ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

ଭାରତରେ କୋଭିଡ-୧୯ ଟିକାକରଣ ୩୭.୨୧ କୋଟିକୁ ଅତିକ୍ରମ କରିଛି

ଗତ ୨୪ ଘଣ୍ଟାରେ ୪୨,୭୬୬ ନୂଆ କରୋନା ମାମଲା ଚିହ୍ନଟ ହୋଇଛି

ଭାରତରେ ସକ୍ରିୟ ମାମଲା ୪,୫୫,୦୩୩ ଅଛି, ମୋଟ ମାମଲାର ଏହା ୨.୧୯%

ଦୈନିିକ ପଜିଟିଭିଟି ହାର (୨.୧୯%) ଗତ ଏକ ମାସ ଧରି ୫% ତଳେ ରହିଛି

Posted On: 10 JUL 2021 9:44AM by PIB Bhubaneshwar

ଭାରତରେ କୋଭିଡ-୧୯ ଟିକାକରଣ ଗତକାଲି ୩୭ କୋଟିକୁ ଅତିକ୍ରମ କରିଛି । ଆଜି ସକାଳ ୭ଟା ସୁଦ୍ଧା ମିଳିଥିବା ରିପୋର୍ଟ ଅନୁସାରେ ୪୮,୦୪,୪୨୩ ସେସନରେ ମୋଟ ୩୭,୨୧,୯୬,୨୬୮ ଡୋଜ୍ ଟିକା ଦିଆଯାଇଛି । ଗତ ୨୪ ଘଣ୍ଟାରେ ୩୦,୫୫,୮୦୨ ଡୋଜ୍ ଟିକା ଦିଆଯାଇଛି ।

 

HCWs

1st Dose

1,02,44,459

2nd Dose

73,84,439

FLWs

1st Dose

1,76,51,159

2nd Dose

98,42,138

Age Group 18-44 years

1st Dose

11,00,15,954

2nd Dose

35,15,490

Age Group 45-59 years

1st Dose

9,29,29,982

2nd Dose

2,27,96,218

Over 60 years

1st Dose

6,99,01,188

2nd Dose

2,79,15,241

Total

37,21,96,268

୨୦୨୧ ଜୁନ୍ ୨୧ ତାରିଖରେ ଦେଶରେ କୋଭିଡ-୧୯ ଟିକାକରଣର ସରଳୀକରଣ ପର୍ଯ୍ୟାୟ ଆରମ୍ଭ ହୋଇଛି । ଦେଶବ୍ୟାପୀ କୋଭିଡ-୧୯୯ ଟିକାକରଣକୁ ବ୍ୟାପକ ଓ ତ୍ୱରାନ୍ୱିତ କରିବାକୁ କେନ୍ଦ୍ର ସରକାର ପ୍ରତିବଦ୍ଧ ।

ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ୪୨,୭୬୬ ନୂଆ କରୋନା ମାମଲା ଚିହ୍ନଟ ହୋଇଛି ।

ଗତ ୧୩ ଦିନ ଧରି ଦେଶରେ ଦୈନିକ ସଂକ୍ରମଣ ୫୦ ହଜାର ତଳେ ରହିଛି । ଏହା କେବଳ କେନ୍ଦ୍ର ସରକାର ଏବଂ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସରକାର ମାନଙ୍କ ମିଳିତ ପ୍ରଚେଷ୍ଟାର ଫଳ ।

https://static.pib.gov.in/WriteReadData/userfiles/image/image001S6TM.jpg

ଭାରତରେ ସକ୍ରିୟ କରୋନା ମାମଲା ଏବେ ୪,୫୫,୦୩୩ ରହିଛି । ଏହା ଦେଶର ମୋଟ ପଜିଟିଭ ମାମଲାର ୧.୪୮% ।

https://static.pib.gov.in/WriteReadData/userfiles/image/image002XKSQ.jpg

ଦେଶରେ ମହାମାରୀ ଆରମ୍ଭ ହେବା ପରଠାରୁ ଏ ପର୍ଯ୍ୟନ୍ତ ମୋଟ ୨,୯୯,୩୩,୫୩୮ ଜଣ ସୁସ୍ଥ ହୋଇଛନ୍ତି । ଗତ ୨୪ ଘଣ୍ଟା ମଧ୍ୟରେ ୪୫,୨୫୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହା ଫଳରେ ମୋଟ ସୁସ୍ଥତା ହାର ୯୭.୨୦% ରହିଛି ଏବଂ ଏହା କ୍ରମେ ବୃଦ୍ଧି ପାଉଛି ।

https://static.pib.gov.in/WriteReadData/userfiles/image/image003TG4M.jpg

ଦେଶବ୍ୟାପୀ ଟେଷ୍ଟିଂ କ୍ଷମତା ବୃଦ୍ଧି ପାଇଥିବା ବେଳେ ଗତ ୨୪ ଘଣ୍ଟାରେ ୧୯,୫୫,୨୨୫ ଟେଷ୍ଟ କରାଯାଇଛି । ଭାରତରେ ଏ ପର୍ଯ୍ୟନ୍ତ ମୋଟ ୪୨.୯୦ କୋଟି (୪୨,୯୦,୪୧,୯୭୦)ରୁ ଅଧିକ ଟେଷ୍ଟ କରାଯାଇଛି ।

ଏକ ପକ୍ଷରେ ଦେଶରେ ଟେଷ୍ଟିଂ କ୍ଷମତା ବୃଦ୍ଧି ପାଉଥିବା ବେଳେ ଅନ୍ୟ ପକ୍ଷରେ ସାପ୍ତାହିକ ପଜିଟିଭିଟି ହାର କ୍ରମାଗତ ଭାବରେ ହ୍ରାସ ପାଉଥିବା ପରିଲକ୍ଷିତ ହୋଇଛି । ଏବେ ସାପ୍ତାହିକ ପଜିଟିଭିଟି ହାର ୨.୩୪% ଥିବା ବେଳେ ଦୈନିକ ପଜିଟିଭିଟି ହାର ରହିଛି ୨.୧୯% । ଦୈନିକ ପଜିଟିଭିଟି ହାର ଗତ ୧୯ ଦିନ ଧରି ୩% ତଳେ ଥିବା ବେଳେ ଗତ ୩୩ ଦନି ଧରି ୫% ତଳେ ରହିଛି ।

https://static.pib.gov.in/WriteReadData/userfiles/image/image0049PSV.jpg

SR


(Release ID: 1734436) Visitor Counter : 256