ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

ଭାରତର ସମୁଦାୟ ସୁସ୍ଥ ସଂଖ୍ୟା ୩ କୋଟି ଅତିକ୍ରମ କଲା

ଜାତୀୟ ସାମୁହିକ କୋଭିଡ-୧୯ ଟିକାକରଣ ୩୭. ୭୩ କୋଟି ଅତିକ୍ରମ କଲା

ଗତ ୨୪ ଘଣ୍ଟାରେ ୩୭,୧୫୪ ନୂଆ ମାମଲା ଚିହ୍ନଟ

ଭାରତର ସକ୍ରିୟ ଆକ୍ରାନ୍ତ (୪,୫୦, ୮୯୯) ସମୁଦାୟ ଆକ୍ରାନ୍ତ ସଂଖ୍ୟାର ୧.୪୭%

ଦୈନିକ ପଜିଟିଭ ହାର (୨.୫୯%) ଲଗାତର ୨୧ ଦିନ ଧରି ୩%ରୁ କମ୍ ରହିଛି

ପୋଷ୍ଟ କରାଯିବା ଦିନାଙ୍କ: 12 JUL 2021 11:24AM by PIB Bhubaneswar

କୋଭିଡ-୧୯ ବିରୋଧୀ ଲଢେଇରେ ୩ କୋଟିରୁ ଅଧିକ ଲୋକ ଆରୋଗ୍ୟ ଲାଭ କରିବା ସହ ଭାରତ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ସ୍ଥାପନ କରିଛି ।

ମହାମାରୀ ଆରମ୍ଭ ଦିନରୁ ୩,୦୦,୧୪,୭୧୩ କୋଭିଡ- ୧୯ରୁ ଆରୋଗ୍ୟ ଲାଭ କରି ସାରିଲେଣି ଓ ଗତ ୨୪ ଘଣ୍ଟାରେ ୩୯,୬୪୯ ରୋଗୀ ସୁସ୍ଥ ହୋଇଛନ୍ତି । ସମୁଦାୟ ଆରୋଗ୍ୟ ହାର ୯୭.୨୨ ପ୍ରତିଶତ ରହିଛି, ଯାହା ନିରନ୍ତର ବର୍ଦ୍ଧିତ ହାରକୁ ଦର୍ଶାଉଛି ।

https://static.pib.gov.in/WriteReadData/userfiles/image/image0016RD5.jpg

ଗୋଟିଏ ପଟେ ଭାରତର ସମୁଦାୟ ଟିକାକରଣ କଭରେଜ ୩୭.୭୩ କୋଟି ଅତିକ୍ରମ କରିଛି । ସକାଳ ୭ ସୁଦ୍ଧା ମିଳିଥିବା ଅସ୍ଥାୟୀ ରିପୋର୍ଟ ଅନୁଯାୟୀ ୪୮,୫୧,୨୦୯ ସେସନରେ ସମୁଦାୟ ୩୭,୭୩,୫୨,୫୦୧ ଟିକା ଡୋଜ ପ୍ରଦାନ କରାଯାଇଛି । ଗତ ୨୪ ଘଣ୍ଟାରେ ୧୨,୩୫,୨୮୭ ଟିକା ଡୋଜ ପ୍ରଦାନ କରାଯାଇଛି ।   

 

ଏଥିରେ ସାମିଲ ରହିଛି :

 ଏଚସିଡବ୍ଲୁ            ପ୍ରଥମ ଡୋଜ     ୧,୦୨,୪୯,୦୨୧

                              ଦ୍ୱିତୀୟ ଡୋଜ    ୭୪,୦୭,୫୮୯

ଏଫଏଲଡବ୍ଲୁ           ପ୍ରଥମ ଡୋଜ           ୧,୭୬,୬୮,୯୨୨

                              ଦ୍ୱିତୀୟ ଡୋଜ    ୯୯,୧୩,୪୨୧

୧୮-୪୪ ବୟସ ବର୍ଗ   ପ୍ରଥମ ଡୋଜ           ୧୧,୨୪,୪୮,୫୧୧

                                        ଦ୍ୱିତୀୟ ଡୋଜ    ୩୭,୪୬,୫୨୩

୪୫-୫୯ ବୟସ ବର୍ଗ   ପ୍ରଥମ ଡୋଜ           ୯,୩୫,୧୮,୯୯୨

                   

                                        ଦ୍ୱିତୀୟ ଡୋଜ    ୨,୩୮,୧୩,୭୫୮

୬୦ରୁ ଅଧିକ ବୟସ    ପ୍ରଥମ ଡୋଜ           ୭,୦୧,୩୩,୪୦୬

                                        ଦ୍ୱିତୀୟ ଡୋଜ    ୨,୮୪,୫୨,୩୫୮

ସମୁଦାୟ   ୩୭,୭୩,୫୨,୫୦୧

 

ଜୁନ ୨୧, ୨୦୨୧ରୁ ସାର୍ବଜନୀନ କୋଭିଡ-୧୯ ଟିକାକରଣର ନୂତନ ପର୍ୟ୍ୟାୟ ଆରମ୍ଭ ହୋଇଥିଲା । କେନ୍ଦ୍ର ସରକାର ସାରା ଦେଶରେ କୋଭିଡ-୧୯ ଟିକାକରଣର ଗତି ଓ ସୁଯୋଗ ବୃଦ୍ଧି କରିବା ପାଇଁ ପ୍ରତିଶ୍ରୁତିବଦ୍ଧ ।

ଭାରତରେ ଗତ ୨୪ ଘଣ୍ଟାରେ ୩୭,୧୫୪ ନୂଆ ମାମଲା ଚିହ୍ନଟ ହୋଇଛି ।

 

ଲଗାତର ୧୫ ଦିନ ଧରି ଦୈନିକ ନୂଆ ମାମଲା ସଂଖ୍ୟା ୫୦,୦୦୦ରୁ କମ ରହିଛି । ଏହା କେନ୍ଦ୍ର ଓ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳଗୁଡିକର ମିଳିତ ଓ ନିରନ୍ତର ପ୍ରୟାସର ପରିଣାମ ।

https://static.pib.gov.in/WriteReadData/userfiles/image/image002RSZX.jpg

ଭାରତର ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ଆଜି ୪,୫୦,୮୯୯ ରହିଛି ଓ ଦେଶର ସମୁଦାୟ ଆକ୍ରାନ୍ତ ସଂଖ୍ୟାର ଏହା ୧.୪୬ ପ୍ରତିଶତ ।

https://static.pib.gov.in/WriteReadData/userfiles/image/image00316BC.jpg

ଦେଶର ପରୀକ୍ଷଣ କ୍ଷମତା ଆଖିଦୃଶିଆ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟାରେ ଦେଶରେ ସମୁଦାୟ ୧୪,୩୨,୩୪୩ ପରୀକ୍ଷଣ ହୋଇଛି । ସାମଗ୍ରିକ ଭାବେ ଭାରତରେ ଏପର୍ୟ୍ୟନ୍ତ ୪୩ କୋଟିରୁ ଅଧିକ (୪୩,୨୩,୧୭,୮୧୩) କୋଭିଡ ପରୀକ୍ଷଣ ହୋଇ ସାରିଲାଣି ।

ଗୋଟିଏ ପଟେ ଦେଶରେ ପରୀକ୍ଷଣ କ୍ଷମତା ବୃଦ୍ଧି ପାଇଥିବା ବେଳେ ସାପ୍ତାହିକ ପଜିଟିଭ ହାର କ୍ରମାଗତ ଭାବେ ହ୍ରାସ ପାଉଛି । ସାପ୍ତାହିକ ପଜିଟିଭ ହାର ଏବେ ୨.୩୨% ଥିବା ବେଳେ ଦୈନିକ ପଜିଟିଭ ହାର ୨.୫୯ ପ୍ରତିଶତ ରହିଛି । ଲଗାତର ୨୧ ଦିନ ଧରି ଦୈନିକ ପଜିଟିଭ ହାର ୩%ରୁ କମ୍ ରହିଛି ଓ ଲଗାତର ୩୫ ଦିନ ଧରି ପଜିଟିଭ ହାର ୫ ପ୍ରତିଶତରୁ କମ ରହିଛି ।

https://static.pib.gov.in/WriteReadData/userfiles/image/image004UMHG.jpg

*************

SR

 


(ରିଲିଜ ଆଡି: 1734916) ପରିଦର୍ଶକ କାଉଣ୍ଟର : 325