ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

କାଶୀ ଅନ୍ନପୂର୍ଣ୍ଣା ମଠ ମହନ୍ତ ଶ୍ରୀ ରାମେଶ୍ୱର ପୁରୀ ଜୀଙ୍କ ଦେହାନ୍ତରେ ଶୋକ ବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ

Posted On: 10 JUL 2021 6:57PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କାଶୀ ଅନ୍ନପୂର୍ଣ୍ଣା ମଠ ମହନ୍ତ ଶ୍ରୀ ରାମେଶ୍ୱର ପୁରୀ ଜୀଙ୍କ ଦେହାନ୍ତରେ ଗଭୀର ଶୋକ ବ୍ୟକ୍ତ କରିଛନ୍ତି ।

ଏକ ଟ୍ୱିଟରେ ପ୍ରଧାନମନ୍ତ୍ରୀ କହିଛନ୍ତି, “କାଶୀ ଅନ୍ନପୂର୍ଣ୍ଣା ମନ୍ଦିରର ମହନ୍ତ ରାମେଶ୍ୱର ପୁରୀ ଜୀଙ୍କ ଦେହାବସାନ ଯୋଗୁଁ ଅତ୍ୟନ୍ତ ଦୁଃଖିତ । ତାଙ୍କ ବିୟୋଗ ସମାଜ ପାଇଁ ଅପୂରଣୀୟ କ୍ଷତି । ଧର୍ମ ଓ ଅଧ୍ୟାତ୍ମକୁ ସମାଜସେବା ସହ ଯୋଡି ସେ ଲୋକଙ୍କୁ ସାମାଜିକ କାର୍ଯ୍ୟରେ ସାମିଲ ହେବାକୁ ନିରନ୍ତର ପ୍ରେରଣା ଯୋଗାଉଥିଲେ । ଓଁ ଶାନ୍ତି । 

 

SR



(Release ID: 1734542) Visitor Counter : 158