଦ୍ଧି ପାଇଥିବା ବେଳେ ସାପ୍ତାହିକ ପଜିଟିଭ ହାର କ୍ରମାଗତ ଭାବେ ହ୍ରାସ ପାଉଛି । ସାପ୍ତାହିକ ପଜିଟିଭ ହାର ଏବେ ୨.୩୨% ଥିବା ବେଳେ ଦୈନିକ ପଜିଟିଭ ହାର ୨.୫୯ ପ୍ରତିଶତ ରହିଛି । ଲଗାତର ୨୧ ଦିନ ଧରି ଦୈନିକ ପଜିଟିଭ ହାର ୩%ରୁ କମ୍ ରହିଛି ଓ ଲଗାତର ୩୫ ଦିନ ଧରି ପଜିଟିଭ ହାର ୫ ପ୍ରତିଶତରୁ କମ ରହିଛି ।

*************
SR
 
                
                
                
                
                
                (Release ID: 1734916)
                Visitor Counter : 305
                
                
                
                    
                
                
                    
                
                Read this release in: 
                
                        
                        
                            Tamil 
                    
                        ,
                    
                        
                        
                            English 
                    
                        ,
                    
                        
                        
                            Urdu 
                    
                        ,
                    
                        
                        
                            हिन्दी 
                    
                        ,
                    
                        
                        
                            Marathi 
                    
                        ,
                    
                        
                        
                            Bengali 
                    
                        ,
                    
                        
                        
                            Punjabi 
                    
                        ,
                    
                        
                        
                            Gujarati 
                    
                        ,
                    
                        
                        
                            Telugu 
                    
                        ,
                    
                        
                        
                            Kannada 
                    
                        ,
                    
                        
                        
                            Malayalam